ମୁଁ ସୂର୍ଯ୍ୟ ପରି, ଯାହା ନିଜ ଅସ୍ତିତ୍ୱ ଏବଂ ବିବେକ ପାଇଁ ସବୁଦିନ ପାଇଁ ଉଜ୍ଜ୍ୱଳ ରହିବ :ସୁସ୍ମିତା ସେନ
I Am The Sun….Perfectly Centred In My Being & My Conscience: Sushmita senNeha Dhupia Priyanka have come out in support of Sushmita Sen after she was called a ‘gold digger’ ମୁଁ ସୂର୍ଯ୍ୟ ପରି, ଯାହା ନିଜ ଅସ୍ତିତ୍ୱ ଏବଂ ବିବେକ
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନଙ୍କୁ ନେଇ ଆଜିକାଲି ଚର୍ଚ୍ଚା ଲାଗି ରହିଛି ।ଚର୍ଚ୍ଚାରେ ଲଳିତ ମୋଦୀ ସୁସ୍ମିତା ସେନ ପ୍ରେମ କାହାଣୀ ବ୍ୟବସାୟୀ ଲଲିତ ମୋଦୀଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଅଭିନେତ୍ରୀଙ୍କୁ ଅନେକ ସମାଲୋଚନା ମଧ୍ୟ କରୁଛନ୍ତି । ସୋସିଆଲ ମିଡିଆରେ ସୁସ୍ମିତାଙ୍କୁ ବହୁତ ଟ୍ରୋଲ କରାଯାଉଛି। ରବିବାର ଦିନ ସୁସ୍ମିତା ସେନ ଟ୍ରୋଲର୍ସଙ୍କର ଖୁବ ଖୁବ ନିନ୍ଦା କରିଥିଲେ । ସୁସ୍ମିତାଙ୍କୁ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଥିଲେ । ଏହି ପୋଷ୍ଟରେ ସୁସ୍ମିତାଙ୍କୁ ସମର୍ଥନ କରିଛନ୍ତି ପ୍ରିୟଙ୍କା ଚୋପ୍ରାଙ୍କ । ପ୍ରିୟଙ୍କା ତାଙ୍କ ପୋଷ୍ଟରେ କମେଣ୍ଟ ଦେଇ ସୁସ୍ମିତାଙ୍କୁ ସମର୍ଥନ କରିଛନ୍ତି।

ସୋସିଆଲ ମିଡିଆରେ ନିଜର ଏକ ଫଟୋ ସହ ଏକ ବଡ଼ ପୋଷ୍ଟ ଲେଖି ଅନେକ ଟ୍ରୋଲର୍ସଙ୍କ ମୁହଁ ବନ୍ଦ କରିଥିଲେ ୱଣ୍ଡର ୱିମେନ ସୁସ୍ମିତା । ଏହି ପୋଷ୍ଟରେ ସୁସ୍ମିତା ସମାଲୋଚକଙ୍କୁ ଉପଯୁକ୍ତ ଉତ୍ତର ଦେଇଛନ୍ତି। ସୁସ୍ମିତାଙ୍କ ପୋଷ୍ଟ ସେୟାର କରିବା ପେରେ ଅନେକ ବଲିଉଡ ସେଲିବ୍ରିଟି ସମର୍ଥନ କରିଛନ୍ତି । ସେ ସୁସ୍ମିତାଙ୍କ ପୋଷ୍ଟରେ କେମେଣ୍ଟ ଓ ଲାଇକ୍ କରି ନିଜ ସମର୍ଥନ ଜଣାଉଛନ୍ତି । ନେହା ଧୁପିଆ ଏବଂ ପ୍ରିୟଙ୍କା ଚୋପ୍ରା ସୁସ୍ମିତାଙ୍କ ଫୋଷ୍ଟରେ କମେଣ୍ଟ କରି ତାଙ୍କୁ ସପୋର୍ଟ କରିଛନ୍ତି ।ଏପରିକି ଶିଳ୍ପା ସେଟ୍ଟି ମଧ୍ୟ ସୁସ୍ମିତାଙ୍କୁ ନିଜ ଷ୍ଟାର କହିବା ସହ ଭଲ ପାଇବା ଜଣାଇଛନ୍ତି ।ସେହିପରି ପ୍ରିୟଙ୍କା ଚୋପ୍ରା ଲେଖିଛନ୍ତି 'Tell em Queen' ।
ସୁସ୍ମିତା ନିଜ ଫଟୋ ସେୟାର କରି ଲେଖିଛନ୍ତି କିଛି ଦିନ ହେବ ସୋସିଆଲ ମିଡିଆରେ ମୋତେ ଗୋଲ୍ଡଡିଗର ବା ଧନଲୋଭି ବୋଲି କୁହାଯାଇ ମୋତେ ଅପମାନ କରାଯାଉଛି । ମୋର ସମାଲୋଚନା କରାଯାଉଛି । ହେଲେ ମୁଁ ସମାଲୋଚକମାନଙ୍କୁ ବିଲକୁଲ ଧ୍ୟାନ ଦେଉ ନାହିଁ । ମୋର ସୁନା ନୁହେଁ, ହୀରା ପରୀକ୍ଷା କରିବାର କ୍ଷମତା ଅଛି । ଏପରି ସ୍ଥିତିରେ, କେତେକ ବୁଦ୍ଧିଜୀବୀଙ୍କ ମାଧ୍ୟମରେ ମୋତେ ଗୋଲ୍ଡ ଡିଗର କୁହାଯାଉଛି ।ଯାହା ସେମାନଙ୍କର ନିମ୍ନ ମାନସିକତାକୁ ସ୍ପଷ୍ଟ ଭାବରେ ଦର୍ଶାଉଛି । ମୋ ସହ ବନ୍ଧୁ ଓ ପରିବାର ସଦସ୍ୟଙ୍କର ସମ୍ପୂର୍ଣ୍ଣ ସମର୍ଥନ ରହିଛି । କାରଣ ମୁଁ ସୂର୍ଯ୍ୟ ପରି, ଯାହା ଏହାର ଅସ୍ତିତ୍ୱ ଏବଂ ବିବେକ ପାଇଁ ସବୁଦିନ ପାଇଁ ଉଜ୍ଜ୍ୱଳ ରହିବ ।












Click it and Unblock the Notifications