ସୁସ୍ଥ ହେଲେ ରଜନୀକାନ୍ତ, ବିଶ୍ରାମ ନେବାକୁ ଡାକ୍ତରଙ୍କ ପରାମର୍ଶ
ସୁସ୍ଥ ହୋଇ ଘରକୁ ଫେରିଲେ ସାଉଥ୍ ସୁପରଷ୍ଟାର ରଜନୀକାନ୍ତ। ହାଇଦ୍ରାବାଦସ୍ଥିତ ଅପୋଲୋ ହସ୍ପିଟାଲରୁ ସେ ଡିସ୍ଚାର୍ଜ ହୋଇ ଘରକୁ ଫେରିଛନ୍ତି ।
ହାଇଦ୍ରାବାଦ: ସୁସ୍ଥ ହୋଇ ଘରକୁ ଫେରିଲେ ସାଉଥ୍ ସୁପରଷ୍ଟାର ରଜନୀକାନ୍ତ। ହାଇଦ୍ରାବାଦସ୍ଥିତ ଅପୋଲୋ ହସ୍ପିଟାଲରୁ ସେ ଡିସ୍ଚାର୍ଜ ହୋଇ ଘରକୁ ଫେରିଛନ୍ତି । ଉଚ୍ଚରକ୍ତଚାପ ସହିତ ଅସନ୍ତୁଳନ ରକ୍ତ ସଂଚାଳନ ସମସ୍ୟା ଯୋଗୁ ଗତ ଡିସେମ୍ବର ୨୫ ତାରିଖରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଆଜି ରଜନୀଙ୍କ ସୁସ୍ଥ ହେବା ନେଇ ଆପୋଲୋର ଡାକ୍ତରି ଟିମ୍ ଘୋଷଣା କରିଛନ୍ତି।

ଏଥିସହିତ ଅଧିକ ପରିଶ୍ରମଯୁକ୍ତ କାର୍ଯ୍ୟ ନ କରି ରେଷ୍ଟ ନେବା ପାଇଁ ପରାମର୍ଶ ଡାକ୍ତରମାନେ ରଜନୀଙ୍କୁ ପରାମର୍ଶ ଦେଇଛନ୍ତି। ଡିସଚାର୍ଜ ପୂର୍ବରୁ ହସ୍ପିଟାଲ ପକ୍ଷରୁ କୁହାଯାଇଛି- ରଜନୀକାନ୍ତଙ୍କ ମେଡିକାଲ ଯାଞ୍ଚ ରିପୋର୍ଟ କିଛି ବି ଚିନ୍ତାଜନକ ନୁହେଁ । ରକ୍ତ ଚାପ ବଢ଼ିବା ଓ କମିବା ନେଇ ଚିକିତ୍ସା ଜାରି ରହିଛି ।
ସେ ଗତ ୧୦ ଦିନ ହେବ ହାଇଦ୍ରାବାଦରେ ଫିଲ୍ମ ସୁଟିଂ କରୁଥିଲେ । ସୁଟିଂ ସେଟରେ ଥିବା ଲୋକଙ୍କ ରିପୋର୍ଟ କୋଭିଡ୍ ପଜିଟିଭ୍ ଆସିଥିଲା । ଯାହାପରେ ରଜନୀକାନ୍ତ ଡିସେମ୍ବର ୨୨ରେ ନିଜ କରୋନା ଟେଷ୍ଟ କରିଥିଲେ । ତେବେ, ତାଙ୍କ ରିପୋର୍ଟ କୋଭିଡ୍ ନେଗେଟିଭ୍ ଆସିଥିଲା । ଏହାପରେ ରଜନୀକାନ୍ତ ଆଇସୋଲେସନରେ ଥିଲେ । ତାଙ୍କଠାରେ କରୋନାର କୌଣସି ଲକ୍ଷଣ ନଥିଲା ।
-
ପୁଣି ଥରେ ଚର୍ଚ୍ଚାରେ ମହାକୁମ୍ଭ ଭାଇରାଲ ଗର୍ଲ ମୋନାଲିସା -
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ -
ହର୍ମୁଜ୍ ପ୍ରଣାଳୀ ପାର ହୋଇ ମୁମ୍ବାଇ ପହଞ୍ଚିଲା ପ୍ରଥମ ଭାରତୀୟ ତୈଳ ଟ୍ୟାଙ୍କର୍ -
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଜ୍ଞାନେଶ କୁମାରଙ୍କ ବିରୋଧ: ମହାଭିଯୋଗ ପ୍ରସ୍ତାବରେ କଲେ ସ୍ୱାକ୍ଷର ୧୮୦ ସାଂସଦ -
ଗୁଳିମାଡ଼ରୁ ଅଳ୍ପକେ ବର୍ତ୍ତିଲେ ଜମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଳା, ଅଭିଯୁକ୍ତ ଗିରଫ -
ଅମାନିଆ ଗାଡ଼ି ଚାଳକ ସାବଧାନ, ମାର୍ଚ୍ଚ ୨୧ରୁ ଆରମ୍ଭ ହେବ ସ୍ୱତନ୍ତ୍ର ଅଭିଯାନ -
ଅନାସ୍ଥା ଖାରଜ ପରେ ସଂସଦକୁ ସମ୍ବୋଧିତ କଲେ ଓମ୍ ବିର୍ଲା,କହିଲେ ସଂସଦଠାରୁ ଉପରେ ନୁହଁନ୍ତି ବିରୋଧି ଦଳର ନେତା-ପ୍ରଧାନମନ୍ତ୍ରୀ -
IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର, ୫ IASଙ୍କୁ ଉପଜିଲ୍ଲାପାଳ ନିଯୁକ୍ତି -
ବଡ଼ ଆଶ୍ବସ୍ତି, ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ଦେଇ ଯିବାକୁ ଭାରତ ଜାହାଜକୁ ଅନୁମତି -
ଗ୍ୟାସ ସଙ୍କଟ ଆତଙ୍କ; ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ କହିଲେ ଗୁଜବରେ ବିଶ୍ୱାସ କର ନାହିଁ -
ଆସନ୍ତାକାଲି ଦୁଇଦିନିଆ ଗସ୍ତରେ ଆସାମ ଯିବେ ପ୍ରଧାନମନ୍ତ୍ରୀ,ପିଏମ୍ କିଶାନ ଯୋଜନାରେ ୧୮.୬୪୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା....











Click it and Unblock the Notifications