ଏହି ତାରିଖରେ ରିଲିଜ୍ ହେବ ଫିଲ୍ମ 'ଆଦିପୁରୁଷ', ସୂଚନା ଦେଲେ ନିର୍ମାତା
ଏହି ତାରିଖରେ ରିଲିଜ୍ ହେବ ଫିଲ୍ମ 'ଆଦିପୁରୁଷ', ସୂଚନା ଦେଲେ ନିର୍ମାତା
ମୁମ୍ବାଇ: ପ୍ରଭାସଙ୍କ ଅଭିନୀତ ଫିଲ୍ମ 'ଆଦିପୁରୁଷ'କୁ ନେଇ କ୍ରମାଗତ ଭାବରେ ବିବାଦ ଦେଖିବା ପାଇଁ ମିଳୁଛି । ଚଳଚ୍ଚିତ୍ରରେ ରାମାୟଣର କାହାଣୀକୁ ଟିକିଏ ଭିନ୍ନ ଢଙ୍ଗରେ ଉପସ୍ଥାପିତ ହୋଇଛି । ଟିଜର ରିଲିଜ ହେବା ପରଠାରୁ ଚର୍ଚ୍ଚାରେ ରହି ଆସୁଛି ଏହି ଫିଲ୍ମ । ଫିଲ୍ମରେ ପ୍ରଭାସ, ସୈଫ ଅଲ୍ଲି ଖାନଙ୍କ ଲୁକକୁ ବିରୋଧ ଓ ସମାଲୋଚନା କରାଯାଇଥିଲା । ବିବାଦ ବଢିବା ସହ ବିଭିନ୍ନ ହିନ୍ଦୁ ସଂଗଠନ ପକ୍ଷରୁ ଓମ ରାଉତଙ୍କୁ ଚେତାବନୀ ମଧ୍ୟ ଦିଆଯାଇଥିଲା । ସେହିପରି ଫିଲ୍ମ ଭିଏଫଏକ୍ସ ଓ ଅନ୍ୟ କଳାକାରଙ୍କ ଲୁକକୁ ମଧ୍ୟ ଟ୍ରୋଲର ଶିକାର ହେବାପାଇଁ ପଡିଥିଲା । ବିବାଦ ମଧ୍ୟରେ ଫିଲ୍ମ ନିର୍ମାତା ବର୍ତ୍ତମାନ ରିଲିଜ୍ ତାରିଖ ଘୋଷଣା କରିଛନ୍ତି । ଏହି ଫିଲ୍ମ ଆସନ୍ତା ବର୍ଷ ଜୁନରେ ମୁକ୍ତିଲାଭ କରିବା ପାଇଁ ଯାଉଛି ।
IT’S OFFICIAL… ‘ADIPURUSH’ SHIFTS TO A NEW DATE: 16 JUNE 2023… #Adipurush - starring #Prabhas, #SaifAliKhan, #KritiSanon and #SunnySingh - has moved to a new date… Will now arrive in *cinemas* on 16 June 2023... OFFICIAL STATEMENT of director #OmRaut… pic.twitter.com/CFCqOi4o23
— taran adarsh (@taran_adarsh) November 7, 2022
ନିର୍ମାତାମାନେ ଫିଲ୍ମର ଅଫିସିଆଲ୍ ରିଲିଜ୍ ତାରିଖ ଘୋଷଣା କରିବା ସହ ସୂଚନା ଦେଇଛନ୍ତି ଯେ 'ଆଦିପୁରୁଷ କେବଳ ଏକ ଚଳଚ୍ଚିତ୍ର ନୁହେଁ, ବରଂ ପ୍ରଭୁ ଶ୍ରୀ ରାମଙ୍କ ପ୍ରତି ଆମର ଭକ୍ତି ଏବଂ ଆମ ଗୌରବମୟ ଇତିହାସ ଏବଂ ସଂସ୍କୃତି ପ୍ରତି ଆମର ପ୍ରତିବଦ୍ଧତାର ପ୍ରତୀକ । ସେଥି ପାଇଁ 'ଆଦିପୁରୁଷ'କୁ ପ୍ରସ୍ତୁତ କରିବା ପାଇଁ, ଲୋକଙ୍କୁ ଏକ ଭିନ୍ନ ଅନୁଭୂତି ଦେବା ପାଇଁ ଟିକିଏ ଅଧିକ ସମୟର ଆବଶ୍ୟକତା ରହିଛି । 'ଆଦିପୁରୁଷ' ବର୍ତ୍ତମାନ ଜୁନ୍ ୧୬, ୨୦୨୩ ରେ ମୁକ୍ତିଲାଭ କରିବ । ଏହି ଫିଲ୍ମର ନିର୍ମାଣ ପାଇଁ ଆପଣଙ୍କର ସହଯୋଗ, ପ୍ରେମ ଏବଂ ଆଶୀର୍ବାଦ ଅତ୍ୟନ୍ତ ଆବଶ୍ୟକ ।

'ଆଦିପୁରୁଷ'ର ଟିଜର ରିଲିଜ୍ ହେବା ଦିନଠାରୁ ଏହି ଫିଲ୍ମକୁ ନେଇ କ୍ରମାଗତ ବିବାଦ ଲାଗି ରହିଥିଲା । ଫିଲ୍ମର ଟିଜରରେ ବ୍ୟବହୃତ VFX ବିଷୟରେ ମଧ୍ୟ କ୍ରମାଗତ ସମାଲୋଚନା କରାଯାଇଥିଲା । ଫିଲ୍ମରେ ସୈଫ ଅଲ୍ଲି ଖାନଙ୍କ ଲୁକକୁ ବିରୋଧ ଓ ସମାଲୋଚନା କରାଯାଇଥିଲା । ବିବାଦ ବଢିବା ସହ ବିଭିନ୍ନ ହିନ୍ଦୁ ସଂଗଠନ ପକ୍ଷରୁ ଓମ ରାଉତଙ୍କୁ ଚେତାବନୀ ମଧ୍ୟ ଦିଆଯାଇଥିଲା । ସେହିପରି ଫିଲ୍ମ ଭିଏଫଏକ୍ସ ଓ ଅନ୍ୟ କଳାକାରଙ୍କ ଲୁକକୁ ମଧ୍ୟ ଟ୍ରୋଲର ଶିକାର ହୋଇଥିଲା । ଭୂଷଣ କୁମାର, ଓମ୍, ପ୍ରସାଦ ସୂତାର ଏବଂ ରାଜେଶ ନାୟରଙ୍କ ଦ୍ୱାରା ନିର୍ମିତ ଏହି ବିଗ୍ ବଜେଟ୍ ଚଳଚ୍ଚିତ୍ର IMAX ଏବଂ 3Dରେ ହିନ୍ଦୀ, ତେଲୁଗୁ, ତାମିଲ, ମାଲାୟାଲମ୍ ଏବଂ କନ୍ନଡରେ ମୁକ୍ତିଲାଭ କରିବ । ସୂଚନା ଅନୁସାରେ ଫିଲ୍ମର VFX ପାଇଁ ପ୍ରାୟ ୨୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।












Click it and Unblock the Notifications