ବିବାଦ ସତ୍ୱେ ରିଲିଜ୍ ହେବ ଫିଲ୍ମ 'Thank God'
ବିବାଦ ସତ୍ୱେ ରିଲିଜ୍ ହେବ ଫିଲ୍ମ 'Thank God'
ମୁମ୍ବାଇ: ବଲିଉଡ ଅଭିନେତା ଅଜୟ ଦେବଗନ, ସିଦ୍ଧାର୍ଥ ମଲହୋତ୍ରା ଏବଂ ଅଭିନେତ୍ରୀ ରକୁଲ ପ୍ରୀତ ସିଂଙ୍କ ଆଗାମୀ ଚଳଚ୍ଚିତ୍ର 'Thank God'ବେଶ୍ ଚର୍ଚ୍ଚାରେ ରହିଛି । ନିକଟରେ ଏହି ଚଳଚ୍ଚିତ୍ରର ଟ୍ରେଲର ରିଲିଜ ହୋଇଯାଇଛି, ଯାହା ପରେ ଫିଲ୍ମର ଷ୍ଟାରକାଷ୍ଟ ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଏଥି ସହିତ ଏହି ଚଳଚ୍ଚିତ୍ରକୁ ନେଇ ବିବାଦ ମଧ୍ୟ ଦେଖିବା ପାଇଁ ମିଳିଥିଲା । ଏହି ଚଳଚ୍ଚିତ୍ରର ରିଲିଜକୁ ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା । ଏଥି ସହିତ ଆଜି ଫିଲ୍ମକ ସୁପ୍ରିମକୋର୍ଟଙ୍କଠାରୁ ଆଶ୍ୱସ୍ତି ମିଳିଛି ।

ଏହି ଫିଲ୍ମରେ ଭଗବାନ ଚିତ୍ରଗୁପ୍ତଙ୍କୁ ଅପମାନିତ କରାଯାଇଥିବା ନେଇ ଅଭିଯୋଗରେ ଚିତ୍ରଗୁପ୍ତ ୱେଲଫେଆର୍ ଟ୍ରଷ୍ଟ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ମାମଲା ଦାଖଲ କରାଯାଇଥିଲା । ଏପରିକି ଫିଲ୍ମକୁ ଓଟିଟି ପ୍ଲାଟଫର୍ମରେ ମଧ୍ୟ ରିଲିଜ ନ କରାଯାଉ ବୋଲି ଦାବି କରାଯାଉଥିଲା । ସେପ୍ଟେମ୍ବର ୯ରେ ମେକର୍ସଙ୍କ ପକ୍ଷରୁ ଫିଲ୍ମ 'Thank God'ର ଟ୍ରେଲର ଲଞ୍ଚ କରାଯାଇଥିଲା । ଯାହା ପରେ ବିବାଦ ଦେଖିବା ପାଇଁ ମିଳିଥିଲା । ହିନ୍ଦୁ ଧର୍ମର ଲୋକଙ୍କ ଭାବାବେଗକୁ ଆଘାତ ପହଞ୍ଚାଇବାକୁ ଚେଷ୍ଟା କରାଯାଉଥିବା ନେଇ ଅଭିଯୋଗ କରାଯାଇଛି । ପ୍ରଥମେ ଫିଲ୍ମ କଳାକାର ଓ ନିର୍ଦ୍ଦେଶକ ଇନ୍ଦ୍ର କୁମାରଙ୍କ ବିରୋଧରେ ଉତ୍ତର ପ୍ରଦେଶରେ ଏକ ମାମଲା ରୁଜୁ କରାଯାଇଥିଲା । ସେହିପରି କର୍ଣ୍ଣାଟକାରେ ହିନ୍ଦୁ ସଂଗଠନ ପକ୍ଷରୁ ମଧ୍ୟ ଫିଲ୍ମକୁ ବ୍ୟାନ୍ କରିବା ପାଇଁ ଦାବି କରାଯାଇଥିଲା । ତେବେ ଏହି ଫିଲ୍ମର ଟ୍ରେଲରରେ ଭଗବାନ ଚିତ୍ରଗୁପ୍ତ ଓ ଭଗବାନ ଯମଙ୍କୁ ଆଧୁନିକ ପୋଷାକରେ ଦେଖିବା ପାଇଁ ମିଳୁଛି । ସେଥିପାଇଁ ହିନ୍ଦୁ ଜନଜାଗୃତ ସମିତି କର୍ଣ୍ଣାଟକରେ ବ୍ୟାନ କରିବା ପାଇଁ ଦାବି କରିଥିଲା । ଏପରିକି ଏହି ଫିଲ୍ମକୁ ରିଲିଜ୍ ପାଇଁ ପ୍ରମାଣପତ୍ର ନ ଦେବା ପାଇଁ ମଧ୍ୟ ସେନସର ବୋର୍ଡ ନିକଟରେ ଦାବି କରାଯାଇଥିଲା ।
ସୁପ୍ରିମକୋର୍ଟ ତୁରନ୍ତ ଶୁଣାଣି କରିବାକୁ ମନା କରି ଦେଇଛନ୍ତି
ଏଥି ସହ ବର୍ତ୍ତମାନ ସୁପ୍ରିମକୋର୍ଟ ତୁରନ୍ତ ଆବେଦନର ଶୁଣି କରିବା ପାଇଁ ମନା କରି ଦେଇଛନ୍ତି । ବର୍ତ୍ତମାନ ନଭେମ୍ବର ୧ରେ ଏହି ଆବେଦନ ଶୁଣାଣି ହେବ ସୂଚନାଯୋଗ୍ୟ, ଅଜୟ ଦେବଗନଙ୍କ 'Thank God' ଅକ୍ଟୋବର ୨୫ ରେ ସିନେମା ଘରେ ମୁକ୍ତିଲାଭ କରିବାକୁ ଯାଉଛି, ଏବେ ଏହା ସ୍ପଷ୍ଟ ଯେ ଫିଲ୍ମର ରିଲିଜ୍ ଉପରେ ଏହି ଆବେଦନର କୌଣସି ପ୍ରଭାବ ପଡିବ ନାହିଁ ।












Click it and Unblock the Notifications