ଖୁବ୍ ଶୀଘ୍ର ବିବାହ କରିପାରନ୍ତି ଅଭିନେତ୍ରୀ ତମନ୍ନା ଭାଟିଆ ଏବଂ ବିଜୟ ବର୍ମା
Tamannnah Bhatia And Vijay Varma: ବଲିଉଡ ଅଭିନେତା ବିଜୟ ବର୍ମା ଏବଂ ଅଭିନେତ୍ରୀ ତମନ୍ନା ଭାଟିଆ ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ କରୁଥିବା ଖବର ରହିଛି ଚର୍ଚ୍ଚାରେ । ନିକଟରେ ଏହି ଦମ୍ପତି ସେମାନଙ୍କ ସମ୍ପର୍କକୁ ଅଫିସିଆଲ୍ କରିଥିଲେ ଏବଂ ସେବେଠାରୁ ଉଭୟଙ୍କୁ କ୍ରମାଗତ ଭାବରେ ଏକାଠି ଦେଖିବାକୁ ମିଳିଥାଏ । ଦୁହେଁ ପ୍ରାୟତଃ କ୍ୟାମେରା ସାମ୍ନାରେ ପରସ୍ପର ପ୍ରତି ଥିବା ପ୍ରେମର ବର୍ଷା କରିଥାନ୍ତି, ପରସ୍ପରକୁ ସମ୍ମାନ ଜଣାଇଥାନ୍ତି କିନ୍ତୁ ବର୍ତ୍ତମାନ ଖବର ରହିଛି ଯେ ଉଭୟ ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ।
ୱେବ୍ ସିରିଜ୍ 'ଲଷ୍ଟ୍ ଷ୍ଟୋରୀ 2'ରେ ତମନ୍ନା ଭାଟିଆ ଏବଂ ବିଜୟ ବର୍ମାଙ୍କୁ ପ୍ରଥମ ଥର ଏକାଠି ଦେଖିବାକୁ ମିଳିଥିଲା । ଯେଉଁଥିରେ ଏହି ଯୋଡିର କେମେଷ୍ଟ୍ରି ସମସ୍ତଙ୍କୁ ମତୁଆଲା କରିଥିଲା । ଉଭୟଙ୍କ ରୋମାନ୍ସ ଫ୍ୟାନ୍ସଙ୍କୁ ବେଶ୍ ପସନ୍ଦ ଆସିଥିଲା । ଏହା ପରେ ଦୁହେଁ ସେମାନଙ୍କ ସମ୍ପର୍କକୁ ରିୟଲ ଲାଇଫରେ ଆଗକୁ ବଢାଇବାର ନିଷ୍ପତ୍ତି ନେଇଥିଲେ । ଏବେ ଖବର ରହିଛି ଯେ ବିଜୟ ଏବଂ ତମନ୍ନା ବର୍ତ୍ତମାନ ବିବାହ କରିବାକୁ ଚିନ୍ତା କରୁଛନ୍ତି ।

ତେଲୁଗୁ ସିନେମା ରିପୋର୍ଟ ଅନୁସାରେ, ବିଜୟ ଭର୍ମା ଏବଂ ତମନ୍ନା ଭାଟିଆଙ୍କ ସମ୍ପର୍କ ଖୁବ୍ ଗମ୍ଭୀର ରହିଛି। ବର୍ତ୍ତମାନ ଉଭୟଙ୍କ ପିତାମାତା ବିବାହ ପାଇଁ ସେମାନଙ୍କ ଉପରେ ଚାପ ପକାଉଛନ୍ତି। ସୂଚନା ଅନୁଯାୟୀ, ଏହି ଷ୍ଟାର କପଲଙ୍କ ପିତାମାତା ପରସ୍ପରକୁ ଭେଟି ସେମାନଙ୍କ ବିବାହ ପାଇଁ ଯୋଜନା କରୁଛନ୍ତି ।
କୁହାଯାଉଛି ଯେ, ତମନ୍ନା ଏପର୍ଯ୍ୟନ୍ତ କୌଣସି ନୂଆ ଚଳଚ୍ଚିତ୍ରରେ ସାଇନ୍ କରିନାହାଁନ୍ତି। ଯାହାର ଅର୍ଥ ଏହା ହେଉଛି ଏହି ଦୁଇ ଷ୍ଟାର ଖୁବ ଶୀଘ୍ର ବିବାହ କରିପାରନ୍ତି । କାରଣ ଅଭିନେତ୍ରୀ ବର୍ତ୍ତମାନ ତାଙ୍କ ଜୀବନର ସବୁଠାରୁ ବଡ ଇଭେଣ୍ଟ ଉପରେ ଧ୍ୟାନ ଦେବାକୁ ଚାହୁଁଛନ୍ତି । ହେଲେ ଏପର୍ଯ୍ୟନ୍ତ ଏହି ଷ୍ଟାର କପଲଙ୍କ ପକ୍ଷରୁ କୌଣସି ଅଫିସିଆଲ ବିବୃତ୍ତି ଜାରି କରାଯାଇ ନାହିଁ ।
ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ, ଏକ ସାକ୍ଷାତକାରରେ ତମନ୍ନା ଭାଟିଆ ତାଙ୍କ କ୍ୟାରିୟରକୁ ନେଇ କହିଥିଲେ ଯେ, 'ଯେତେବେଳେ ମୁଁ ଇଣ୍ଡଷ୍ଟ୍ରିରେ ପ୍ରବେଶ କଲି, ମୁଁ ଭାବିଲି ଯେ ମୁଁ କେବଳ 8 ରୁ 10 ବର୍ଷ ପର୍ଯ୍ୟନ୍ତ ଇଣ୍ଡଷ୍ଟ୍ରିରେ ରହିପାରିବି । ତେଣୁ ମୁଁ ହିସାବ କରିଥିଲି ଏବଂ ଯୋଜନା କରିଥିଲି ଯେ 30 ବର୍ଷ ବୟସରେ ମୁଁ ବିବାହ କରିବି ଏବଂ ମୋ ଜୀବନରେ ସ୍ଥିର ହୋଇଯିବି ।












Click it and Unblock the Notifications