ସୁପରଷ୍ଟାର ରାମ ଚରଣଙ୍କ ଜନ୍ମ ଦିନରେ ଫ୍ୟାନ୍ସ ଦେଲେ ଖାସ୍ ଉପହାର, ଭିଡିଓ ହେଲା ଭାଇରାଲ

ମୁମ୍ବାଇ: ସୁପରଷ୍ଟାର ରାମ ଚରଣ ଫିଲ୍ମ 'RRR'ର ସଫଳତା ପରେ ପାନ ଇଣ୍ଡିଆ ତାରକା ସାଜିଛନ୍ତି । 'ନାଟୁ-ନାଟୁ' ପାଇଁ ଓସ୍କାର ପୁରସ୍କାର ପାଇବା ପରେ ସେ ସାରା ବିଶ୍ୱରେ ଏକ ପରିଚିତ ଚେହେରା ସାଜିଛନ୍ତି ଏବଂ ଅଭିନେତାଙ୍କ ପ୍ରଶଂସକଙ୍କ ସଂଖ୍ୟା ମଧ୍ୟ ବେଶ୍ ଅଧିକ ବଢିଯାଇଛି । ମାର୍ଚ୍ଚ ୨୭ ଅର୍ଥାତ୍ ଆଜି ହେଉଛି ଅଭିନେତାଙ୍କର ୩୮ ତମ ଜନ୍ମଦିନ । ଏହି ଖାସ ଦିନରେ ପ୍ରଶଂସକମାନେ ଅଭିନେତାଙ୍କୁ ଏକ ବିଶେଷ ଉପହାର ଦେଇଛନ୍ତି, ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
ଟ୍ୱିଟରରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ରାମ ଚରଣଙ୍କ ପ୍ରଶଂସକମାନେ ତାଙ୍କ ଚଳଚ୍ଚିତ୍ର ଓରେଞ୍ଜ୍'ର ରୁ ରୁବା ରୁବା, ଗୀତରେ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି । ଏହିପରିକି ପ୍ରଶଂସକମାନେ ତାଙ୍କ ଜନ୍ମଦିନ ପୂର୍ବରୁ ହିଁ ନିଜ ପ୍ରିୟ ସୁପରଷ୍ଟାରଙ୍କୁ ଶୁଭେଚ୍ଛା ଜଣାଇବା ଆରମ୍ଭ କରିଦେଇଛନ୍ତି । ଭିଡିଓ ପୋଷ୍ଟ କରି କ୍ୟାପସନରେ ଜଣେ ୟୁଜର ଲେଖାଯାଇଛି, 'ଜନ୍ମଦିନର ଶୁଭେଚ୍ଛା ରାମ ଚରଣ । ଜନ୍ମଦିନ ଅବସରରେ ଏକ ଖାସ୍ ଉପହାର । ୧୩ ବର୍ଷ ପରେ ମଧ୍ୟ ଏହି ଗୀତ ଆମ ପାଇଁ ଖୁବ୍ ଖାସ୍' ।
Happy Birthday @AlwaysRamCharan sir. A spcl tribute to you on your Birthday !! can't forget these songs evenafter 13years !!#RamCharan𓃵 #RC15 #OrangeSpecialShows #OrangeReRelease #OrangeMovie #Orange4K #orangespecialshow @NagaBabuOffl@KChiruTweets@geneliad @HarrisJayaraj3 pic.twitter.com/G3jeEzMeIh
— Mr.Mahesh (@stylishmahesh) March 25, 2023
ରାମ ଚରଣ ଏବଂ ଜୁନିଅର ଏନଟିଆର୍ ଚଳଚ୍ଚିତ୍ର ଟ୍ରିପଲ ଆରର ଗୀତ 'ନାଟୁ ନାଟୁ' ଶ୍ରେଷ୍ଠ ମୂଳ ଗୀତ ପାଇଁ ଓସ୍କାର ପୁରସ୍କାର ପାଇଛି । ୨୦୨୨ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ରର ଏହି ଗୀତ ସାରା ବିଶ୍ୱରେ ଚହଳ ସୃଷ୍ଟି କରିଥିଲା । ରାମ ଚରଣ ଖୁବ ଶୀଘ୍ର ଫିଲ୍ମ RC15 ରେ ନଜର ଆସିବେ । ଏହି ଫିଲ୍ମର ଅଧା ସୁଟିଂ ହୋଇସାରିଛି । ଏଥିରେ ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀଙ୍କୁ ରାମ ଚରଣଙ୍କ ବିପକ୍ଷରେ ଦେଖିବାକୁ ମିଳିବ।












Click it and Unblock the Notifications