ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ବିବାହ ଭିଡିଓ ହେଲା ଭାଇରାଲ
Taapsee Pannu Mathias Boe: ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ ନିଜ ଲଭ୍ ଲାଇଫକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନିକଟେରେ ଅଭିନେତ୍ରୀ ନିଜ ପ୍ରେମିକ ମାଥିଆସ୍ ବୋଙ୍କୁ ବିବାହ କରିଛନ୍ତି, ଯାହା ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । କୁହାଯାଉଛି ଯେ, ଅଭିନେତ୍ରୀ ସମସ୍ତ ରୀତିନୀତି ଅନୁସାରେ ପରିବାର ସଦସ୍ୟ ଏବଂ କିଛି ବନ୍ଧୁଙ୍କ ଉପସ୍ଥିତିରେ ନିଜ ଲଙ୍ଗ୍ ଟାଇମ୍ ବୟଫ୍ରେଣ୍ତଙ୍କ ହାତ ଧରିଛନ୍ତି । ହଠାତ୍ ଅଭିନେତ୍ରୀଙ୍କ ବିବାହ ସମସ୍ତ ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ କରିଛି ।
ନିକଟରେ ସୋସିଆଲ ମିଡିଆରେ ଏହି ଦମ୍ପତିଙ୍କ ବିବାହର ଏକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ, ତାପସୀ ପନ୍ନୁ ଏକ ଲାଲ୍ ରଙ୍ଗରେ ସୁଟ୍ ପିନ୍ଧିଥିବାର ଦେଖିବା ପାଇଁ ମିଳୁଛି ସେ, ଡ୍ୟାନ୍ସ କରି ବିବାହ ମଣ୍ତପକୁ ଏଣ୍ଟ୍ରି କରୁଥିବା ନଜର ଆସୁଛନ୍ତି । ବର୍ତ୍ତମାନ ଅଭିନେତ୍ରୀଙ୍କ ସଂଗୀତ ସମାରୋହର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ହେଲେ ଏହି ଦମ୍ପତି ଏପର୍ଯ୍ୟନ୍ତ ଅଫିସିଆଲି ନିଜ ବିବାହକୁ ନେଇ କିଛି ଘୋଷଣା କରି ନାହାଁନ୍ତି । ଏପରିକି ବିବାହର କିଛି ଫଟୋ ମଧ୍ୟ ସେୟାର କରି ନାହାଁନ୍ତି । ହେଲେ ବର୍ତ୍ତମାନ ଉଭୟଙ୍କ ବିବାହର ଅନେକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି ।

କୁହାଯାଉଛି ଯେ, ତାପସୀ ପନ୍ନୁ ଏବଂ ମାଥିଆସ୍ ବୋ ୨୩ ମାର୍ଚ୍ଚରେ ଉଦୟପୁରରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏହି ବିବାହରେ ଦମ୍ପତିଙ୍କ ଘନିଷ୍ଠ ବନ୍ଧୁ ଏବଂ ପରିବାର ସଦସ୍ୟ ଯୋଗ ଦେଇଥିଲେ। ଦମ୍ପତିଙ୍କ ସଂଗୀତ ସମାରୋହର ଏକ ଭାଇରାଲ୍ ଭିଡିଓରେ ମାଥିଆସ୍ ବୋ ତାଙ୍କ ପ୍ରିୟ ପତ୍ନୀ ତାପସୀଙ୍କୁ ଧରି ଏକ ରୋମାଣ୍ଟିକ୍ ଗୀତରେ ଡ୍ୟାନ୍ସ କରୁଥିବା ଦେଖିବା ପାଇଁ ମିଳିଥିଲା । ଏହି ଡ୍ୟାନ୍ସରେ ଉଭୟଙ୍କ ରୋମାଣ୍ଟିକ ଅନ୍ଦାଜ୍ ଦର୍ଶକଙ୍କ ମନ ଜିଣିଛି । ସମସ୍ତେ ଏହି ନୂଆ ଦମ୍ପତ୍ତିଙ୍କୁ ଶୁଭେଚ୍ଛା ଜଣାଉଥିବାର ଅନେକ କମେଣ୍ଟ ଦେଖିବା ପାଇଁ ମିଳୁଛି ।
ୱେଲ୍ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଗତ ୧୦ ବର୍ଷ ହେଲା ତାପସୀ ଏବଂ ମାଥିଆସ୍ ପରସ୍ପରକୁ ଡେଟ୍ କରୁଛନ୍ତି । ୨୦୧୩ ମସିହାରେ ଇଣ୍ଡିଆନ୍ ବ୍ୟାଡମିଣ୍ଟନ୍ ଲିଗ୍ ର ଉଦଘାଟନୀ ସମାରୋହରେ ଦୁହେଁଙ୍କର ପ୍ରଥମେ ଦେଖା ହୋଇଥିବା ନେଇ ସୂଚନା ରହିଛି ।












Click it and Unblock the Notifications