ସପା ନେତାଙ୍କୁ ବିବାହ କଲେ ଅଭିନେତ୍ରୀ ସ୍ୱରା ଭାସ୍କର, କୋର୍ଟ ମ୍ୟାରେଜ୍ ପେପର୍ ସେୟାର କରି ଦେଲେ ସୂଚନା
ବିବାହ କଲେ ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କର । ଏନେଇ ସ୍ୱରା ନିଜ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ଦେଲେ ସୂଚନା ।

ମୁମ୍ବାଇ:ବିବାହ କଲେ ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କର । ଏନେଇ ସ୍ୱରା ନିଜ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ଦେଲେ ସୂଚନା । ସେ ମୁସଲିମ କାର୍ଯ୍ୟକର୍ତ୍ତା Fahad Zirar Ahmadଙ୍କ ସହ କୋର୍ଟ ମ୍ୟାରେଜ କରିଛନ୍ତି । ଏ ବିଷୟରେ ସୂଚନା ଦେଇ ସ୍ୱରା ଭାସ୍କର ମଧ୍ୟ ଫହଦଙ୍କ ପାଇଁ ଏକ ସ୍ୱତନ୍ତ୍ର ନୋଟ୍ ସେୟାର କରିଛନ୍ତି । ସ୍ୱରା ଇନଷ୍ଟାଗ୍ରାମରେ ୨ ମିନିଟ୍ ୪ ସେକେଣ୍ଡର ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସ୍ୱରା ଦର୍ଶାଇଥିଲେ ଯେ, କିପରି ସେ ଅନେକ ଆନ୍ଦୋଳନରେ ଏକାଠି ଅନେକ ବିବଦକୁ ନେଇ ସ୍ୱର ଉତ୍ତୋଳନ କରିଥିଲେ ଏବଂ କିପରି ଉଭୟଙ୍କ ସମ୍ପର୍କ ଧୀରେ ଧୀରେ ବଦଳିଯାଇଥିଲା ଏବଂ ଆଜି ଶେଷରେ ନିଜ ଲକ୍ଷ୍ୟରେ ପହଁଚି ପାରିଛି ।
ସ୍ୱାମୀ ଫହଦଙ୍କ ପାଇଁ ଏହି ବିଶେଷ ନୋଟ୍ ଲେଖିଲେ ସ୍ୱରା
ଭିଡିଓ ପୋଷ୍ଟ କରି ଅଭିନେତ୍ରୀ ସ୍ୱରା ଭାସ୍କର ଫହଦ୍ ଜିରାର ଅହମ୍ମଦଙ୍କ ପାଇଁ ଏକ ସୁନ୍ଦର ନୋଟ୍ ସେୟାର କରିଛନ୍ତି ଯେଉଁଥିରେ ସେ ଲେଖିଛନ୍ତି, 'ବେଳେବେଳେ ଆପଣ କିଛି ଜୀନିଷକୁ ଦୂରରୁ ଖୋଜନ୍ତି, କିନ୍ତୁ ଏହା ସର୍ବଦା ଆପଣଙ୍କ ଚାରିପାଖରେ ଥାଏ । ଆମେ ପ୍ରେମ ଖୋଜୁଥିଲୁ, କିନ୍ତୁ ପ୍ରଥମେ ବନ୍ଧୁତା ପାଇଲୁ ଏବଂ ପରେ ଆମେ ପରସ୍ପରକୁ ପାଇଲୁ । ମୋର ହୃଦୟକୁ ଫହଦ ଜିରାର ଅହମ୍ମଦଙ୍କୁ ସ୍ୱାଗତ ।
ସ୍ୱରାଙ୍କୁ ବିବାହ ପାଇଁ ଅଭିନନ୍ଦନ ଜଣାଇଲେ ଫ୍ୟାନ୍ସ
ଏହି ଭିଡିଓ ପୋଷ୍ଟ କରିବା ପରେ ସ୍ୱରା ଭାସ୍କରଙ୍କୁ ତାଙ୍କ ପ୍ରଶଂସକମାନେ ବିବାହର ଅଭିନନ୍ଦନ ଜଣାଇଛନ୍ତି । ଜଣେ ୟୁଜର ଲେଖିଛନ୍ତି, 'ତୁମ ଦୁହିଁଙ୍କୁ ଅଭିନନ୍ଦନ' । ଆଉ ଜଣେ ମନ୍ତବ୍ୟ ଦେଇ ଲେଖିଛନ୍ତି, 'ଶାଦି ମୁବାରକ ସ୍ୱରା ଏବଂ ଫହଦ୍ ।
ପୂର୍ବରୁ ହୋଇସାରିଛି ବ୍ରେକ୍ ଅପ୍
ଏହା ପୂର୍ବରୁ ଲେଖକ ହିମାଂଶୁ ଶର୍ମାଙ୍କ ସହ ସ୍ୱରା ଭାସ୍କରଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଉଭୟ ଫିଲ୍ମ 'raanjhanaa' ସେଟରେ ପରଷ୍ପରକୁ ଭେଟିଥିଲେ । କୁହାଯାଏ ଯେ ସ୍ୱରା ଏବଂ ହିମାଂଶୁ ପରସ୍ପରକୁ ୫ ବର୍ଷ ଡେଟ କରିବା ପରେ ଉଭୟଙ୍କର ବ୍ରେକ୍ଅପ୍ ହୋଇଯାଇଥିଲା ।












Click it and Unblock the Notifications