Get Updates
Get notified of breaking news, exclusive insights, and must-see stories!

କେକେଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ସସପେନ୍ସ : କପାଳ ଓ ଓଠରେ ଅଛି କ୍ଷତ ଚିହ୍ନ

ବଲିଉଡ ସିଙ୍ଗର କ୍ରିଷ୍ଣକୁମାର କୁନ୍ନାଥ ଓରଫ କେକେଙ୍କ ମୃତ୍ୟୁ ଘଟଣାରେ ବଢ଼ୁଛି ସସପେନ୍ସ । କେକେଙ୍କ କପାଳ ଓ ଓଠରେ ଆଘାତ ଚିହ୍ନ ଦେଖିବାକୁ ମିଳିଛି ବୋଲି ସୂଚନା ଦେଇଛି ପୋଲିସ।

କୋଲକତା: ବଲିଉଡ ସିଙ୍ଗର କ୍ରିଷ୍ଣକୁମାର କୁନ୍ନାଥ ଓରଫ କେକେଙ୍କ ମୃତ୍ୟୁ ଘଟଣାରେ ବଢ଼ୁଛି ସସପେନ୍ସ । କେକେଙ୍କ କପାଳ ଓ ଓଠରେ ଆଘାତ ଚିହ୍ନ ଦେଖିବାକୁ ମିଳିଛି ବୋଲି ସୂଚନା ଦେଇଛି ପୋଲିସ। ଗୀତ ଗାଇବା ସମୟରେ ସେ ଆୟୋଜକଙ୍କୁ ବାରମ୍ବାର କହିଥିଲେ ଯେ, ସେ ଅସୁସ୍ଥ ଅନୁଭବ କରୁଛନ୍ତି, ହେଲେ ତାଙ୍କ କଥାକୁ କେହି ଶୁଣି ନଥିଲେ ବୋଲି ଅଭିଯୋଗ ହେଉଛି । ତେବେ ପୋଲିସ ଅପମୃତ୍ୟୁ ମାମଲା ଋଜ୍ଜୁ କରି ଉଭୟ କଲେଜ କର୍ତ୍ତୃପକ୍ଷଙ୍କ ସହ ନାଜରୁଲ ମଞ୍ଚ କର୍ତ୍ତୃପକ୍ଷଙ୍କୁ ପଚରା ଉଚରା କରୁଛି ।

Singer KK

ଗତକାଲି ଷ୍ଟେଜ ଶୋ କରୁଥିବା ବେଳେ ହଠାତ ଅସୁସ୍ଥ ହୋଇପଡ଼ିଥିଲେ କେକେ । ଏହା ପରେ ତାଙ୍କୁ କୋଲକାତା ମେଡିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଆୟୋଜନ ସ୍ଥାନରେ ଏସି ଚାଲୁନଥିବାର ସୂଚନା ରହିଛି ।

ପ୍ରଶଂସକ ଏହା ମଧ୍ୟ କହିଛନ୍ତି ଯେ, ଅଡିଟୋରିୟମର ବସିବାର କ୍ଷମତା ୨୫୦୦ କିନ୍ତୁ ସୁରକ୍ଷା କର୍ମୀଙ୍କ ଉପସ୍ଥିତିରେ ୭୦୦୦ ରୁ ଅଧିକ ଲୋକ ଅଡିଟୋରିୟମ ଭିତରକୁ ଯାଇଥିଲେ। ତେଣୁ ପ୍ରବଳ ଗରମ ହେଉଥିଲା । ଆଉ ଗୀତ ଗାଉଥିବା ବେଳେ ବାରମ୍ବାର ରୁମାଲରେ ତାଙ୍କ ମୁଣ୍ଡରୁ ଝାଳ ପୋଛୁଥିବାର ନଜିର ରହିଛି ।

