ଏହି ଅଭିନେତାଙ୍କ ପାଇଁ ଅବିବାହିତ ରହିଲେ ତବୁ !

ସାଉଥ୍ ସୁପରଷ୍ଟାର ନାଗାର୍ଜିୁନଙ୍କ ପାଇଁ ଅବିବାହିତ ରହିଲେ କି ତବୁ !

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତବୁ ଓ ସାଉଥ୍ ସୁପରଷ୍ଟାର୍ ନାଗାର୍ଜୁନଙ୍କୁ ପ୍ରେମକୁ ନେଇ ଚର୍ଚ୍ଚା ଜୋରଧରିଥିଲା । ହେଲେ ଉଭୟ ନିଜ ସମ୍ପର୍କକୁ ନେଇ କେବେ ଆଲୋଚନା କରି ନାହଁନ୍ତି । ହେଲେ ଥରେ ଏକ ଇଣ୍ଟରଭ୍ୟୁରେ ନାଗାର୍ଜୁନ କହିଥିଲେ ତବୁ ସବୁ ଦିନ ପାଇଁ ତାଙ୍କ ଜଣେ ସୁନ୍ଦର ବନ୍ଧୁ ହୋଇ ରହିବେ । ଏହା ସହ ୨୦୧୭ରେ ଏକ ସାକ୍ଷାକାରରେ ଅଭିନେତା କହିଥିଲେ ତବୁଙ୍କ ବିଷୟରେ ଆଲୋଚନା ହେଲେ ତାଙ୍କ ମୁହଁରେ ଏକ ପ୍ରକାର ଖୁସିର ଚମକ୍ ଦେଖିବା ମିଳେ । ସେହିପରି ତବୁଙ୍କ ପତ୍ନୀ ଅମାଲା ମଧ୍ୟ ତବୁଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ଆଲୋଚନା କରିଥିଲେ ।

TABU.NAGARJUN,

ତବୁ-ନାଗାର୍ଜୁନଙ୍କ ଫିଲ୍ମ
ତବୁ ଓ ନାଗାର୍ଜୁନ ଉଭୟଙ୍କୁ ତିନିଟି ତେଲୁଗୁ ଫିଲ୍ମରେ ଏକାଠି ଦେଖିବା ପାଇଁ ମିଳିଥିଲା । Ninne Pelladata, Aavida Maa Aavide ,Sisindri ଫିଲ୍ମରେ ଏକାଠି ଏହି ଦୁଇ ଷ୍ଟାରଙ୍କୁ ଦେଖିବା ପାଇଁ ମିଳିଥିଲା । Ninne Pelladata ଏକ ରୋମାଣ୍ଟିକ ଫିଲ୍ମ । ଯାହାକୁ ଡାଇରେକ୍ଟ କରିଥିଲେ କୃଷ୍ଣା ୱାମସି । ଏହି ଫିଲ୍ମକୁ ସେହି ବର୍ଷ ତେଲୁଗୁରେ ସର୍ବଶ୍ରେଷ୍ଠ ଫିଚର ଫିଲ୍ମ ପାଇଁ ଆୱାର୍ଡ ମିଳିଥିଲା । ସେହିପରି Aavida Maa Aavide ମଧ୍ୟ ଏକ ରୋମାଣ୍ଟିକ କମେଡି ଫିଲ୍ମ ଥିଲା । ବଡ଼ ପରଦାରେ ତବୁ ଓ ନାଗାର୍ଜୁନଙ୍କୁ ଯୋଡିକୁ ଦର୍ଶକଙ୍କର ବେଶ୍ ଭଲ ପାଇବା ମଧ୍ୟ ମିଳିଥିଲା ।

