ସୁଶାନ୍ତ ସିଂ ରାଜପୁତଙ୍କ ଘର ପଡିଛି ଖାଲି, ଭୟରେ ଆସୁ ନାହାନ୍ତି ଭଡ଼ାଟିଆ
ସୁଶାନ୍ତ ସିଂ ରାଜପୁତଙ୍କ ଘର ପଡିଛି ଖାଲି, ଭୟରେ ଆସୁ ନାହାନ୍ତି ଭଡ଼ାଟିଆ
ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡରେ ଚହଳ ସୃଷ୍ଟି ହୋଇଯାଇଥିଲା । ସମସ୍ତଙ୍କୁ ଚକିତ କରିଦେଇଥିଲା ଏହି ଦୁଃଖଦ ଖବର । ସେ ବାନ୍ଦ୍ରାସ୍ଥିତ ସି-ଫେସିଙ୍ଗ୍ ବିଳାସପୂର୍ଣ୍ଣ ଫ୍ଲାଟରେ ଭଡା ରହୁଥିଲେ । ଯେଉଁଠାରେ ସେ ୧୪ ଜୁନ୍ ୨୦୨୦ ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ସୁଶାନ୍ତଙ୍କ ମୃତ୍ୟୁ ପରେ ଏବେ ଚିନ୍ତାର ଏହି ଫ୍ଲାଟ ମାଲିକ । ବାସ୍ତବରେ, ଅଭିନେତାଙ୍କ ମୃତ୍ୟୁ ପରେ ଏହ ଘରେ କେହି ରହିବା ପାଇଁ ଚାହୁଁ ନାହାଁନ୍ତି । ମାଲିକଙ୍କ ସୂଚନା ଅନୁସାରେ, ଏହି ପ୍ଲାଟକୁ ବଲିଉଡର କୌଣସି ଷ୍ଟାର ଏପରିକି ସାଧାରଣ ଲୋକ ମଧ୍ୟ ଭଡାରେ ନେବା ପାଇଁ ଚାହୁଁନାହଁନ୍ତି ।

Sea Facing Duplex 4BHK with a Terrace Mont Blanc
— Rafique Merchant (@RafiqueMerchant) December 9, 2022
5 lakhs Rent
Carter Road, Bandra West. RAFIQUE MERCHANT 9892232060, 8928364794 pic.twitter.com/YTcjIRiSrw
ଲୋକମାନେ ଫ୍ଲାଟରେ ରହିବାକୁ କରୁଛନ୍ତି ଭୟ
ବଲିଉଡ ହଙ୍ଗାମା ସହିତ ଏକ ସାକ୍ଷାତକାରରେ ରାଫିକ୍ ମର୍ଚାଣ୍ଟ କହିଛନ୍ତି, ଲୋକମାନେ ଏହି ଫ୍ଲାଟରେ ରହିବା ପାଇଁ ଭୟ କରୁଛନ୍ତି । ସୁଶାନ୍ତ ସିଂ ରାଜପୁତଙ୍କର ମୃତ୍ୟୁ ଏହି ଫ୍ଲାଟରେ ହୋଇଥି ଜାଣିବା ପରେ ଲୋକେ ଏହି ଘରକୁ ଦେଖିବା ପାଇଁ ମଧ୍ୟ ଆସୁ ନାହଁନ୍ତି । ଅନେକ ଲୋକଙ୍କ ସହ ଆଲୋଚନା ହୋଇଛି ସତ ହେଲେ ଏଠି କେହି ରହିବା ପାଇଁ ବା କିଣିବା ପାଇଁ ପ୍ରସ୍ତୁତ ହେଉ ନାହଁନ୍ତି ।
ଚଳଚ୍ଚିତ୍ର ତାରକାଙ୍କୁ ଫ୍ଲାଟ ନ ଦେବାକୁ ନିଷ୍ପତ୍ତି ନେଇଛି
ଏହି ଫ୍ଲାଟର ମାଲିକ ହେଉଛନ୍ତି NRI ଏବଂ ବର୍ତ୍ତମାନ ସେ ଏହି ଫ୍ଲାଟକୁ କୌଣସି ଫିଲ୍ମ ଷ୍ଟାରଙ୍କୁ ଦେବାକୁ ଚାହୁଁନାହାଁନ୍ତି । ରଫିକ୍ ମର୍ଚାଣ୍ଟ ଆହୁରି କହିଛନ୍ତି, 'ବର୍ତ୍ତମାନ ଏହି ଫ୍ଲାଟକୁ କୌଣସି ସେଲିବ୍ରିଟିଙ୍କୁ ଭଡା ଦେବା ପାଇଁ ଚାହୁଁ ନାହିଁ , ଯେତେ ବଡ ସେଲିବ୍ରିଟି ହେଲେ ବି ମଧ୍ୟ ଭଡ଼ା ଦେବି ନାହିଁ । ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ବର୍ତ୍ତମାନ ସେ ଏହି ଫ୍ଲାଟକୁ କେବଳ କର୍ପୋରେଟ୍ ବ୍ୟକ୍ତିଙ୍କୁ ଦେବେ ।












Click it and Unblock the Notifications