ଏହି କାରଣରୁ ଘୁଞ୍ଚିଲା ସୁପରଷ୍ଟାର ପ୍ରଭାସଙ୍କ ଫିଲ୍ମ 'ଆଦିପୁରୁଷ'ର ରିଲିଜ୍ ତାରିଖ
ଏହି କାରଣରୁ ଘୁଞ୍ଚିଲା ସୁପରଷ୍ଟାର ପ୍ରଭାସଙ୍କ ଫିଲ୍ମ 'ଆଦିପୁରୁଷ'ର ରିଲିଜ୍ ତାରିଖ
ମୁମ୍ବାଇ: ଘୁଞ୍ଚିଲା ସୁପରଷ୍ଟାର ପ୍ରଭାସଙ୍କ ଫିଲ୍ମ 'ଆଦିପୁରୁଷ'ର ରିଲିଜ୍ ତାରିଖ । ପ୍ରଭାସ ଏବଂ ସୈଫ ଅଲ୍ଲୀ ଖାନଙ୍କ ଅଭିନୀତ ଫିଲ୍ମ 'ଆଦିପୁରୁଷ' ୨୦୨୩ରେ ମୁକ୍ତିଲାଭ କରିବାର ସୂଚନା ରହିଥିଲା । ହେଲେ ଏବେ ସୋସିଆଲ ମିଡିଆରେ ଦାବି କରାଯାଉଛି ଯେ ଚଳଚ୍ଚିତ୍ର ନିର୍ଦ୍ଦେଶକ ଓମ୍ ରାଉତ ଏହି ବିଗ୍ ବଜେଟ୍ ଫିଲ୍ମର ରିଲିଜ୍ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି । ଏହି ଫିଲ୍ମ ୧୨ ଜାନୁୟାରୀ ୨୦୨୩ରେ ରିଲିଜ୍ ହେବାର ଥିଲା ହେଲେ ବର୍ତ୍ତମାନ କିଛି ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏହାକୁ ସ୍ଥଗିତ ରଖାଯାଇଛି । ଫିଲ୍ମଟି ଏବେ ୨୦୨୩ର ଗ୍ରୀଷ୍ମ ସମୟକୁ ମୁକ୍ତିଲାଭ କରିପାରେ ।

ମିଡିଆ ରିପୋର୍ଟ ଅନୁସାରେ ଯେଉଁ ସପ୍ତାହରେ ପ୍ରଭାସଙ୍କ ଫିଲ୍ମ 'ଆଦିପୁରୁଷ'ର ରିଲିଜ୍ ହେବ, ସେହି ସମୟରେ ଚିରଞ୍ଜୀବୀଙ୍କ ଫିଲ୍ମ 'ୱାଲଟ୍ଫେୟାର ଭିରାୟା' ଏବଂ ନନ୍ଦମୁରୀ ବାଲାକ୍ରିଷ୍ଣନଙ୍କ ଫିଲ୍ମ 'ଭିରା ସିମହା ରେଡ୍ଡୀ' ମଧ୍ୟ ମୁକ୍ତିଲାଭ କରିବ। ସେଥି ପାଇଁ ନିର୍ଦ୍ଦେଶକ ଓମ୍ ରାଉତ ନିଜ ଫିଲ୍ମର ରିଲିଜ୍ ତାରିଖରେ ପରିବର୍ତ୍ତନ କରିଥାଇ ପାରନ୍ତି ବୋଲି ଆସଙ୍କା କରାଯାଉଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଫିଲ୍ମ ନିର୍ମାତାଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ । ଖୁବ ଶୀଘ୍ର ଓମ୍ ରାଉତଙ୍କ ଟିମ୍ ଫିଲ୍ମର ନୂଆ ରିଲିଜ୍ ତାରିଖ ଘୋଷଣା କରିପାରନ୍ତି ।
ଏହି ଚଳଚ୍ଚିତ୍ରରେ ରାମାୟଣର କାହାଣୀ ଟିକିଏ ଭିନ୍ନ ଢଙ୍ଗରେ ଉପସ୍ଥାପିତ ହୋଇଛ। ଟିଜର ରିଲିଜ ହେବା ପରଠାରୁ କ୍ରମାଗତ ଭାବେ ଚର୍ଚ୍ଚାରେ ରହି ଆସୁଛି ଏହି ଫିଲ୍ମ । ଫିଲ୍ମରେ ସୈଫ ଅଲ୍ଲି ଖାନଙ୍କ ଲୁକକୁ ବିରୋଧ ଓ ସମାଲୋଚନା କରାଯାଇଥିଲା । ବିବାଦ ବଢିବା ସହ ବିଭିନ୍ନ ହିନ୍ଦୁ ସଂଗଠନ ପକ୍ଷରୁ ଓମ ରାଉତଙ୍କୁ ଚେତାବନୀ ମଧ୍ୟ ଦିଆଯାଇଥିଲା । ସେହିପରି ଫିଲ୍ମ ଭିଏଫଏକ୍ସ ଓ ଅନ୍ୟ କଳାକାରଙ୍କ ଲୁକକୁ ମଧ୍ୟ ଟ୍ରୋଲର ଶିକାର ହୋଇଥିଲା ।
ଫିଲ୍ମ 'ଆଦିପୁରୁଷ' ରାମାୟଣର ଉପରେ ନିର୍ମାଣ କରାଯାାଇଛି । ନିର୍ଦ୍ଦେଶକ ଓମ ରାଉତ କରୋନା ଲକଡାଉନ୍ ସମୟରେ ଏହି କାହାଣୀକୁ ଲେଖିଥିଲେ । ସେ ଜାପାନର ଆନିମେଟେଡ୍ ଫିଲ୍ମ ରାମାୟଣ ଦେଖିବା ପରେ ଏହି ଚଳଚ୍ଚିତ୍ର ତିଆରି କରିବା ପାଇଁ ଚିନ୍ତା କରିଥିଲେ। ରିପୋର୍ଟ ଅନୁସାରେ ଏହି ଫିଲ୍ମର ବଜେଟ୍ ୫୦୦ କୋଟି ଟଙ୍କା ବୋଲି କୁହାଯାଉଛି । କେବଳ VFX ପାଇଁ ୨୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ନେଇ ସୂଚନା ରହିଛି ।












Click it and Unblock the Notifications