Get Updates
Get notified of breaking news, exclusive insights, and must-see stories!

Big Breaking: ଗିରଫ ହେଲେ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ

Big Breaking: ଗିରଫ ହେଲେ ସୁପରଷ୍ଚାର ଏବଂ ପୁଷ୍ପା-2 ଫେମ୍ ଅଭିନେତା ଆଲ୍ଲୁ ଅର୍ଜୁନ । ହାଇଦ୍ରାବାଗ ସନ୍ଧ୍ୟା ଥିଏଟରରେ ପୁଷ୍ପା-2 ସ୍କ୍ରିନିଂ ସମୟରେ ଦଳଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା ।

Pushpa 2

ଅର୍ଜୁନଙ୍କୁ ଶୁକ୍ରବାର ଦିନ ଚିକ୍କଡପାଲି ପୋଲିସ ଷ୍ଟେସନର ଏକ ଟିମ୍ ଗିରଫ କରିଥିଲା ​​ଯେଉଁଠି ମାମଲା ରୁଜୁ କରାଯାଇଥିଲା । ଗିରଫ ପରେ ଅଭିନେତାଙ୍କୁ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ହାଜର କରାଯିବ ।

ସୂଚନାଥାଉ ଯେ, ଫିଲ୍ମ ରିଲିଜ୍ ହେବାର ପ୍ରଥମ ଦିନରେ ଏହି ଘଟଣା ଘଟିଥିଲା । ଗୁରୁବାର ଦିନ ପୁଷ୍ପା-2 ରିଲିଜର ପ୍ରଥମ ଦିନରେ ସମସ୍ତ ସିନେମା ଘର ବାହାରେ ଖୁବ୍ ଭିଡ଼଼ ବଢିଯାଇଥିଲା । ଯାହାକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇ ପଡିଥିଲା । ହାଇଦ୍ରାବାଦ ସଧ୍ୟା ଥିଏଟର ବାହାରେ ପୁଷ୍ପା-2 ଶୋ ବେଳେ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ଯେଉଁଥିରେ ଜଣେ ମହିଳାଙ୍କ ମୃ୍ତ୍ୟୁ ଘଟିଥିଲା ଏବଂ ଅନେକ ଲୋକ ଆହତ ହୋଇଥିଲେ । ଯାହା ପରେ ଆଲ୍ଲୁ ଅର୍ଜୁନଙ୍କ ଏବଂ ସିନେମା ହଲ୍ ମାଲିକଙ୍କ ନାଁରେ ଏକ ମାମଲା ମଧ୍ୟ ରୁଜୁ ହୋଇଥିଲା ।

ତେବେ ମୃତ ମହିଳାଙ୍କ ପରିବାରକୁ 25 ଲକ୍ଷ ଟଙ୍କା ମଧ୍ୟ ଦେଇଥିଲେ ପୁଷ୍ପା-2 ଅଭିନେତା । ଏହା ବ୍ୟତୀତ ସେ କେବଳ ସେମାନଙ୍କର ଚିକିତ୍ସା ଖର୍ଚ୍ଚ ଦେବେ ନାହିଁ ବରଂ ଭବିଷ୍ୟତରେ ପିଲାମାନଙ୍କର ସମସ୍ତ ଆବଶ୍ୟକତା ମଧ୍ୟ ପୂରଣ କରିବେ ଏବଂ ସେମାନଙ୍କର ଯତ୍ନ ନେବେ ବୋଲି ମଧ୍ୟ କହିଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+