ଇନଷ୍ଟାଗ୍ରାମରେ ଏହି ୬ ଜଣଙ୍କୁ ଫଲୋ କରନ୍ତି ସୁପରଷ୍ଟାର ଅକ୍ଷୟ କୁମାର
ମୁମ୍ବାଇ: ବଲିଉଡରେ ଅଭିନେତା ଅକ୍ଷୟ କୁମାର ନିଜ ଫିଲ୍ମ ପାଇଁ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି । 2022ରେ ଖିଲାଡି କୁମାରଙ୍କର ଚଳଚ୍ଚିତ୍ର ବକ୍ସ ଅଫିସରେ କ୍ରମାଗତ ଭାବରେ ଫ୍ଲପ୍ ହୋଇଥିଲା । ଯେଉଁଥି ପାଇଁ ତାଙ୍କୁ ଟ୍ରୋଲର ଶିକାର ମଧ୍ୟ ହେବା ପାଇଁ ପଡିଥିଲା । ସୋସିଆଲ ମିଡିଆରେ ଲଗାତାର ବୟକଟ୍ ଅକ୍ଷୟ କୁମାର ଟ୍ରେଣ୍ତ କରୁଥିଲା ।
ହେଲେ ଏହାର ପ୍ରଭାବ ଖିଲାଡି କୁମାରଙ୍କ ପପୁଲାରିଟି ଉପରେ ପଡିନାହିଁ । ପ୍ରଶଂସକଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇ ନାହିଁ । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଖିଲାଡି କୁମାର ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ୍ ରୁହନ୍ତି । ସେ ନିଜ ଫଟୋ ଓ ଭିଡିଓ ତାଙ୍କ ଇନଷ୍ଟାଗ୍ରାମରେ ପ୍ରାୟତଃ ସେୟାର କରି ସବୁ ଟିକନିକ୍ ଅପଡେଟ୍ ଫ୍ୟାନ୍ସଙ୍କୁ ଦେଇଥାନ୍ତି । ଇନଷ୍ଟାଗ୍ରାମରେ ଅକ୍ଷୟ କୁମାରଙ୍କୁ ୬୦ ମିଲିୟନରୁ ଅଧିକ ଲୋକ ଫଲୋ କରନ୍ତି । ହେଲେ ଅଭିନେତା ଇନଷ୍ଟାଗ୍ରାମରେ ମାତ୍ର ୬ ଜଣଙ୍କୁ ଫଲୋ କରନ୍ତି ।

ଇନଷ୍ଟାଗ୍ରାମରେ ଅକ୍ଷୟ କୁମାରଙ୍କର ୬୪.୮ ମିଲିୟନ ଫଲୋର୍ସ ଅଛନ୍ତି । ସେମାନଙ୍କ ମଧ୍ୟରେ ଅନେକ ସେଲିବ୍ରିଟି ଅଛନ୍ତି, ଯେଉଁମାନେ ତାଙ୍କୁ ଫଲୋ କରନ୍ତି, କିନ୍ତୁ ଅଭିନେତା ଇନଷ୍ଟାଗ୍ରାମରେ ମାତ୍ର ୬ ଜଣଙ୍କୁ ହିଁ ଫଲୋ କରନ୍ତି । ଏହି 6 ଜଣଙ୍କ ମଧ୍ୟରେ ତାଙ୍କ ପତ୍ନୀ ଏବଂ ବଲିଉଡ ଅଭିନେତ୍ରୀ ଟ୍ୱିଙ୍କଲ ଖାନ୍ନାଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି। ଅକ୍ଷୟ କୁମାର ତାଙ୍କ ପତ୍ନୀଙ୍କ ସମସ୍ତ ପୋଷ୍ଟ ଉପରେ କମେଣ୍ଟ ଓ ଲାଇକ୍ କରିବା ପାଇଁ କେବେବି ଭୁଲନ୍ତି ନାହିଁ ।
ଅକ୍ଷୟ କୁମାର ଇନଷ୍ଟାଗ୍ରାମରେ ଟ୍ୱିକ୍ ଇଣ୍ଡିଆ ନାମକ ଏକ ସଂଗଠନକୁ ମଧ୍ୟ ଫଲୋ କରନ୍ତି। ତାଙ୍କ ପତ୍ନୀ ମଧ୍ୟ ଏହି ଅନୁଷ୍ଠାନକୁ ଅନୁସରଣ କରନ୍ତି। ଅକ୍ଷୟ କୁମାର ନିକଟରେ ତାଙ୍କ ପୋଷାକ ବ୍ରାଣ୍ଡ ଲଞ୍ଚ କରିଛନ୍ତି, ଯାହାର ନାମ ଫୋର୍ସ IX । ସୂଚନା ଅନୁଯାୟୀ, ଅକ୍ଷୟ କୁମାର ମନୀଷ ମଣ୍ଡନାଙ୍କ ସହ ୨୦୨୨ ମସିହାରେ ଏହି ବ୍ରାଣ୍ଡ ଆରମ୍ଭ କରିଥିଲେ। ତେଣୁ ଅକ୍ଷୟ ଏହି ବ୍ରାଣ୍ଡକୁ ମଧ୍ୟ ଇନଷ୍ଟାରେ ଫଲୋ କରନ୍ତି ।
ଅକ୍ଷୟ କୁମାର ତାଙ୍କ ପ୍ରଡକ୍ସନ୍ ହାଉସ୍ 'Grazing Goat Pictures'କୁ ମଧ୍ୟ ଇନଷ୍ଟାଗ୍ରାମରେ ଫୋଲ କରିଛନ୍ତି । ଏଥି ସହିତ ଅକ୍ଷୟ କୁମାର ଫିଲ୍ମ 'ପ୍ୟାଡ୍ ମ୍ୟାନ୍'ର ଇନଷ୍ଟାଗ୍ରାମ ଆକାଉଣ୍ଟକୁ ମଧ୍ୟ ଅନୁସରଣ କରନ୍ତି । ଏହା ବ୍ୟତିତ ଅକ୍ଷୟ କୁମାର ପୂର୍ବତନ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ କର୍ଣ୍ଣେଲ ରାଜବର୍ଦ୍ଧନ ସିଂ ରାଠୋରଙ୍କୁ ମଧ୍ୟ ଇନଷ୍ଟାରେ ଫଲୋ କରନ୍ତି । ରାଜବର୍ଦ୍ଧନ ସିଂ ରାଠୋର ସୁଟିଂରେ ଅଲିମ୍ପିକ୍ ପଦକ ଜିତିଛନ୍ତି ଏବଂ ଭାରତୀୟ ସେନାରୁ ଅବସର ନେଇଛନ୍ତି ।












Click it and Unblock the Notifications