ଅନ୍ୟପଟେ ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ କେକେଙ୍କ ଶରୀର ଓ ମୁହଁରେ କ୍ଷତ ଚିହ୍ନ ରହିଛି । କେମିତି ହେଲା କ୍ଷତ ଚିହ୍ନ ଏବଂ କେଉଁ ପରିସ୍ଥିତିରେ ଏହା ହୋଇଛି ତାର ଖୋଳତାଡ଼ କରୁଛି ପୋଲିସ । କେକେ ଯେଉଁ ହୋଟେଲରେ ରହୁଥିଲେ ସେଠିକାର କର୍ମଚାରୀଙ୍କ ମଧ୍ୟ କୋଲକତା ପୋଲିସ ଜେରା କରିବାର ସୂଚନା ରହିଛି । ସୂଚନା କେକେଙ୍କ ପରଲୋକରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି ।

ଜାତୀୟ ଗଣମାଧ୍ୟମ ଓ ସୋସିଆଲ ସାଇଟରେ ପ୍ରକାଶିତ କେତେକ ଭିଡ଼ିଓରୁ କେକେ ଅସୁସ୍ଥ ଅନୁଭବ କରୁଥିବାର ସ୍ପଷ୍ଟ ମନେ ହେଉଛି। ଗତ କାଲିର ପ୍ରୋଗ୍ରାମରେ ସେ ୨୦ଟି ଗୀତ ଗାଇବାର ବ୍ୟବସ୍ଥା ଥିଲା। ଏବେ ବି ପୋଡିୟମ ଉପରେ ସେହି ଗୀତର ଲିଷ୍ଟ କାଗଜ ପଡି ରହିଛି। ଆୟୋଜକଙ୍କୁ ବାରମ୍ବାର କହିବା ସତ୍ତ୍ୱେ ବି ସେମାନେ କାହିଁକି ଏଥିପାଇଁ ଧ୍ୟାନ ଦେଉନଥିଲେ ବୋଲି ପ୍ରଶ୍ନ ଉଠୁଛି। କେବଳ ସେତିକି ନୁହେଁ ଉପସ୍ଥିତ ଜନତା ମଧ୍ୟ ମଞ୍ଚ ତଳୁ ଏନେଇ ଉତ୍ତେଜନା ସୃଷ୍ଟି କାରିଥିଲେ। କିନ୍ତୁ ସେଥିପ୍ରତି ଧ୍ୟାନ ନ ଦିଆ ଯାଇ କାହିଁକି ପ୍ରୋଗ୍ରାମ ଚାଲୁ ରହିଥିଲା ବୋଲି ସୋସିଆଲ ମିଡ଼ିଆରେ ପ୍ରଶ୍ନ କରୁଛନ୍ତି ୟୁଜର୍ସ। ଆୟୋଜକଙ୍କ କୁପରିଚାଳନା ଯୋଗୁଁ ଏପରି ହୋଇଛି ବୋଲି କେହି କେହି ମତ ରଖିଛନ୍ତି।

ପ୍ରଶଂସକ ବ୍ୟତୀତ ପଶ୍ଚିମବଙ୍ଗ ବିଜେପିର ପୂର୍ବତନ ଅଧ୍ୟକ୍ଷ ଦିଲୀପ ଘୋଷ ରାଜ୍ୟ ସରକାରଙ୍କୁ ମଧ୍ୟ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମ କିପରି ଆୟୋଜିତ ହୋଇଛି ତାହା ଠିକ ନୁହେଁ, ଏହାର ଅନୁସନ୍ଧାନ କରାଯିବା ଉଚିତ। ବିନା ଏସିରେ ଓ ଏତେ ଭିଡ଼ରେ ତାଙ୍କୁ କାମ କରିବାକୁ ପଡ଼ିଥିଲା ବୋଲି ଦିଲୀପ ଘୋଷ କହିଛନ୍ତି। ଜନତା କ୍ଷମତାଠାରୁ ଅଧିକ ଓ ଏସି ବନ୍ଦ ଥିବା ସେ କହିଛନ୍ତି। ଏହା ଜଣା ନାହିଁ ଯେ ଏହି କାରଣରୁ ତାଙ୍କର ସ୍ୱାସ୍ଥ୍ୟ ଖରାପ ହୋଇଥିଲା କି ନାହିଁ, ଏହା ଜଣା ନାହିଁ ଯେ ଲୋକେ ମଧ୍ୟ ଉତ୍ତେଜନା ପ୍ରକାଶ କରିଥିଲେ କି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+