ଏହି ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବ ସୁପରହିଟ୍ ଫିଲ୍ମ 'ଛାଭା'
Film Chhaava: ବଲିଉଡ ଅଭିନେତା ଭିକି କୌଶଲ ଫିଲ୍ମ 'ଛାଭା'କୁ ନେଇ ବେଶ୍ ଚର୍ଚ୍ଚାରେ । ଏହି ଚଳଚ୍ଚିତ୍ରଟି ଭାଲେଣ୍ଟାଇନ୍ସ ଡେ'ର ସ୍ୱତନ୍ତ୍ର ଅବସରରେ ଅର୍ଥାତ୍ ୧୪ ଫେବୃଆରୀ ୨୦୨୫ରେ ସିନେମା ହଲରେ ମୁକ୍ତିଲାଭ କରିଥିଲା, ଯାହାକୁ ନେଇ ସାରା ଦେଶରେ କ୍ରେଜ୍ ଦେଖିବା ପାଇଁ ମିଳିଥିଲା ଏପରିକି ଫିଲ୍ମକୁ ନେଇ ବିବାଦ ମଧ୍ୟ ଦେଖିବା ପାଇଁ ମିଳିଥିଲା ।
ଭିକି କୌଶଲ ଏବଂ ରଶ୍ମିକା ମନ୍ଦାନାଙ୍କ ଏହି ଫିଲ୍ମ ବକ୍ସ ଅଫିସରେ ଚମତ୍କାର ପ୍ରଦର୍ଶନ କରିଛି। ଥିଏଟରରେ ଦର୍ଶକଙ୍କୁ ମନୋରଞ୍ଜନ କରିବା ପରେ, ଏବେ ଏହି ଫିଲ୍ମଟି OTTରେ ମୁକ୍ତିଲାଭ କରିବାକୁ ଯାଉଛି।

-ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ ଅନୁସାରେ, 'ଛାଭା' ସିନେମା ହଲରେ ମୁକ୍ତିଲାଭ କରିବାର ପ୍ରାୟ ୨ ମାସ ପରେ, ୧୧ ଏପ୍ରିଲ ୨୦୨୫ରେ OTT ପ୍ଲାଟଫର୍ମ Netflix ରେ ଷ୍ଟ୍ରିମ୍ ହେବ। ତେବେ ଯେଉଁମାନେ ଥିଏଟରକୁ ଯାଇ ଏହି ଫିଲ୍ମର ଦେଖି ନାହାଁନ୍ତି ସେମାନେ ବର୍ତ୍ତମାନ ଘରେ ବସି ଏହି ଫିଲ୍ମ ଦେଖିବାର ମୌକା ପାଇବେ ।












Click it and Unblock the Notifications