ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲା:ରିଆଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି
Sushant Singh Rajput Case: ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଅନେକ ଗୁରୁତର ଅଭିଯୋଗର ସମ୍ମୁଖୀନ ହୋଇଥିଲେ। କିନ୍ତୁ ବର୍ତ୍ତମାନ ଅଭିନେତାଙ୍କ ସହ ଜଡିତ ଡ୍ରଗ୍ ମାମଲାରେ ରିୟାଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି ଏନସିବି ସୁପ୍ରିମକୋର୍ଟଙ୍କ ସମ୍ମୁଖରେ ନିଜର ଷ୍ଟାଣ୍ଡ ଉପସ୍ଥାପନ କରି ଜାମିନକୁ ଚ୍ୟାଲେଞ୍ଜ କରିବ ନାହିଁ ବୋଲି କହିଛି ।
ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ଜାମିନ ପ୍ରଦାନ ପାଇଁ ମୁମ୍ବାଇ ହାଇକୋର୍ଟଙ୍କ ଆଦେଶ ବିରୋଧରେ ଏନସିବିର ଆବେଦନ ଶୁଣାଣି କରି ଜାମିନରେ ଥିବା ଏନସିବି ଷ୍ଟାଣ୍ଡରେ ପରିବର୍ତ୍ତନ ସମ୍ପର୍କରେ ଏଏସଜି ଦାଖଲ କରିଛି। ବେଞ୍ଚ କହିଛି ଯେ 'ASG ର ଦାଖଲ ଶୁଣିବା ପରେ, ଏହି ପର୍ଯ୍ୟାୟରେ ଜାମିନ ପ୍ରଦାନ କରାଯାଇଥିବା ଆଦେଶକୁ ଚ୍ୟାଲେଞ୍ଜ କରିବାର କୌଣସି ଆବଶ୍ୟକତା ନାହିଁ'।

ସୂଚନାଥାଉ ଯେ, 2020 ମସିହାରେ ରିୟା ଚକ୍ରବର୍ତ୍ତୀଙ୍କୁ ସୁଶାନ୍ତ ସିଂ ଆତ୍ମହତ୍ୟା ମାମଲାରେ ଗିରଫ କରାଯାଇଥିଲା। ଅଭିନେତ୍ରୀଙ୍କ ନାଁରେ ଟଙ୍କା ଦେଇ ଡ୍ରଗ୍ସ ଯୋଗାଉଥିବା ଅଭିଯୋଗ ହୋଇଥିଲା । ଯାହା ପରେ ବର୍ତ୍ତମାନ କୋର୍ଟ କହିଛନ୍ତି ଯେ, ଡ୍ରଗ୍ସ କିଣିବା ପାଇଁ ଟଙ୍କା ଦେବା ଅର୍ଥ ନୁହେଁ ଯେ ଅଭିନେତ୍ରୀ କୌଣସି ବେଆଇନ ଚୋରା ଚାଲାଣ ମାମଲାରେ ସମ୍ପୃକ୍ତ ଥିଲେ। ବୋଧହୁଏ ଅଭିନେତ୍ରୀ ଏସବୁ କରିବାକୁ ବାଧ୍ୟ ହୋଇଥିଲେ। ବର୍ତ୍ତମାନ ରିୟା ଚକ୍ରବର୍ତ୍ତୀଙ୍କୁ ଏନଡିପିଏସ୍ ମାମଲାରେ ଜାମିନ ମିଳିଛି ।












Click it and Unblock the Notifications