Get Updates
Get notified of breaking news, exclusive insights, and must-see stories!

୪୮ ବର୍ଷ ବୟସରେ ଏହି ମଡେଲଙ୍କୁ ବିବାହ କରିବେ ଅଭିନେତ୍ରୀ ସୁସ୍ମିତା ସେନ୍ !

Sushmita Sen On Marriage: ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ୍ ତାଙ୍କର ଆଗାମୀ ୱେବ୍ ସିରିଜ୍ 'Aarya 3'କୁ ନେଇ ବେଶ୍ ଚର୍ଚ୍ଚାରେ ଅଛନ୍ତି । ଅଭିନେତ୍ରୀ ନିଜ ନୂଆ ସିରିଜର ଜୋରଦାର ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି । ଏହା ବ୍ୟତୀତ ସେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ପ୍ରାୟତଃ ହେଡଲାଇନରେ ରହିଥା'ନ୍ତି । ନିକଟରେ ଅଭିନେତ୍ରୀ ତାଙ୍କ ବିବାହକୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି ।

ସୁସ୍ମିତା ସେନ୍ ରୋହମାନ୍ ଶୋଲ୍ ସହିତ ବ୍ରେକ୍ଅପ୍ ପରେ ପୁଣି ପ୍ୟାଚ୍ ଅପ୍ କରିଛନ୍ତି । ଯାହା ପରେ ଉଭୟଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି । ପ୍ରଶଂସକମାନେ ଏହି ଯୋଡିକୁ ବେଶ୍ ପସନ୍ଦ କରନ୍ତି । ହେଲେ ଉଭୟ ନିଜ ସମ୍ପର୍କ ବିଷୟରେ କେବେ ଆଲୋଚନା କରିନାହାଁନ୍ତି । ବର୍ତ୍ତମାନ 'ଆର୍ଯ୍ୟ 3' ର ପ୍ରମୋସନ ସମୟରେ ଏକ ସାକ୍ଷାତକାରରେ ଅଭିନେତ୍ରୀ ରୋହମାନଙ୍କ ସହ ବିବାହ ବିଷୟରେ ଏକ ବିବୃତ୍ତି ଦେଇଛନ୍ତି ।

Sushmita Sen On Marriage

ଏକ ସାକ୍ଷାତକାରରେ ସୁସ୍ମିତା ସେନ୍ କହିଛନ୍ତି, ମୁଁ ଜାଣେ ଯେ ଲୋକମାନେ ଚାହାଁନ୍ତି ମୋତେ ବିବାହ କରିନେବା ଉଚିତ୍ । ହେଲେ ମୁଁ ଏଥି ପ୍ରତି ଧ୍ୟାନ ଦିଏ ନାହିଁ । ମୁଁ ବିବାହ ଉପରେ ବିଶ୍ୱାସ କରେ ହେଲେ ବର୍ତ୍ତମାନ ମୋର ସେପରି କୌଣସି ପ୍ଲାନ୍ ନାହିଁ ।

ସୁସ୍ମିତା ସେନ୍ ଆହୁରି କହିଛନ୍ତି, 'ମୋର ଆର୍ଯ୍ୟ ନିର୍ଦ୍ଦେଶକ ରାମ ମାଧୱନୀ ଏବଂ ନିର୍ମାତା ଅମିତା ମାଧୱନୀଙ୍କ ପରି ସୁନ୍ଦର ଲୋକଙ୍କୁ ଜାଣିବାର ମୌକା ମିଳିଛି । ମୁଁ ଜାଣିଥିବା ସବୁଠାରୁ ସୁନ୍ଦର ଦମ୍ପତିମାନଙ୍କ ମଧ୍ୟରୁ ଏହି ଯୋଡି ଗୋଟିଏ । କିନ୍ତୁ ମୁଁ ବନ୍ଧୁତା ଉପରେ ଅଧିକ ବିଶ୍ୱାସ କରେ । ଯଦି ମୋ ସାଥୀ ବା ବନ୍ଧୁଙ୍କ ମଧ୍ୟରେ ଏହି ସବୁ ଜିନିଷ ରହିଛି ତେବେ ବିବାହ ହୋଇପାରେ । କିନ୍ତୁ ବିବାହ ପାଇଁ ସମ୍ମାନ ଏବଂ ବନ୍ଧୁତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ସୁସ୍ମିତା ସେନ୍ ଏବଂ ରୋହମାନ ଦୀର୍ଘ ଦିନ ହେଲା ଏକାଠି ଅଛନ୍ତି । ଅଭିନେତ୍ରୀ 2018 ରେ ତାଙ୍କ ସହିତ ନିଜ ସମ୍ପର୍କକୁ ଅଫିସିଆଲ୍ କରିଥିଲେ । କିନ୍ତୁ ଦୁହେଁ 2021 ମସିହାରେ ଅଲଗା ହୋଇଯାଇଥିଲେ । ଏହା ପରେ ଅଭିନେତ୍ରୀ ଏବଂ ଲଲିତ ମୋଦୀଙ୍କ ସହ ସମ୍ପର୍କକୁ ନେଇ ଚର୍ଚ୍ଚା ହୋଇଥିଲା ସୋସିଆଲ ମିଡିଆରେ ଅନେକ ଫଟୋ ଭାଇରାଲ ମଧ୍ୟ ହୋଇଥିଲା । ହେଲେ କିଛି ଦିନ ପରେ ପୁଣି ସୁସ୍ମିତା ଏବଂ ରୋହମାନଙ୍କୁ ଏକାଠି ଦେଖିବା ପାଇଁ ମିଳିଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+