ସୁପର୍ଷ୍ଟାର୍ ରଜନୀକାନ୍ତଙ୍କୁ ମିଳିବ ୫୧ତମ ଦାଦାସାହେବ ଫାଲ୍କେ ପୁରସ୍କାର
ଚେନ୍ନାଇ: ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କୁ ମିଳିବ 51 ତମ 'ଦାଦା ସାହେବ ଫାଲକେ' ପୁରସ୍କାର । ଚଳଚିତ୍ର ଜଗତର ସବୁଠାରୁ ବଡ ପୁରସ୍କାର ଭାବରେ ଏହା ପରିଗଣିତ। ଏଥିପାଇଁ ଦକ୍ଷିଣ ଭାରତର ଚଳଚିତ୍ର ଦୁନିଆର ସବୁଠାରୁ ଓଜନଦାର ଅଭିନେତା ରଜନୀଙ୍କ ଫ୍ୟାନ ମାନଙ୍କ ମଧ୍ୟରେ ଦେଖାଦେଇଛି ପ୍ରବଳ ଉତ୍ସାହ।

ଏନେଇ ଆଜି ରଜନୀକାନ୍ତ ନିଜ ବାସଭବନ ବାହାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି କି "ମୁଁ କେବେ ଆଶା କରିନଥିଲି କି ମୋତେ ଏଭଳି ସମ୍ମାନଜନକ ପୁରସ୍କାର ମିଳିବ" ଏହାସହ ସେ କହିଥିଲେ କି ଗୋଟିଏ ଦୁଖ ରହିଗଲା ଯେ ମୋ ଗୁରୁ କେ. ବାଲାଚନ୍ଦର ଏଭଳି ସମୟରେ ମୋ ପାଖରେ ନାହାଁନ୍ତି । ଆସନ୍ତା କାଲି ଅର୍ଥାତ ୨୫ ଅକ୍ଟୋବର ଦିଲ୍ଲୀଠାରେ ଆୟୋଜିତ ପୁରସ୍କାର ସମାରୋହରେ ରଜନୀକାନ୍ତଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ । ଏପ୍ରିଲ ୨୦୨୧ ରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକର ଏନେଇ ଘୋଷଣା କରିଥିଲେ କି ଅଭିନେତା ରଜନୀକାନ୍ତଙ୍କୁ ପୂର୍ବ ୪ ଦଶକ ଧରି ଭାରତୀୟ ସିନେମାରେ ଯୋଗଦାନ ପାଇଁ ପ୍ରତିଷ୍ଠିତ ଦାଦା ସାହେବ ପୁରସ୍କାର ପ୍ରଦାନ କରାଯିବ । ସୂଚନାଯୋଗ୍ୟ ଯେ, ରଜନୀକାନ୍ତ ଦକ୍ଷିଣ ଭାରତୀୟ ସିନେମା ସହିତ ରଜନୀକାନ୍ତ ଅନେକ ବଲିଉଡ ମୁଭିରେ ମଧ୍ୟ ଅଭିନୟ କରିଛନ୍ତି । ସାରା ଦେଶରେ ରଜନୀକାନ୍ତଙ୍କ ଅଗଣିତ ଫ୍ୟାନ ରହିଛନ୍ତି ।












Click it and Unblock the Notifications