Taapsee Pannu Wedding: ଭାରତର ଏହି ସ୍ଥାନରେ ବିବାହ କରିବେ ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ
Taapsee Pannu Wedding: ଚଳିତ ବର୍ଷ ବଲିଉଡ ଇଣ୍ଡଷ୍ଟ୍ରିରେ ପୁଣି ବିବାହ ସିଜିନ୍ ଆରମ୍ଭ ହୋଇଯାଇଛି । ନିକଟରେ ରକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭାଗ୍ନାନୀ ବିବାହ ଶେଷ ହୋଇଛି। ଏବେ ଖବର ରହିଛି ଯେ, ଖୁବ୍ ଶୀଘ୍ର ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ ତାଙ୍କ ପ୍ରେମିକ mathias boeଙ୍କୁ ବିବାହ କରିବାକୁ ଯାଉଛନ୍ତି।

ସୂଚନା ଅନୁଯାୟୀ, ତାପସୀ ପନ୍ନୁ ଗତ 10 ବର୍ଷ ହେଲା ମାଥିଆସ୍ ବୋଏଙ୍କୁ ଡେଟ୍ କରୁଛନ୍ତି । ନିଜ ସମ୍ପର୍କକୁ ବ୍ୟକ୍ତିଗତ ରଖିବାକୁ ପସନ୍ଦ କରୁଥିବା ଅଭିନେତ୍ରୀ ବର୍ତ୍ତମାନ ବିବାହ କରିବା ପାଇଁ ଯାଉଛନ୍ତି । ଏହି ଖବର ବର୍ତ୍ତମାନ ଖୁବ୍ ଚର୍ଚ୍ଚାରେ ରହିଛି । ରିପୋର୍ଟ ଅନୁସାରେ, ତାପସୀ ଚଳିତ ବର୍ଷ ମାର୍ଚ୍ଚ ମାସରେ ରାଜସ୍ଥାନରେ ବିବାହ କରିପାରନ୍ତି ।
NDTV ର ଏକ ରିପୋର୍ଟ ଅନୁଯାୟୀ, ତାପସୀ ପନ୍ନୁ ଦୁଇଟି ଭିନ୍ନ ରୀତିନିତିରେ ବିହାହ କରିବେ । ଉଭୟ ଶିଖ ଏବଂ ଖ୍ରୀଷ୍ଟିଆନ ଧର୍ମର ରୀତିନିତି ଅନୁଯାୟୀ ଏହି ବିବାହ ହେବ। କୁହାଯାଉଛି ଯେ ବଲିଉଡ ତାରକାମାନେ ଏହି ଦମ୍ପତିଙ୍କ ବିବାହରେ ଯୋଗ ଦେବେ ନାହିଁ । ଏହି ଦମ୍ପତି କେବଳ ପରିବାର ଏବଂ କିଛି ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ବିବାହ କରିବା ନେଇ ସୂଚନା ରହିଛି । ତେବେ ଏପର୍ଯ୍ୟନ୍ତ ଏହି ଦମ୍ପତି ନିଜ ବିବାହକୁ ନେଉ କୌଣସି ସୂଚନା ଦେଇ ନାହାଁନ୍ତି ।
ନିକଟରେ ତାପସୀ mathias boeଙ୍କ ବିଷୟରେ ଏକ ସାକ୍ଷାତକାରରେ ଆଲୋଚନା କରିଥିଲେ । ବଲିଉଡ ଫିଲ୍ମ Chashme Baddoor ସୁଟିଂ ସମୟରେ ସେ mathiasଙ୍କୁ ଭେଟିଥିଲେ । ଅଭିନେତ୍ରୀ ଏହା ମଧ୍ୟ କହିଛନ୍ତି ଯେ, ସେ ଏହି ସମ୍ପର୍କକୁ ନେଇ ବହୁତ ଖୁସି ଏବଂ ଏହାକୁ ଆଗକୁ ନେବାକୁ ଚାହୁଁଛନ୍ତି। ଯେତେବେଳେ ତାଙ୍କୁ ବିବାହ ବିଷୟରେ ପଚରାଗଲା, ଅଭିନେତ୍ରୀ ସ୍ପଷ୍ଟ ଭାବରେ ଉତ୍ତର ଦେବାକୁ ମନା କରିଦେଇଥିଲେ।
ଶେଷ ଥର ପାଇଁ ତାପସୀଙ୍କୁ ଫିଲ୍ମ ଡଙ୍କିରେ ଦେଖିବା ପାଇଁ ମିଳିଥିଲା । ଯାହା ଗତ ବର୍ଷ 21 ଡିସେମ୍ବର 2023ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରରେ ଅଭିନେତ୍ରୀ ପ୍ରଥମ ଥର ପାଇଁ ଶାହାରୁଖ ଖାନଙ୍କ ସହ ସ୍କ୍ରିନ୍ ସେୟାର କରିଥିଲେ।












Click it and Unblock the Notifications