For Quick Alerts
Turn On Notification  
For Daily Alerts
Oneindia App Download

ରିଲିଜ୍ ହେଲା ତାପସୀଙ୍କ ଫିଲ୍ମ 'ବ୍ଲର' ଟିଜର୍, ଏହି ଓଟିଟି ପ୍ଲାଟଫର୍ମରେ ହେବ ରିଲିଜ୍

ରିଲିଜ୍ ହେଲା ତାପସୀଙ୍କ ଫିଲ୍ମ 'ବ୍ଲର' ଟିଜର୍, ଏହି ଓଟିଟି ପ୍ଲାଟଫର୍ମରେ ହେବ ରିଲିଜ୍

|

ମୁମ୍ବାଇ: ଚଳିତ ବର୍ଷ ମୁକ୍ତିଲାଭ କରିଥିବା ଫିଲ୍ମ 'ଦୋବାରା' ପରେ ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଆଉ ଏକ ଥ୍ରୀଲର ଡ୍ରାମା ଫିଲ୍ମ ଆସିବା ପାଇଁ ଯାଉଛି । ଆଜ୍ଞା ହଁ ତାପସୀଙ୍କ ଆଗମୀ ଫିଲ୍ମ 'ବ୍ଲର' ରୋମାଞ୍ଚକ ଟିଜର ରିଲିଜ୍ ହୋଇଯାଇଛି । ନଭେମ୍ବର ୨୬ ରେ ରିଲିଜ୍ ହୋଇଥିହା ଏହି ଚଳଚ୍ଚିତ୍ରର ଟିଜର ସସପେନ୍ସ ଏବଂ ଥ୍ରୀଲରରେ ପରିପୂର୍ଣ୍ଣ ।

blur

ଅଭିନେତ୍ରୀ ସୋସିଆଲ ମିଡିଆରେ ତାଙ୍କ ଆଗାମୀ ଚଳଚ୍ଚିତ୍ରର ଟିଜର ପ୍ରଶଂସକଙ୍କ ସହ ସେୟାର କରିଛନ୍ତି । ଟିଜର ଆରମ୍ଭ ଏକ ଫୋନ କଲରୁ ହେଉଛି । ଯାହା ପରେ ବିପଦର ଶବ୍ଦ ଶୁଣିବା ପାଇଁ ମିଳୁଛି । ତା'ପରେ ତାପସୀଙ୍କ ସ୍ୱର ଆସେ, ସେ କୁହନ୍ତି, 'ତୁମେ କାହିଁକି ଚୁପ୍ ଅଛ ? କାହିଁକି ଉତ୍ତର ଦେଉ ନାହଁ ? ଟିଜରରେ, ମୁଁ ଜାଣେ ତୁମେ ଏଠାରେ ଅଛ, ତୁମେ ମୋତେ ଦେଖୁଛ ।' ତାପସୀଙ୍କ ଚିତ୍କାର ସହିତ ଟିଜରଟି ଶେଷ ହେଉଛି ।

ଏହି ଟିଜରକୁ ସେୟାର କରି ତାପସୀ ଲେଖିଛନ୍ତି, 'ବିପଦ ଚାରିଆଡେ ଅଛି, କିନ୍ତୁ ଗାୟତ୍ରୀ ଏହା ଦେଖିବାରେ ସକ୍ଷମ ହେବେ କି? ତାଙ୍କ ଆଖିରେ ତାଙ୍କ ଜଗତକୁ ଦେଖିବାକୁ ପ୍ରସ୍ତୁତ ହୋଇଯାଆନ୍ତୁ' । ତାପସୀଙ୍କ ଫିଲ୍ମ 'ବ୍ଲର' ଏକ ସସପେନ୍ସ ଏବଂ ଥ୍ରୀଲରରେ ପରିପୂର୍ଣ୍ଣ ହେବ । ଏହି ଫିଲ୍ମରେ ତାପସୀ 'ଗାୟତ୍ରୀ' ନାମକ ଜଣେ ଝିଅ ଭୂମିକାରେ ନଜର ଆସିବେ, ଯିଏ ନିଜ ଭଉଣୀଙ୍କ ମୃତ୍ୟୁ ମାମଲାରେ ନିୟୋଜିତ ଅଛନ୍ତି । ଗାୟତ୍ରୀଙ୍କୁ ସବୁକିଛି ଅସ୍ପଷ୍ଟ ବା ବ୍ଲର ଦେଖାଯାଏ, ଅର୍ଥାତ୍ ତାଙ୍କ ଦୁନିଆ ବ୍ଲର୍ । ଅଭିନେତା ଗୁଲଶନ ଦେୱେୟା ମଧ୍ୟ ତାପସୀ ପନ୍ନୁଙ୍କ ସହ ଏହି ଫିଲ୍ମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଅଜୟ ବହଲ। ବ୍ଲର ଡିସେମ୍ବରରେ ୯ ତାରିଖରେ OTT' ପ୍ଲାଟଫର୍ମରେ Zee5ରେ ରିଲିଜ୍ ହେବାକୁ ଯାଉଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Taapsee Pannu Film Blurr Teaser Out
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X