ସୁସ୍ମିତା-ଲଳିତ ଆଫେୟାର୍ସ: ମୁହଁ ଖୋଲିଲେ ସୁସ୍ମିତାଙ୍କ ପିତା
ଅବସରପ୍ରାପ୍ତ ଭାରତୀୟ ବାୟୁସେନା ଅଧିକାରୀ ସୁବୀର ସେନ କହିଛନ୍ତି, “ମୋର ଏହା ବିଷୟରେ କୌଣସି ଧାରଣା ନାହିଁ। ମୁଁ ଶୁକ୍ରବାର ସକାଳେ ତାଙ୍କ ସହ ଫୋନରେ କଥା ହୋଇଥିଲି। କିନ୍ତୁ, ସେ ମୋତେ ଏ ବିଷୟରେ କିଛି କହି ନାହାଁନ୍ତି ।
ମୁମ୍ବାଇ: ଚର୍ଚ୍ଚାରେ ପୂର୍ବତନ ମିସ୍ ୟୁନିଭର୍ସ ସୁସ୍ମିତା ସେନ୍ ଓ ଆଇପିଏଲ୍ର ପୂର୍ବତନ ଚେୟାରମ୍ୟାନ୍ ଲଳିତ ମୋଦି । ଦୁହିଁଙ୍କ ସଂପର୍କ ବିଷୟରେ ଖବର ବାହାରକୁ ଆସିବା ପରେ ଚାରିଆଡେ ଏହାକୁ ନେଇ ଚର୍ଚ୍ଚାହେଉଥିବା ଦେଖିବାକୁ ମିଳିଛି ନିକଟରେ ସୁସ୍ମିତା ଏବଂ ତାଙ୍କ ପୂର୍ବତନ ପ୍ରେମିକ ରହମାନଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଥିବାବେଳେ ବର୍ତ୍ତମାନ ଅଭିନେତ୍ରୀଙ୍କ ବାପା ନିଜର ପ୍ରତିକ୍ରିୟା ରଖିଛନ୍ତି ।

ଗୁରୁବାର ସନ୍ଧ୍ୟାରେ ଲଳିତ ମୋଦି ସୁସ୍ମିତା ସେନଙ୍କ ସହ କିଛି ଫଟୋ ସେୟାର କରିଛନ୍ତି, ଯେଉଁଥିରେ ଉଭୟ ଏକାଠି କେଉଁ ଏକ ସୁନ୍ଦର ଦ୍ବୀପରେ ଛୁଟି କାଟୁଥିବା ଦେଖିବାକୁ ମିଳିଛି । ଫଟୋ ସେୟାର କରି ଲଳିତ ଦାବି କରିଛନ୍ତି ଯେ, ସେ ବଲିଉଡ ଅଭିନେତ୍ରୀ ସୁସ୍ମିତାଙ୍କୁ ଡେଟ କରୁଛନ୍ତି । ଲଳିତ ମୋଦିଙ୍କ ଏହି ଟ୍ୱିଟ୍ ସାମ୍ନାକୁ ଆସିବା ମାତ୍ରେ ସବୁଆଡେ ହଇଚଇ ସୃଷ୍ଟି ହୋଇଯାଇଥିଲା ।












Click it and Unblock the Notifications