Get Updates
Get notified of breaking news, exclusive insights, and must-see stories!

ଏକାଠି କାମ କରିବେ ତାପସୀ-ସମନ୍ଥା ,ଲିଡ୍ ରୋଲରେ ନଜର ଆସିବେ ସମନ୍ଥା

Tapsee pannu announces new project with Samantha ସାଉଥ୍ ଅଭିନେତ୍ରୀ ସମନ୍ଥା ରୁଥ୍ ପ୍ରଭୁଙ୍କ ସହ ଏକାଠି କାମ କରିବେ ତାପସୀ । ତେବେ ତାପସୀଙ୍କ ଫିଲ୍ମରେ ଲିଡ୍ ରୋଲରେ ନଜର ଆସିବେ ସମନ୍ଥା ।

ମୁମ୍ବାଇ:ଧିରେ ଧିରେ ସଫଳତାର ଶୀର୍ଷରେ ପହଁଚିଛନ୍ତି ଅଭିନେତ୍ରୀ ତାପସୀ ପନ୍ନୁ । ପ୍ରଥମେ ସାଉଥ ଇଣ୍ତଷ୍ଟ୍ରୀ ଆଉ ଏବେ ସେ ବଲିଉଡରେ କରୁଛନ୍ତି ରାଜ । କିଛିଦିନ ହେବ ଫିଲ୍ମ 'ସାବାସ୍ ମିଠୁ'କୁ ନେଇ ଚର୍ଚ୍ଚା ଲାଗିରହିଛି । ଯାହାର ନିର୍ଦ୍ଦେଶନା ଦାଇତ୍ୱ ତୁଳାଉଛନ୍ତି ଶ୍ରୀଜିତ ମୁଖାର୍ଜୀ ।ଏହି ଫିଲ୍ମରେ ତାପସୀ ଭାରତୀୟ ମହିଳା କ୍ରିକେଟ୍ ଟିମର ପୂର୍ବତନ କ୍ୟାପ୍ଟେନ୍ ମିତାଲି ରାଜଙ୍କ ଭୂମିକାରେ ନଜର ଆସିବେ । ବର୍ତ୍ତମାନ ସେ ନିଜ ଫିଲ୍ମର ପ୍ରମୋସନରେ ବିଜି ଅଛନ୍ତି । ନିକଟରେ ସେ
ଏକ ଇଭେଣ୍ଟରେ ନିଜ ଆଗାମି ପ୍ରୋଜେକ୍ଟ ବିଷୟରେ ଫ୍ୟାନ୍ସଙ୍କୁ ଜଣାଇଥିଲେ ।

tapsee

ଆଲୋଚନା ସମୟରେ ତାପସୀ କହିଥିଲେ ଯେ ସେ ଆଗକୁ ଏକ ପ୍ରୋଜେକ୍ଟରେ ସେ ସାଉଥ୍ ଅଭିନେତ୍ରୀ ସମନ୍ଥା ରୁଥ୍ ପ୍ରଭୁଙ୍କ ସହ ଏକାଠି କାମ କରିବେ । ତେବେ ତାପସୀଙ୍କ ଫିଲ୍ମରେ ଲିଡ୍ ରୋଲରେ ନଜର ଆସିବେ ସମନ୍ଥା । ଖୁବ ଶିଘ୍ର ଏହାର ଅଫିସିଆଲ ଅନାଉନ୍ସମେଣ୍ଟ
ମଧ୍ୟ କରାଯିବ ।ତାପସୀ ଏହା ମଧ୍ୟ କହିଥିଲେ ଯେ ଏହା ନିଶ୍ଚିତ ଯେ ମୁଁ ଏବଂ ସମନ୍ଥା ଏକାଠି କାମ କରୁଛୁ ହେଲେ ଏଥିରେ ଲିଡ୍ ରୋଲରେ ସମନ୍ଥା ନଜର ଆସିବେ ଓ ମୁଁ ଏହି ଫିଲ୍ମକୁ ପ୍ରଡ୍ୟୁସ କରୁଛି । ଏହା ଛଡା ଫିଲ୍ମରେ ଯଦି ମୁଁ କୌଣସି ଭୂମିକାରେ ଫିଟ୍ ଆସିବି ତ ନିଶ୍ଟୟ କରିବି ।

ଏହାଛଡା ଭାୟାକମ୍ ୧୮ ଷ୍ଟୁଡିଓ ସେହିତ ମଧ୍ୟ ସେ ନିଜ ପ୍ରଡକ୍ସନ ବେଞ୍ଚରରେ ପ୍ରସ୍ତୁତ ହେଉଥିବା ଫିଲ୍ମ ଧକ୍ ଧକ୍ ବିଷୟରେ ଆଲୋଚନା କରିଥିଲେ । ଏହି ଫିଲ୍ମରେ ରତନା ପାଠକ, ଦିଆ ମିର୍ଜା ,ଫାତିମା ଓ ,ସଞ୍ଜୟ ମୁଖ୍ୟ ଭୂମିକାରେ ନଜର ଆସିବେ । ତେବେ ଫିଲ୍ମ ଧକ୍ ଧକ୍ କୁ ନେଇ ସେ ବେସ ଉତ୍ସାହିତ ଅଛନ୍ତି । ସୂଚନାଅନୁସାରେ ତାପସୀ ଶାହାରୁଖ ଖାନଙ୍କ ସହ ଫିଲ୍ମ ଡଙ୍କିରେ ମଧ୍ୟ ନଜର ଆସିବେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+