ସରିଲା ସର୍ଜରୀ, ସୈଫ କହିଲେ ମୋ ଉପରେ ହୋଇଛି ଆକ୍ରମଣ, ବର୍ତ୍ତମାନ 'ମୁଁ ସମ୍ପୂର୍ଣ୍ଣ ବିପଦମୁକ୍ତ'....
Saif Ali Khan Attack: ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ରାତି ୨ଟାରେ ତାଙ୍କ ଘରେ ଆକ୍ରମଣ ଘଟଣା ବର୍ତ୍ତମାନ ପୁରା ବିଟାଉନରେ ଚହଳ ସୃଷ୍ଟି କରିଛି । ଦାବି କରାଯାଉଛି ଜଣେ ଅଜଣା ବ୍ୟକ୍ତି ଅଭିନେତାଙ୍କ ଘରେ ପସି ତାଙ୍କ ଉପରେ ଆକ୍ରମଣ କରିଛନ୍ତି । ଆକ୍ରମଣ ପରେ ସୈଫଙ୍କୁ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସୈଫ୍ ଅଲ୍ଲୀ ଖାନଙ୍କ ଅସ୍ତ୍ରୋପଚାର ସମାପ୍ତ ହୋଇଛି। ବର୍ତ୍ତମାନ ସେ ବିପଦମୁକ୍ତ ଅଛନ୍ତି।
ବର୍ତ୍ତମାନ ସୈଫ ଅଲ୍ଲୀ ଖାନଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ କହିଛନ୍ତି, ମୋ ଉପରେ ଆକ୍ରମଣ ହୋଇଛି । ଏହି ଘଟଣାକୁ ନେଇ କେହି ଉତ୍ତେଜିତ ନ ହୋଇ ଶାନ୍ତ ରୁହନ୍ତୁ । ଡାକ୍ତରଖାନାରେ ମୋର ଚିକିତ୍ସା ଜାରି ରହିଛି । ମୁଁ ସମ୍ପୂର୍ଣ୍ଣ ବିପଦମୁକ୍ତ ।

ତେବେ ଖବର ଏହା ମଧ୍ୟରେ ରହିଛି ଯେ, ଆକ୍ରମଣ ପରେ ସୈଫ ଅଲ୍ଲୀ ଖାନଙ୍କୁ ତାଙ୍କ ବଡ଼ ପୁଅ ଇବ୍ରାହିମ ଅଲ୍ଲୀ ଖାନ ହସ୍ପିଟାଲକୁ ନେଇଯାଇଥିଲେ। ଇବ୍ରାହିମ୍ ଅଲ୍ଲୀ ଖାନ ସୈଫ୍ଙ୍କ ଘରୁ କିଛି ଦୂରରେ ରୁହନ୍ତି। ଏବେ ତାଙ୍କ ଝିଅ ସାରା ଅଲ୍ଲୀ ଖାନ ସୈଫଙ୍କୁ ଭେଟିବା ପାଇଁ ଲୀଳାବତୀ ହସ୍ପିଟାଲରେ ପହଞ୍ଚିଛନ୍ତି। ସାରାଙ୍କ ସହିତ ଇବ୍ରାହିମଙ୍କୁ ମଧ୍ୟ ଦେଖିବାକୁ ମିଳିଛି ।
ସୂଚନା ଅନୁସାରେ, ଜଣେ ଅଜଣା ବ୍ୟକ୍ତି ଚାକରାଣୀ କୋଠରୀ ଦେଇ ସୈଫ ଅଲ୍ଲୀ ଖାନଙ୍କ ଘରେ ପ୍ରବେଶ କରିଥିଲେ। ତା'ପରେ ସେ ପିଲାମାନଙ୍କ କୋଠରୀକୁ ମଧ୍ୟ ପସିଥିଲା । ଆକ୍ରମଣକାରୀ ଏବଂ ଘରର ସହାୟକଙ୍କ ମଧ୍ୟରେ ଯୁକ୍ତିତର୍କ ମଧ୍ୟ ହୋଇଥିଲା। ଘରର ସହାୟିକାଙ୍କ ଉପରେ ମଧ୍ୟ ଆକ୍ରମଣ ହୋଇଥିଲା। ପୋଲିସ ଏହି ମାମଲାର ତଦନ୍ତରେ ଜାରି ରହିଛି ।
-
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ନିର୍ବାଚନ ସରିଲେ ବାହାହେବେ ବିଜୟ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications