ଟ୍ରାନ୍ସଜେଣ୍ଡର ଆକ୍ଟିଭିଷ୍ଟ ସାଜିବେ ଅଭିନେତ୍ରୀ ସୁସ୍ମିତା ସେନ୍ !
ଟ୍ରାନ୍ସଜେଣ୍ଡର ଆକ୍ଟିଭିଷ୍ଟ ସାଜିବେ ଅଭିନେତ୍ରୀ ସୁସ୍ମିତା ସେନ୍ !
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ୍ । 'ଆର୍ଯ୍ୟ' ରେ ନିଜ ଦମଦାର ଅଭିନୟରେ ସେ ଚହଳ ସୃଷ୍ଟି କରିଥିଲେ । Aarya ସାଜି ସେ ଦର୍ଶକଙ୍କୁ ବେଶ୍ ଇମପ୍ରେସ କରିଥିଲେ । ଏ ପର୍ଯ୍ୟନ୍ତ ଏହି ୱେବ୍ ସିରିଜର ୨ଟି ସିଜିନ୍ ଆସି ସାରିଛି ଏବଂ ପ୍ରତ୍ୟେକ ସିଜିନ୍କୁ ଦର୍ଶକଙ୍କର ବେଶ୍ ଭଲ ପାଇବା ମିଳିଛି । ଗଣମାଧ୍ୟମ ରିପୋର୍ଟ ଅନୁସାରେ ସୁସ୍ମିତାଙ୍କର ଆଉ ଏକ ୱେବ୍ ସିରିଜ୍ ଆସିବା ପାଇଁ ଯାଉଛି । ଯେଉଁଥିରେ କିଛି ଭିନ୍ନ ରହିବ ଅଭିନେତ୍ରୀଙ୍କ ଅନ୍ଦାଜ୍ ।

ସୂଚନା ଅନୁସାରେ, ଆଗାମୀ ୱେବ୍ ସିରିଜରେ ସୁସ୍ମିତା ସେନଙ୍କୁ ଜଣେ ଟ୍ରାନ୍ସଜେଣ୍ତର ଚରିତ୍ରରେ ଦେଖିବା ପାଇଁ ମିଳିବ । ଟ୍ରାନ୍ସଜେଣ୍ଡର ଆକ୍ଟିଭିଷ୍ଟ ଗୌରୀ ସାୱନ୍ତଙ୍କ ଉପରେ ଆଧାରିତ ହେବ ଏହି ସିରିଜ୍ । ଏଥିରେ ସୁସ୍ମିତାଙ୍କୁ ମୁଖ୍ୟ ଚରିତ୍ରରେ ଦେଖିବା ପାଇଁ ମିଳିବ । ତେବେ ଏହି ରୋଲ୍ ବା ଭୂମିକା ପାଇଁ ୱେବ୍ ସିରିଜ୍ ନିର୍ମାତାଙ୍କଠୁ ଅଫର ପାଇବା ପରେ ସୁସ୍ମିତା ତୁରନ୍ତ ହଁ କହିଥିଲେ । ଟ୍ରାନ୍ସଜେଣ୍ତର ଆକ୍ଟିଭିଷ୍ଟ ଗୌରୀ ସାୱନ୍ତଙ୍କ ଜୀବନୀ ଉପରେ ଆଧାରିତ ଏହି ୱେବ୍ ସିରିଜ୍ ପାଇଁ ସେ ଖୁବ ଉତ୍ସାହିତ ମଧ୍ୟ ଅଛନ୍ତି । ଖବର ଏହା ମଧ୍ୟ ରହିଛି ଯେ ଏହି ସିରିଜର କାମ ଆରମ୍ଭ ହୋଇସାରିଲାଣି । ମରାଠୀ ଚଳଚ୍ଚିତ୍ର ନିର୍ମାତା ରବି ଯାଦବ ଏହି ସିରିଜରେ ନିର୍ଦ୍ଦେଶନା ଦାଇତ୍ୱ ତୁଳାଉଛନ୍ତି । ଭୁଟ୍ରେ ଏହି ୱେବ୍ ସିରିଜ୍ ରିଲିଜ୍ ହୋଇପାରେ ।
ଗ୍ଲୋବାଲ ସ୍ପୋର୍ଟସ ଏଣ୍ଟରଟେନମେଣ୍ଟ ଆଣ୍ଡ ମିଡିଆ ସଲ୍ୟୁସନ ବ୍ୟାନରରେ ଅର୍ଜୁନ ସିଂ ବାରନ ଏବଂ କାର୍ତ୍ତିକ ଡି ନିଶନ୍ଦର ଏହା ପ୍ରସ୍ତୁତ କରିବେ। ଏହି ସିରିଜ୍ର ମୋଟ୍ ୬ଟି ଏପିସୋଡ୍ ଦେଖିବା ପାଇଁ ମିଳିବ । ଖବର ଅନୁଯାୟୀ, ସୁସ୍ମିତା ନଭେମ୍ବର ଶେଷ ସୁଦ୍ଧା ଏହି ସିରିଜର ସୁଟିଂ ଶେଷ କରିବେ । ସିରିଜର ନାଁ ଏ ପର୍ଯ୍ୟନ୍ତ ସ୍ଥିର କରାଯାଇ ନାହିଁ ।
ନିକଟରେ ବଲିଉଡର ସୁନ୍ଦରୀ ସୁସ୍ମିତା ସେନଙ୍କ ଲଳିତ ମୋଦି ସମ୍ପର୍କକୁ ନେଇ ଚର୍ଚ୍ଚା ଜୋରଧରିଥିଲା । ଲଳିତ ମୋଦି ତାଙ୍କ ସହ କିଛି ରୋମାଣ୍ଟିକ ଫଟୋ ସେୟାର କରିଥିଲେ । ସେ ସୁସ୍ମିତାଙ୍କ ସହ ଫଟୋ ସେୟାର କରି ଲେଖିଥିଲେ- Dating to each other । ଏହାପରେ ଚାରିଆଡେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ସୋସିଆଲ ମିଡିଆରେ ଅଭିନେତ୍ରୀଙ୍କୁ ଟ୍ରୋଲ ହେବା ପାଇଁ ମଧ୍ୟ ପଡିଥିଲା । ଏହାର କିଛି ଦିନ ପରେ ସୁସ୍ମିତା ଏହି ପୋଷ୍ଟକୁ ନେଇ ନିଜ ମତ ମଧ୍ୟ ରଖିଥିଲେ ।












Click it and Unblock the Notifications