ବଢୁଛି ତାପସୀଙ୍କ କ୍ରେଜ୍ , ୱିକେଣ୍ଡରେ ବଢିଲା ଫିଲ୍ମ 'ଦୋବାରା'ର କଲେକସନ୍
Dobaaraa Box Office Collection: Taapsee Pannu's Latest Release Dobaaraa , Managed To Finally Collect More Than ₹1 Crore In A Day. ବଢୁଛି ତାପସୀଙ୍କ କ୍ରେଜ୍ ,ୱିକେଣ୍ଡରେ ବଢିଲା ଫିଲ୍ମ 'ଦୋବାରା'ର କଲେକସନ୍
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ବ୍ୟାକ ଟୁ ବ୍ୟାକ୍ ଫିଲ୍ଲ ରିଲିଜ୍ ହେଉଉଛି । ପ୍ରତ୍ୟକ ସିନେମାରେ ତାଙ୍କର ଭିନ୍ନ ଭିନ୍ନ ଅନ୍ଦାଜ୍ ଦେଖିବା ପାଇଁ ମିଳୁଛି । ଯାହାକୁ ଦର୍ଶକ ମଧ୍ୟ ବେଶ୍ ପସନ୍ଦ କରୁଛନ୍ତି । ନିକଟରେ ତାପସୀ ପନ୍ନୁଙ୍କ ଫିଲ୍ମ 'ଦୋବାରା'ରିଲିଜ୍ ହୋଇଛି । ଅନୁରାଗ କାଶ୍ୟପଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ବିଜ୍ଞାନ କଳ୍ପନା କାହାଣୀ ଉପରେ ଆଧାରିତ। ଅନୁରାଗଙ୍କ ସହ ଏହା ତାପସୀଙ୍ ୨ୟ ଫିଲ୍ମ । ଏହା ପୂର୍ବରୁ ସେ ମନମରଜିଆଁରେ ମଧ୍ୟ ଏକାଠି କାମ କରିସାରିଛନ୍ତି । ଫିଲ୍ମ ମନମରଜିଆଁ ପରେ ୪ ବର୍ଷ ପରେ ଅନୁରାଗ୍ କାଶ୍ୟପ ନିର୍ଦ୍ଦେଶକ ଭାବରେ ବଡ ପରଦାକୁ କମ୍ ବ୍ୟାକ୍ କରିଛନ୍ତି । ଫିଲ୍ମ 'ଦୋବାରା' ୩୭୦ ପରଦାରେ ମୁକ୍ତିଲାଭ କରିଛି । ପ୍ରଥମ ଦିନରେ ଫିଲ୍ମଟି ମାତ୍ର ୭୨ ଲକ୍ଷ ବ୍ୟବସାୟ କରିଥିଲା କିନ୍ତୁ ଦ୍ୱିତୀୟ ଦିନରେ ଏହାର କଲେକସନ୍ ବୃଦ୍ଧି ପାଇବାରେ ଲାଗିଛି । ଫିଲ୍ମ ପ୍ରତି ଦର୍ଶକଙ୍କ ଆଗ୍ରହ ବଢିବା ସହ ବକ୍ସଅଫିସରେ ଫିଲ୍ମର ଆୟ ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି ।

#DoBaaraa has a lacklustre opening weekend... Did witness an upward trend, but the jump - so essential after a low starting point - was missing... Fri 72 lacs [#Janmashtami], Sat 1.02 cr, Sun 1.24 cr. Total: ₹ 2.98 cr. #India biz. pic.twitter.com/qnF7Apuhj5
— taran adarsh (@taran_adarsh) August 22, 2022
ତାପସୀ ପନ୍ନୁଙ୍କ ଫିଲ୍ମ ଦୋବାର ଭଲ ଆୟ କରୁଛି । ସମାଲୋଚକମାନଙ୍କ ଠାରୁ ମଧ୍ୟ ଏହା ଭଲ ପ୍ରତିକ୍ରିୟା ପାଉଛି । ଟାଇମ୍ ଟ୍ରାଭେଲ୍ ଏହି ଚଳଚ୍ଚିତ୍ର ଶୁକ୍ରବାର ଦିନ ୭୨ ଲକ୍ଷ, ଶନିବାର ଦିନ ୧.୦୨ କୋଟି ରୋଜଗାର କରିଛି । ଫିଲ୍ମର ମୋଟ୍ କେଲେକସନ୍ ୨.୯୮ କୋଟି ରହିଛି । ଫିଲ୍ମ 'ଦୋବାର' କଲେକସନ୍ ତାପସୀଙ୍କ ପୂର୍ବ ଫିଲ୍ମ 'ସାବାସ୍ ମିଥୁ' ତୁଳନାରେ ଅଧିକ ରହିଛି । ସାବାସ୍ ମିଠୁ ବକ୍ସ ଅଫିସରେ ଟୋଟାଲ୍ ୨.୨୩ କୋଟିର ବିଜନେସ୍ କରିଥିଲା ।
#DoBaaraa witnesses growth on Day 2... A major chunk of its biz is coming from premium multiplexes... The 2-day total, however, is on the lower side... Needs to have miraculous growth on Day 3 to cover lost ground... Fri 72 lacs, Sat 1.02 cr. Total: ₹ 1.74 cr. #India biz. pic.twitter.com/PlbpNTKKnx
— taran adarsh (@taran_adarsh) August 21, 2022
ଦୋବାରା ୧୯ ଅଗଷ୍ଟରେ ରିଲିଜ୍ ହୋଇଥିଲା । ଏହା ସ୍ପେନ୍ ଚଳଚ୍ଚିତ୍ର ମିରାଜ୍ ର ଅଫିସିଆଲ୍ ରିମେକ୍ । ତାପସୀଙ୍କ ସହ ରାହୁଲ୍ ଭଟ୍ଟ ଓ ପୱେଲ୍ ଗୁଲାଟି ମୁଖ୍ୟ ଭୂମିକାର ନଜର ଆସୁଛନ୍ତି । ପୱେଲ୍ ଏହା ପୂର୍ବରୁ ତାପସୀଙ୍କ ସହ "ଥପଡ୍ଡ"ରେ ଏକାଠି ନଜର ଆସିଥିଲେ ।












Click it and Unblock the Notifications