Taarak Mehta Ka Ooltah Chashmah : ଚେନ୍ ଲୁଟ୍ ମାମଲାରେ ଅଭିନେତା ଗିରଫ, ଜୁଆ ଖେଳି ଋଣରେ ବୁଡି ରହିଛନ୍ତି

'ତାରକ୍ ମେହେଟ୍ଟା କା ଓଲଟା ଚସ୍ମା'ର ଜଣେ ଅଭିନେତାଙ୍କୁ ଚେନ୍ ଚୋରି ଅଭିଯୋଗରେ ଗୁଜରାଟ ପୋଲିସ ଗିରଫ କରିଛି

ଗୁଜୁରାଟ । 'ତାରକ୍ ମେହେଟ୍ଟା କା ଓଲଟା ଚସ୍ମା' ସବୁଠାରୁ ଲୋକପ୍ରିୟ ଟିଭି ଶୋ ଅଟେ । ଏହି ଶୋ ସହିତ ଜଡିତ ଏକ ଘଟଣା ଏବେ ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେବ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶୋ'ର ଜଣେ ଅଭିନେତାଙ୍କୁ ଚେନ୍ ଚୋରି ଅଭିଯୋଗରେ ଗୁଜରାଟ ପୋଲିସ ଗିରଫ କରିଛି । ପୋଲିସ ଦ୍ୱାରା ଗିରଫ ହୋଇଥିବା ଅଭିନେତାଙ୍କ ନାମ ମିରାଜ ବୋଲି କୁହାଯାଉଛି ଏବଂ ସେ ଜୁଆ ଖେଳରେ ଅଭ୍ୟସ୍ତ, ଏହି କାରଣରୁ ସେ ଲକ୍ଷାଧିକ ଟଙ୍କାର ଋଣରେ ବୁଡି ରହିଛନ୍ତି ।
ଅଭିଯୁକ୍ତଙ୍କ ଠାରୁ ମିଳିଛି ଚୋରି ସାମଗ୍ରୀ
ନ୍ୟୁଜ୍ 18 ରିପୋର୍ଟ ଅନୁଯାୟୀ, ଚେନ୍ ଲୁଟ୍ ଅଭିଯୋଗରେ ଗିରଫ ଅଭିନେତାଙ୍କ ସମ୍ପୂର୍ଣ୍ଣ ନାମ ହେଉଛି ମିରାଜ ବଲ୍ଲଭଦାସ କାପାଡ଼ି । ତାଙ୍କୁ ରାନ୍ଦେର ପୋଲିସ ଗିରଫ କରିଛି ।

ମନୋରଞ୍ଜନ

ଏଥିସହ ଅଭିଯୁକ୍ତଙ୍କ ନିକଟରୁ 3 ଟି ସୁନା ଚେନ୍, 2 ଟି ମୋବାଇଲ୍ ଫୋନ୍ ଏବଂ ଚୋରା ମୋଟରସାଇକେଲ୍ ଜବତ କରାଯାଇଛି । ଉଲ୍ଲେଖନୀୟ ଯେ, ଅତୀତରେ ମିରାଜଙ୍କ ବିରୋଧରେ ଅନେକ ମାମଲା ରହିଛି । ସେ ଜଣେ ଅଭ୍ୟାସଗତ ଅପରାଧୀ ବୋଲି କୁହାଯାଉଛି । ପୋଲିସ ଅଭିନେତାଙ୍କ ସାଥୀ ବୈଭବ ବାବୁ ଯାଦବଙ୍କୁ ମଧ୍ୟ ଗିରଫ କରିଛି ।
ଋଣ ବୁଡି ରହିଛନ୍ତି ଅଭିନେତା
ପୋଲିସ ଅଭିଯୁକ୍ତଙ୍କ ନିକଟରୁ ମୋଟ 2 ଲକ୍ଷ 54 ହଜାର ଟଙ୍କାର ସାମଗ୍ରୀ ଜବତ କରିଛି । ଉଭୟ ଗୁଜୁରାଟର ଜୁନାଗଡର ବୋଲି କୁହାଯାଉଛି । ଖବର ଅନୁଯାୟୀ ଅଭିନେତା ମିରାଜଙ୍କ ଉପରେ 25 ରୁ 30 ଲକ୍ଷ ଟଙ୍କା ଋଣ ରହିଛି । ସେ କ୍ରିକେଟ୍ ମ୍ୟାଚ୍‌ରେ ବେଟିଂ ଲଗାଇ ଲକ୍ଷଲକ୍ଷ ଟଙ୍କା ହରାଇଛନ୍ତି, ଯେଉଁଥିପାଇଁ ସେ ଋଣଗ୍ରସ୍ତ ଅଛନ୍ତି । ଉଭୟ ନିଜ ଅପରାଧକୁ ମଧ୍ୟ ସ୍ୱୀକାର କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+