ସୁଶାନ୍ତ ସିଂ ରାଜପୁତ ମାମଲା: ରିୟା ଚକ୍ରବର୍ତ୍ତୀ ଓ ଶୋଭିକଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ
ଅଭିନେତାଙ୍କ ମୃତ୍ୟୁ ସହ ଜଡିତ ଥିଲା ଡ୍ରଗ୍ସ ମାମଲା। ଏହି ମାମଲାରେ ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ, ତାଙ୍କ ଭାଇ ଶୋଭିକ ଚକ୍ରବର୍ତ୍ତୀଙ୍କ ବିରୋଧରେ ଚାର୍ଜସିଟ ଦାଖଲ ହୋଇଛି । ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ 12ରେ ହେବା ନେଇ ଜଣାପଡିଛି।
ହାଇଦ୍ରାବାଦ: ଏହାରି ଭିତରେ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାକୁ ବିତିଲାଣି ଦୁଇ ବର୍ଷ। ଅଭିନେତାଙ୍କ ମୃତ୍ୟୁ ସହ ଜଡିତ ଥିଲା ଡ୍ରଗ୍ସ ମାମଲା। ଏହି ମାମଲାରେ ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ, ତାଙ୍କ ଭାଇ ଶୋଭିକ ଚକ୍ରବର୍ତ୍ତୀଙ୍କ ବିରୋଧରେ ଚାର୍ଜସିଟ ଦାଖଲ ହୋଇଛି । ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ 12ରେ ହେବା ନେଇ ଜଣାପଡିଛି।

ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ଅତୁଲ ସରପଣ୍ଡେ କହିଛନ୍ତି ଯେ, "କୋର୍ଟରେ ଦାଖଲ ହୋଇଥିବା ଚାର୍ଜସିଟରେ ଉଲ୍ଲେଖିତ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ସମର୍ଥନ କରାଯାଇଛି । ରିୟା ଏବଂ ଶୋଭିକଙ୍କ ବିରୋଧରେ ଡ୍ରଗ୍ସ ସେବନ ତଥା ସ୍ୱର୍ଗତ ଅଭିନେତା ସୁଶାନ୍ତଙ୍କ ପାଇଁ ଏହିପରି ପଦାର୍ଥ କ୍ରୟ ଏବଂ ଦେୟ ପ୍ରଦାନ ଅଭିଯୋଗରେ କୋର୍ଟଙ୍କୁ ଅନୁରୋଧ କରାଯାଇଛି ।
ସେ ଆହୁରି କହିଛନ୍ତି ଯେ, "ଏହି ମାମଲାରେ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଉଥିଲା, କିନ୍ତୁ କିଛି ଅଭିଯୁକ୍ତ ଡିସଚାର୍ଜ ଆବେଦନ କରିବା ଦ୍ବାରା ଏହା ହୋଇପାରିଲାନାହିଁ । ଡିସଚାର୍ଜ ଆବେଦନ ପରେ ହିଁ ଚାର୍ଜସିଟ ଗଠନ କରାଯିବ ବୋଲି କୋର୍ଟ କହିଛନ୍ତି ।"
ସୂଚନାଯୋଗ୍ୟ ଯେ, ରିୟା ଏବଂ ତାଙ୍କ ଭାଇ ଗତ ବୁଧବାର ଦିନ କୋର୍ଟରେ ହାଜର ହୋଇଥିଲେ । ନାର୍କୋଟିକ୍ ଡ୍ରଗ୍ସ ଏବଂ ସାଇକୋଟ୍ରୋପିକ୍ ପଦାର୍ଥ ଅଧିନିୟମ ସମ୍ବନ୍ଧୀୟ ମାମଲାର ଶୁଣାଣି କରିଥିବା ସ୍ୱତନ୍ତ୍ର ବିଚାରପତି ଭି.ଜି ରଘୁବଂଶୀ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଜୁଲାଇ 12କୁ ସ୍ଥିର କରିଛନ୍ତି । ସେପ୍ଟେମ୍ବର 2020 ରେ ରିୟାଙ୍କୁ ଏହି ମାମଲାରେ ଗିରଫ କରାଯାଇଥିଲା । ଏଥିସହ ବମ୍ବେ ହାଇକୋର୍ଟ ତାଙ୍କୁ ଏକ ମାସ ପରେ ଏହି ମାମଲାରେ ଜାମିନ ପ୍ରଦାନ କରିଥିଲେ ।












Click it and Unblock the Notifications