ତବୁଙ୍କ ପ୍ରେମ ସମ୍ପର୍କକୁ ନେଇ କ'ଣ କହିଥିଲେ ନାଗାର୍ଜୁନ
ମିଡିଆ ରିପୋର୍ଟ ଅନୁସାରେ ଏକ ଇଣ୍ଟରଭ୍ୟୁରେ ନାଗାର୍ଜୁନ କହିଥିଲେ ତବୁ ମୋର ଜଣେ ଭଲ ବନ୍ଧୁ । ଯେତେବେଳେ ତବୁଙ୍କୁ ୧୬ ବର୍ଷ ହୋଇଥିଲା ସେତେବେଳେ ନାଗାର୍ଜୁନଙ୍କ ବୟସ ୨୨ ବର୍ଷ ହୋଇଥାଏ । ଉଭୟଙ୍କ ବନ୍ଧୁତା ସେବେଠୁ ହିଁ ଆରମ୍ଭ ହୋଇଥିଲା ।

ନାଗାର୍ଜୁନଙ୍କ ପତ୍ନୀଙ୍କ ଓ ତବୁଙ୍କ ସମ୍ପର୍କ
ନାଗାର୍ଜୁନଙ୍କ ପତ୍ନୀ ଓ ତବୁଙ୍କ ମଧ୍ୟରେ ବି ଭଲ ସମ୍ପର୍କ ରହିଛି । ୨୦୦୬ରେ ମୁମ୍ବାଇ ମିରରକୁ ଦେଇଥିବା ଏକ ଇଣ୍ଟରଭ୍ୟୁରେ ସେ କହିଥିଲେ ଯେ ତବୁ ହାଇଦ୍ରାବାଦ ଆସିଥିଲେ ସେ ଆମ ଘରେ ରହିଥିଲେ । ନାଗାର୍ଜୁନଙ୍କ ଦ୍ୱିତୀୟ ପତ୍ନୀ ଥିଲେ ଅମଲା ଅକିନେନୀ । ସେଥି ପାଇଁ ଅଭିନେତା ତୃତୀୟ ବିବାହ କରିବା ପାଇଁ ଚାହୁଁ ନଥିଲେ ।

୧୫ ବର୍ଷ ସମ୍ପର୍କରେ ପଡିଲା ପୂର୍ଣ୍ଣଛେଦ
ସୂଚନା ଅନୁସାରେ ୧୦ ରୁ ୧୫ ବର୍ଷ ତବୁ ଓ ନାଗାର୍ଜୁନଙ୍କ ପରସ୍ପରକୁ ଡେଟ୍ କରୁଥିଲେ । ନାଗାର୍ଜୁନଙ୍କ ପାଇଁ ମୁମ୍ବାଇ ଛାଡି ହାଇଦ୍ରାବାଦରେ ରହୁଥିଲେ ତବୁ । ଅନେକ ମହଲରେ ଏହା ମଧ୍ୟ ଆଲୋଚନା ହୁଏ ଯେ ନାଗାର୍ଜୁନଙ୍କ ପାଇଁ ସାରାଜୀବନ ଅବିବାହିତ ରହିଛନ୍ତି ତବୁ । ରିପୋର୍ଟ ଅନୁସାରେ ନିଜ ଘର ପାଖରେ ତବୁଙ୍କୁ ଏକ ଦାମୀ ଘର ଉପହାର ଦେଇଛନ୍ତି ନାଗାର୍ଜୁନ ।

ନାଗାର୍ଜୁନଙ୍କ ଆସନ୍ତା ଫିଲ୍ମ ଘୋଷ୍ଟ ଖୁବ ଶିଘ୍ର ରିଲିଜ୍ ହେବା ପାଇଁ ଯାଉଛି । ସେହିପରି ଫିଲ୍ମ ବ୍ରହ୍ମାସ୍ତ୍ରରେ ମଧ୍ୟ ନାଗାର୍ଜୁନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ତେଲୁଗୁ ବିଗ୍ ବସରେ ମଧ୍ୟ ନାଗାର୍ଜୁନଙ୍କ ଦମଦାର ଏଣ୍ଟ୍ରି ଦେଖିବା ପାଇଁ ମିଳିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+