ତମନ୍ନା-ରଜନୀକାନ୍ତଙ୍କ ସୁପରହିଟ୍ ଡ୍ୟାନ୍ସ କଲା ଫ୍ୟାନ୍ସଙ୍କୁ ମତୁଆଲା:ବୟଫ୍ରେଣ୍ତ ବିଜୟ ବର୍ମା କହିଲେ ଏପରି କଥା

Tamannaah Bhatia Jailer New Song:'ଲଷ୍ଟ ଷ୍ଟୋରୀ 2' ପରେ ବଲିଉଡ ଏବଂ ସାଉଥର ସୁପର ହଟ ଅଭିନେତ୍ରୀ ତମନ୍ନା ଭାଟିଆ ସୁପରଷ୍ଟାର ରଜନୀକାନ୍ତଙ୍କ ସହ ତାଙ୍କ ଆଗାମୀ ଫିଲ୍ମ 'ଜେଲର'କୁ ନେଇ ବର୍ତ୍ତମାନ ଲାଇମଲାଇଟରେ ଅଛନ୍ତି। ନିକଟରେ ଫିଲ୍ମର ଗୀତ 'କାଭାଲା'(Kaavaalaa) ମୁକ୍ତିଲାଭ କରିଥିଲା ।

ଯେଉଁଥିରେ ଅଭିନେତ୍ରୀ ରଜନୀକାନ୍ତଙ୍କ ସହିତ ଜବରଦସ୍ତ ଡ୍ୟାନ୍ସ କରୁଥିବାର ଦେଖିବା ପାଇଁ ମିଳିଥିଲା । ତମନ୍ନା ନିଜ ଅନ୍ଦାଜରେ ଫ୍ୟାନ୍ସଙ୍କ ସହ ତାଙ୍କ ବୟଫ୍ରେଣ୍ତ ବିଜୟ ବର୍ମାଙ୍କର ମନ ମଧ୍ୟ ଜିଣିବାରେ ମଧ୍ୟ ସଫଳ ହୋଇଛନ୍ତି । ଅଭିନେତା ଏହି ଡ୍ୟାନ୍ସ ଭିଡିଓ ନିଜ ସୋସିଆଲ ମିଡିଆରେ ମଧ୍ୟ ସେୟାର କରିଛନ୍ତି ।

Tamannaah Bhatia

ବିଜୟ ଭର୍ମା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଗୀତର ଏକ କ୍ଲିପ୍ ସେୟାର କରିଛନ୍ତି । ପୋଷ୍ଟ ସେୟାର କରି ସେ ଲେଖିଛନ୍ତି,'ଏହି ଗୀତଟି Fire ...' ଫିଲ୍ମର ଏହି ବ୍ଲକବଷ୍ଟର ଗୀତ ମରୁଭୂମିରେ ସୁଟିଂ କରାଯାଇଛି। ଯେଉଁଥିରେ ତମନ୍ନା ଅତି ସୁନ୍ଦର ଓ ବୋଲ୍ଡ ଅନ୍ଦାଜରେ ଦେଖିବା ପାଇଁ ମିଳୁଛନ୍ତି । ସେହିପରି ରଜନୀକାନ୍ତ ନିଜ ଆଇକନିକ୍ ଷ୍ଟାଇଲରେ ନଜର ଆସୁଛନ୍ତି । ଏହି ଗୀତଟି ରିଲିଜ ହେବା ମାତ୍ରେ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛି ।

ତମନ୍ନା ଭାଟିଆ ଏବଂ ବିଜୟ ଭର୍ମାଙ୍କୁ ଏକାଠି 'ଲଷ୍ଟ ଷ୍ଟୋରୀ ୨'ରେ ଦେଖିବାକୁ ମିଳିବ । ଫିଲ୍ମରେ ଉଭୟ ବେଶ୍ ବୋଲ୍ଡ ନଜର ଆସୁଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏହି ଫିଲ୍ମର ସୁଟିଂ ସମୟରେ ହିଁ ଉଭୟ ପରସ୍ପରକୁ ମନ ଦେଇ ବସିଥିଲେ । ଉଭୟଙ୍କ ସୁନ୍ଦର କେମେଷ୍ଟ୍ରିର ପ୍ରଶଂସା ଏବେ ସବୁଠି । ନୂଆ ବର୍ଷରେ ସୋସିଆଲ ମିଡିଆରେ ଦୁହିଁଙ୍କର ଏକ ଭିଡିଓ ଭାଇରାଲ ହେବାପରେ ଉଭୟଙ୍କ ପ୍ରେମର ଖରବ ପ୍ରକାଶ ପାଇଥିଲା । ବର୍ତ୍ତମାନ ଅନେକ ସ୍ଥାନରେ ଉଭୟଙ୍କୁ ଏକାଠି ଦେଖିବା ପାଇଁ ମିଳୁଛି ।

ତମନ୍ନା ଭାଟିଆ ବର୍ତ୍ତମାନ 'ଜେଲର' ଫିଲ୍ମକୁ ନେଇ ଲାଇମ୍ ଲାଇଟ୍ ରେ ଅଛନ୍ତି । ସେହିପରି ବିଜୟ ଭର୍ମାଙ୍କୁ ଖୁବ୍ ଶୀଘ୍ର ଲୋକପ୍ରିୟ ୱେବ୍ ସିରିଜ୍ 'ମିର୍ଜାପୁର 3' ',' ମର୍ଡର ମୁବାରକରେ ଦେଖିବା ପାଇଁ ମିଳିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+