‘ତାରକ ମେହତା କା ଉଲଟା ଚଷମା’: ଶୋ' କୁ ଫେରିବେ ଦର୍ଶକଙ୍କ ପ୍ରିୟ ଦୟାବେନ
ପୁଣି ପରଦାକୁ କମବ୍ୟାକ୍ ଫେରୁଛନ୍ତି ସମସ୍ତଙ୍କ ପ୍ରିୟ କମେଡିଆନ ଦୟାବେନ ଭୂମିକାରେ ଥିବା ଦିଶା ଭକାନି।
ମୁମ୍ବାଇ: ଏବେ ଛୋଟ ପରଦାରେ ଦର୍ଶକଙ୍କ ପ୍ରିୟ ସିରିଏଲ 'ତାରକ ମେହତା କା ଉଲଟା ଚଷମା'। ଏହାକୁ ନେଇ ଏବେ ଦର୍ଶକଙ୍କ ପାଇଁ ଆସିଛି ଖୁସି ଖବର। ପୁଣି ପରଦାକୁ କମବ୍ୟାକ୍ ଫେରୁଛନ୍ତି ସମସ୍ତଙ୍କ ପ୍ରିୟ କମେଡିଆନ ଦୟାବେନ ଭୂମିକାରେ ଥିବା ଦିଶା ଭକାନି। ଦୟାବେନ 4 ବର୍ଷ ଧରି ଏହି ଶୋରେ ନଜର ଆସୁନଥିଲେ। ପ୍ରଶଂସକମାନେ ତାଙ୍କ ଅଭିନୟକୁ ଖୁବ ପସନ୍ଦ କରନ୍ତି। କୌଣସି କାରଣ ବଶତଃ ସେ ଶୋରେ ଅଭିନୟ କରିନଥିଲେ । ଏବେ ତାଙ୍କ କମବ୍ୟାକକୁ ନେଇ ଚର୍ଚ୍ଚା ହେଉଛି ।

ଦିଶା 'ତାରକ ମେହତା କା ଉଲଟା ଚଷମା'ରେ ଦୟାବେନଙ୍କ ଚରିତ୍ରରେ ଅଭିନୟ କରିବା ଆରମ୍ଭ କରିଥିଲେ, ସେତେବେଳେ ସେ ବିବାହ କରିନଥିଲେ। କିନ୍ତୁ ବର୍ତ୍ତମାନ ସେ ବିବାହ କରିଥିବା ବେଳେ ତାଙ୍କର ଦୁଇଟି ସନ୍ତାନ ମଧ୍ୟ ରହିଛନ୍ତି । ପ୍ରଥମ ସନ୍ତାନ ପରେ ସେ ଶୋରୁ ବ୍ରେକ ନେଇଥିଲେ ।












Click it and Unblock the Notifications