ସୁଶାନ୍ତ ସିଂ ମୃତ୍ୟୁ ମାମଲା: ରିଆଙ୍କ ସହ ୪୪ ଥର ଫୋନରେ କଥା ହୋଇଥିଲେ ଆଦିତ୍ୟ ଠାକରେ !
ପୁଣି ଚର୍ଚ୍ଚାରେ ସୁଶାନ୍ତ ସିଂ ମୃତ୍ୟୁ ମାମଲା: ରିଆଙ୍କ ସହ ୪୪ ଥର ଫୋନରେ କଥା ହୋଇଥିଲେ ଆଦିତ୍ୟ ଠାକରେ
Sushant Singh Rajput Death Case: ସୁଶାନ୍ତ ସିଂ ରାଜପୁତ ମାମଲାକୁ ନେଇ ବର୍ତ୍ତମାନ ମଧ୍ୟ ବିବାଦ ଜାରି ରହିଛି । ମହାରାଷ୍ଟ୍ର ସିଏମ୍ ଏକନାଥ ସିନ୍ଦେଙ୍କ ସମର୍ଥିତ ସାଂସଦ ଅଭିଯୋଗ ଆଣିଛନ୍ତି ଯେ, ଅଭିନେତା ସୁଶାନ୍ତ ସିଂଙ୍କ ମୃତ୍ୟୁ ପରେ ଏବଂ ପୂର୍ବରୁ ଆଦିତ୍ୟ ଠାକରେ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କୁ ୪୪ ଥର ଫୋନ୍ କରିଥିଲେ । ସେହିପରି ଏକନାଥ ସିନ୍ଦେଙ୍କ ସମର୍ଥିତ ସାଂସଦ ରାହୁଲ ଶୋବାଲ ଦାବି କରିଛନ୍ତି ଯେ, ସୁଶାନ୍ତ ସିଂଙ୍କ ମୃତ୍ୟୁ ପଛରେ ଆଦିତ୍ୟଙ୍କ ହାତ ରହିଛି ଏହା ଉପରେ ତଦନ୍ତ ହେବା ଉଚିତ୍ ।

ତେବେ ବୁଧବାର ଦିନ ସଂସଦରେ ରାହୁଲ ଶୋବାଲ ଏହି ପ୍ରସଙ୍ଗ ଉଠାଇ କହିଥିଲେ ଯେ, ରିୟା ଚକ୍ରବର୍ତ୍ତୀ କୌଣସି AU ନାମକ ବ୍ୟକ୍ତିଙ୍କ ସହ ୪୪ ଥର ଅଭିନେତାଙ୍କ ମୃତ୍ୟୁ ଦିନ କଥା ହୋଇଥିଲେ । ଏବଂ ବିହାର ପୋଲିସର ସୂଚନା ଅନୁସାରେ, AUର ଅର୍ଥ ଆଦିତ୍ୟ ଉଦ୍ଧବ ଠାକରେ । ବର୍ତ୍ତମାନ ଆଦିତ୍ୟ ଠାକରେ ଏହା ଉପରେ ନୀରବତା ଭାଙ୍ଗି ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି।
ଆଦିତ୍ୟ ଠାକରେଙ୍କ ଉତ୍ତର
ରିପୋର୍ଟ ଅନୁଯାୟୀ ଆଦିତ୍ୟ ଠାକରେ କହିଛନ୍ତି, 'ମୁଁ କହିବା ପାଇଁ ଚାହିଁବି ଯେ, ମୁଁ ତୁମକୁ ବହୁତ ଭଲ ପାଏ। ଯେଉଁମାନେ ନିଜ ଘର ଏବଂ ପାର୍ଟି ପ୍ରତି ବିଶ୍ୱସ୍ତ ନୁହଁନ୍ତି । ଏପରି ବ୍ୟକ୍ତିଙ୍କଠାରୁ ଆମେ କ'ଣ ବା ଆଶା କରିପାରିବା । ଏଭଳି ଅଭିଯୋଗ କରି ସେ ସିଏମ ଏକନାଥ ସିନ୍ଦେଙ୍କ ଜମି ସ୍କାମରୁ ଲୋକଙ୍କ ଦୃଷ୍ଟି ହଟାଇବା ପାଇଁ ଚେଷ୍ଟା କରାଯାଉଛି '
ସୁଶାନ୍ତ ସିଂ ରାଜପୁତଙ୍କ ଘରେ ମିଳିଥିଲା ମୃତଦେହ
ଜୁନ୍ ୧୪, ୨୦୨୦ରେ ସୁଶାନ୍ତ ସିଂ ରାଜପୁତ ନିଜ ବାନ୍ଦ୍ରା ଘରେ ଆତ୍ମହତ୍ୟା କରିଥିଲେ । ପୋଲିସର ତଦନ୍ତ ପରେ ଏହି ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇଥିଲା । ସିବିଆଇ ଅନୁସନ୍ଧାନରେ ଡ୍ରଗ୍ସର କନେକ୍ସନ ବାହାରିଥିଲା, ଏହା ପରେ ଏନସିବି (ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ) ମଧ୍ୟ ଏହି ଘଟଣାରେ ଯୋଗ ଦେଇଥିଲା । ଡ୍ରଗ୍ସ ମାମଲାରେ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ଭାଇଙ୍କୁ ପ୍ରାୟ ଏକ ମାସ ଜେଲରେ ରହିବାକୁ ପଡିଥିଲା । ପରେ ଉଭୟଙ୍କୁ ଜାମିନ ମିଳିଥିଲା ।












Click it and Unblock the Notifications