ମା' ହେଲେ ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କର, ଝିଅ ନାଁକୁ ନେଇ ହେଲେ ଟ୍ରୋଲ
Swara Bhasker Baby Girl: ମା' ହେଲେ ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କର । ଅଭିନେତ୍ରୀ 23 ସେପ୍ଟେମ୍ବରରେ ଦିନ ଏକ ଝିଅ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି । ନିକଟରେ ସ୍ୱରା ସୋସିଆଲ ମିଡିଆରେ କିଛି ଫଟୋ ସେୟାର କରି ନିଜ ଫ୍ୟାନ୍ସ ମାନଙ୍କୁ ଏନେଇ ସୂଚନା ଦେଇଥିଲେ ଏହା ସହିତ ସ୍ୱରା ମଧ୍ୟ ତାଙ୍କ ଝିଅର ନାମ ମଧ୍ୟ ଘୋଷଣା କରିଛନ୍ତି । ସୋସିଆଲ ମିଡିଆରେ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ଅଭିନେତ୍ରୀଙ୍କ ଫଟୋ ।
ସ୍ୱରା ସ୍ୱାମୀ ଫୱାଦ ଅହମ୍ମଦଙ୍କ ମିସି ନିଜ ଝିଅର ସ୍ୱାଗତ କରିଥିଲେ । ନିଜ ଇନଷ୍ଟାଗ୍ରାମରେ ସ୍ୱରା ସ୍ୱାମୀ ଏବଂ ଝିଅ ସହ ଫଟୋ ସେୟାର କରିଛନ୍ତି । ତେବେ ଫଟୋରେ ତାଙ୍କ ଝିଅର ଚେହେରା ସ୍ପଷ୍ଟ ଦେଖାଯାଉନାହିଁ। ସ୍ୱରା ଫଟେରେ ଧଳା ରଙ୍ଗର ଡ୍ରେସ୍ ପିନ୍ଧିଥିବାର ଦେଖିବା ପାଇଁ ମିଳୁଛି । ଅଭିନେତ୍ରୀ ଫ୍ୟାମିଲି ଫଟୋ ଏବେ ସୋସିଆଲ ମିଡିଆରେ କରୁଛି ଟ୍ରେଣ୍ତ । ଯାହାକୁ ଦେଖିବା ପରେ ପ୍ରଶଂସକ ତାଙ୍କୁ ଶୁଭେଚ୍ଛା ଜଣାଇବା ଆରମ୍ଭ କରିଦେଇଛନ୍ତି । ଫଟୋ ସେୟାର କରି ସେ ନିଜ ଝିଅର ନାଁ ମଧ୍ୟ ଘୋଷଣା କରିଛନ୍ତି ସ୍ୱରା ନିଜ ଝିଅ ନାଁ ରାବିଆ ରଖିଛନ୍ତି ।

ତେବେ ସ୍ୱରା ଭାସ୍କର ଜଣେ ମହିଳା ସୁଫି ସାଧୁଙ୍କ ନାମରେ ତାଙ୍କ ଝିଅର ନାଁ ରାବିୟା ରଖିଛନ୍ତି। ରାବିଆ ଇରାକର ବାସିନ୍ଦା ଥିଲେ ଯିଏ ସାରା ଜୀବନ ଦାରିଦ୍ର ଏବଂ ପ୍ରାର୍ଥନା କରି ବିତାଇଥିଲେ। ସେ ଇରାକର ପ୍ରଥମ ମହିଳା ସୁଫି ସାଧୁ ଥିଲେ। ସେ ତାଙ୍କ ଜୀବନରେ ବହୁତ ସଂଘର୍ଷ କରିଥିଲେ । ତେବେ ରାବିଆର ଅର୍ଥ ହେଉଛି ଜଣେ ଶକ୍ତିଶାଳୀ ମହିଳା । ଅନ୍ୟପକ୍ଷରେ ମୁସଲମାନ ନାମ ରଖିବା ପରେ ପ୍ରଶଂସକମାନେ କ୍ରମାଗତ ଭାବରେ ଅଭିନେତ୍ରୀଙ୍କୁ ଟ୍ରୋଲ କରୁଛନ୍ତି। ସେହିପରି ତାଙ୍କର କିଛି ପ୍ରଶଂସକ ଏବଂ ବଲିଉଡ ସେଲିବ୍ରିଟି ମାନେ ତାଙ୍କ ପୋଷ୍ଟରେ କମେଣ୍ଟ ଦେଇ ଅଭିନେତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ସ୍ୱରା ଭାସ୍କର ଏବଂ ଫୱାଦ ଅହମ୍ମଦ ଚଳିତ ବର୍ଷ ଆରମ୍ଭରେ କୋର୍ଟ ମ୍ୟାରେଜ୍ କରିଥିଲେ । ଏହା ପରେ ମାର୍ଚ୍ଚ 2023ରେ ଏହି ଦମ୍ପତି ସମ୍ପୂର୍ଣ୍ଣ ରୀତିନୀତି ସହିତ ବିବାହ କରିଥିଲେ । ବିବାହ ପରେ ଅଭିନେତ୍ରୀ ମେ ମାସରେ ତାଙ୍କର ଗର୍ଭବତୀ ଘୋଷଣା କରିଥିଲେ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଏହି କାରଣରୁ ଅଭିନେତ୍ରୀ ସୋସିଆଲ ମିଡିଆରେ ବହୁତ ଟ୍ରୋଲ ଶିକାର ମଧ୍ୟ ହୋଇଥିଲେ ।












Click it and Unblock the Notifications