ବିବାହର ୧୦ ବର୍ଷ ପରେ ପିତା ହେବାକୁ ଯାଉଛନ୍ତି ସୁପରଷ୍ଟାର୍ ରାମଚରଣ

ବିବାହର ୧୦ ବର୍ଷ ପରେ ପିତା ହେବାକୁ ଯାଉଛନ୍ତି ସୁପରଷ୍ଟାର୍ ରାମଚରଣ

ହାଇଦ୍ରାବାଦ: ଅଭିନେତା ରାମ ଚରଣ ଏବଂ ପତ୍ନୀ ଉପାସନା ଖୁବ ଶୀଘ୍ର ମାତାପିତା ହେବାକୁ ଯାଉଛନ୍ତି । ସୋସିଆଲ ମିଡିଆ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି ଷ୍ଟାର ପରିବାର । ରାମ ଚରଣ ଏବଂ ତାଙ୍କ ପତ୍ନୀ ଉପାସନା କୋନିଡେଲା ଗର୍ଭଧାରଣ ବିଷୟରେ ଏକ ପୋଷ୍ଟ ସେୟାର କରିଛନ୍ତି । ରାମ ଚରଣଙ୍କ ପିତା ଚିରଞ୍ଜୀବୀ ଏକ ପୋଷ୍ଟ ସେୟାର କରି ଫ୍ୟାନ୍ସଙ୍କୁ ସୂଚନା ଦେଇଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି ଯେ, ଶ୍ରୀ ହନୁମାନ ଜୀ ଙ୍କ ଆଶୀର୍ବାଦରେ ଉପାସନା ଏବଂ ରାମ ଚରଣ ସେମାନଙ୍କର ପ୍ରଥମ ସନ୍ତାନକୁ ସ୍ୱାଗତ କରିବା ପାଇଁ ଯାଉଛନ୍ତି । ଏହି ପୋଷ୍ଟରେ ଭଗବାନ ହନୁମାନଙ୍କ ଚିତ୍ର ମଧ୍ୟ ଦୃଶ୍ୟମାନ ହେଉଛି । ଅଭିନେତା ମଧ୍ୟ ଏହି ପୋଷ୍ଟ ସେୟାର କରିଛନ୍ତି । ରାମ ଚରଣ ମଧ୍ୟ ଏହି ପୋଷ୍ଟକୁ ସେୟାର କରିଛନ୍ତି । ଖାସ କଥା ହେଲା ଯେ ବିବାହର ୧୦ ବର୍ଷ ପରେ ଏହି ଷ୍ଟାର କପଲ୍ ମାତାପିତା ହେବା ପାଇଁ ଯାଉଛନ୍ତି ।

2012 ମସିହାରେ ହାଇଦ୍ରାବାଦରେ ଉଭୟ ରାମ ଚରଣ ଏବଂ ଉପାସନା ପରସ୍ପରକୁ ବିବାହ କରିଥିଲେ। ଦୀର୍ଘ ଦିନ ଡେଟ୍ କରିବା ପରେ ଉଭୟ ବିବାହ କରିଥିଲେ । ବ୍ୟକ୍ତିଗତ ଏବଂ ବୃତ୍ତିଗତ ଭାବରେ ରାମ ଚରଣଙ୍କ ପାଇଁ 2022 ବର୍ଷ ଅତ୍ୟନ୍ତ ଖାସ୍ ରହିଆସିଛି । ତାଙ୍କର ଶେଷ ରିଲିଜ୍, ଏସ୍ ଏସ୍ ରାଜା ମୌଲିଙ୍କ ନିର୍ଦ୍ଦେଶିତ RRR ଚଳିତ ବର୍ଷ ଆରମ୍ଭରୁ ସାରା ବିଶ୍ୱରେ ଚହଳ ସୃଷ୍ଟି କରିଥିଲା ।

Ram Charan
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+