ମାଲଦ୍ବୀପରେ ସୁସ୍ମିତା ସେନ, ସୋଶାଲ ମିଡିଆରେ ସେୟାର କଲେ ବୋଲ୍ଡ ଫଟୋ
ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ୍ 90 ଦଶକରେ ଦେଖାଉଥିଲେ ତାଙ୍କର ଅଭିନୟର ଜଲୱା । ବର୍ତ୍ତମାନ ହୁଏତ ତାଙ୍କୁ ଫିଲ୍ମରେ ଦେଖିବାକୁ ମିଳୁନାହିଁ , କିନ୍ତୁ ତାଙ୍କ ରିଲେସନସିପ୍ ଷ୍ଟାଟସ୍ ଏବଂ ନିଜର ସୌନ୍ଦର୍ଯ୍ୟକୁ ନେଇ ସେ ସର୍ବଦା ଚର୍ଚ୍ଚାରେ ରହୁଛନ୍ତି । ଆଜିକାଲି
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ୍ 90 ଦଶକରେ ଦେଖାଉଥିଲେ ତାଙ୍କର ଅଭିନୟର ଜଲୱା । ବର୍ତ୍ତମାନ ହୁଏତ ତାଙ୍କୁ ଫିଲ୍ମରେ ଦେଖିବାକୁ ମିଳୁନାହିଁ , କିନ୍ତୁ ତାଙ୍କ ରିଲେସନସିପ୍ ଷ୍ଟାଟସ୍ ଏବଂ ନିଜର ସୌନ୍ଦର୍ଯ୍ୟକୁ ନେଇ ସେ ସର୍ବଦା ଚର୍ଚ୍ଚାରେ ରହୁଛନ୍ତି । ଆଜିକାଲି ମାଲଦ୍ୱୀପରେ ସମୟ ବିତାଉଥିବା ସହ ନିଜର କିଛି ବୋଲ୍ଡ ଫଟୋ ସୋଶାଲ ମିଡିଆରେ ସେୟାର କରିଛନ୍ତି ସୁସ୍ମିତା ।

ମାଲଦ୍ବୀପର ଏକ ସୁଇମିଂ ପୁଲରୁ ନିଜର ବୋଲ୍ଡ ଫଟୋ ସେୟାର କରି ଲେଖିଥିଲେ, Bliss...। ସୁସ୍ମିତାଙ୍କ ଏହି ଅବତାର ଦେଖି ତାଙ୍କର ସୌନ୍ଦର୍ଯ୍ୟକୁ ପ୍ରଶଂସା କରିବାରେ ଲାଗି ପଡିଛନ୍ତି ଫ୍ୟାନ୍ସ । ଜଣେ ପ୍ରଶଂସକ କମେଣ୍ଟ ଦେଇ ଲେଖିଛନ୍ତି, 'କ୍ବିନ ସର୍ବଦା କ୍ବିନ ହିଁ ରହେ'। ଅନ୍ୟ ପ୍ରଶଂସକ କମେଣ୍ଟରେ ଲେଖିଛନ୍ତି, 'କଥା କ'ଣ ପରଫେକ୍ଟ'।
ଉଲ୍ଲେଖନୀୟ ଯେ, କିଛି ମାସ ପୂର୍ବରୁ ସୁସ୍ମିତା ସେନ୍ ବୟଫ୍ରେଣ୍ଡ ରେହମନଙ୍କ ସହ ତାଙ୍କ ବ୍ରେକଅପ୍କୁ ନେଇ ଚର୍ଚ୍ଚାରେ ଥିଲେ । ସୁସ୍ମିତା ରେହମାନଙ୍କୁ ଦୀର୍ଘ ସମୟ ଧରି ଡେଟ କରୁଥିଲେ । ଉଭୟଙ୍କ ରୋମାଣ୍ଟିକ ଫଟୋ ମଧ୍ୟ ସୋଶାଲ ମିଡିଆରେ ଭାଇରାଲ ହେଉଥିଲା । ଅଭିନେତ୍ରୀ ନିଜେ ସୋଶାଲ ମିଡିଆରେ ଏକ ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ତାଙ୍କ ବ୍ରେକଅପ୍ ଖବର ଦେଇଥିଲେ । ତେବେ ବ୍ରେକଅପ୍ ପରେ ମଧ୍ୟ ସୁସ୍ମିତା ଏବଂ ରେହମାନ ଅନେକ ଥର ଏକାଠି ନଜର ଆସିଛନ୍ତି ।












Click it and Unblock the Notifications