ବଲିଉଡରେ ଅଭିନେତ୍ରୀଙ୍କ ରାଜ୍, ଚର୍ଚ୍ଚାରେ 'The Crew'ର ଦମଦାର ଷ୍ଚାରକାଷ୍ଟ

ବଲିଉଡରେ ଅଭିନେତ୍ରୀଙ୍କ ରାଜ୍, ଚର୍ଚ୍ଚାରେ 'The Crew'ର ଦମଦାର ଷ୍ଚାରକାଷ୍ଟ

The Crew: ନିକଟରେ କରୀନା, ତବୁ ଏବଂ କ୍ରିତି ସାନନଙ୍କୁ ଏକାଠି ଫ୍ୟାଶନ୍ ମାଗାଜିନ୍ 'Vogue India'ରେ ଦେଖିବା ପାଇଁ ମିଳିଥିଲା । ଏକ କ୍ଷୁଦ୍ର ମୋନୋକ୍ରୋମ୍ ଟିଜର ଭିଡିଓରେ କଳା ରଙ୍ଗର ଡ୍ରେସ୍ ପିନ୍ଧିଥିବା ତିନି ଅଭିନେତ୍ରୀ ମଙ୍ଗଳବାର ସନ୍ଧ୍ୟାରେ ଏକ ମୋସନ୍ ପୋଷ୍ଟର ରିଲିଜ୍ କରିଥିଲେ । ଯାହା ବିଟାଉନରେ ଚହଳ ସୃଷ୍ଟି କରିଥିଲା । ସମସ୍ତ ଅନେକ ପ୍ରଶ୍ନ ସହ ପ୍ରଶଂସା ମଧ୍ୟ କରିଥିଲେ । ତିନି ଅଭିନେତ୍ରୀଙ୍କ ଦମଦାର ଅନ୍ଦାଜ୍ ଫ୍ୟାନ୍ସଙ୍କୁ ମତୁଆଲା କରିଥିଲା । ତେବେ ଏହାକୁ ଏକ ବଡ ପ୍ରୋଜେକ୍ଟ କହିବା କିଛି ଭୁଲ୍ ହେବା ନାହିଁ । ତେବେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ଏହି ତିନି ହସିନାଙ୍କୁ ଏକାଠି ରିୟା କପୁରଙ୍କ ଫିଲ୍ମ 'The Crew'ରେ ଦେଖିବା ପାଇଁ ମିଳିବ ।

ରିୟା କପୁରଙ୍କ ଫିଲ୍ମରେ ନଜର ଆସିବେ ତିନି ଅଭିନେତ୍ରୀ
ମଙ୍ଗଳବାର ସନ୍ଧ୍ୟା ସିନେପ୍ରେମୀଙ୍କ ପାଇଁ ଥିଲା କିଛି ଖାସ୍ । ଏପରିକି ବିଟାଉନର ବଡ ବଡ ଷ୍ଚାରଙ୍କୁ ମଧ୍ୟ ଲାଗିଥିଲା ଝଟକା । କାରଣ କ୍ୟାମେରା ଲେନ୍ସରେ ଏକାଠି ନଜର ଆସିଥିଲେ ତବୁ, କରୀନା ଓ କ୍ରିତି । ଯାହା ସତରେ ଖୁବ୍ ଖାସ ଯୋଡି । ତେବେ ଏହା କହିବା କିଛି ଭୁଲ ହେବ ନାହିଁ ଯେ ଏବେ ବଲିଉଡରେ ଡିମାଣ୍ତରେ ଅଭିନେତ୍ରୀ । ଅଭିନେତାଙ୍କୁ ପଛରେ ପକାଇ ଏବେ ପରଦାରେ ରାଜ୍ କରିବେ ଅଭିନେତ୍ରୀ । 'Vogue India' ଦ୍ୱାରା ସେୟାର କରାଯାଇଥିବା ପୋଷ୍ଟରରେ ତବୁ, କରୀନା ଏବଂ କ୍ରିତିଙ୍କୁ ଏକାଠି ଦେଖିବା ପାଇଁ ମିଳିଥିଲା । ସେହିପରି କିଛି ସମୟ ପରେ ରିଆ କପୁର ଏହି ପୋଷ୍ଟର ସେୟାର କରି ନିଜ ଆଗାମୀ ଫିଲ୍ମ ବିଷୟରେ ସୂଚନା ଦେଇଥିଲେ । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଲୁଟକେସ୍ ଫେମ୍ ନିର୍ଦ୍ଦେଶକ ରାଜେଶ କୃଷ୍ଣନ୍। ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ଭିରେ ଦି ୱେଡିଂ ପରେ ରିୟା କପୁର ପୁଣି ଥରେ ଅଭିନେତ୍ରୀଙ୍କୁ ନେଇ ଏକ ଫିଲ୍ମ ନିର୍ମାଣ କରିବା ପାଇଁ ଯାଉଛନ୍ତି ।

The Crew
ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ରିୟା ଫିଲ୍ମ ବିଷୟରେ ସୂଚନା ଦେଇଥିଲେ । ସେହିପରି ଏକତା କପୁର ମଧ୍ୟ ଏହି ପୋଷ୍ଟର ସୟାର କରି ସୂଚନା ଦେଇଥିଲେ । ତବୁ, କରୀନା କପୁର ଖାନ ଏବଂ କ୍ରିତି ସାନନ୍ ଷ୍ଟାରର୍ 'The Crew'ର ସୁଟିଂ ଫେବୃଆରୀ 2023 ଶେଷ କିମ୍ବା ୨୦୨୪ ରୁ ଆରମ୍ଭ ହେବା ପାଇଁ ଯାଉଛି । ଏହାକୁ ନେଇ ନିର୍ମାତାଙ୍କ ପକ୍ଷରୁ କିଛି ଘୋଷଣା କରାଯାଇ ନାହିଁ ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+