ଅଭିନେତ୍ରୀ ସନ୍ନି ଲିଓନିଙ୍କୁ କେରଳ ହାଇକୋର୍ଟଙ୍କ ଆଶ୍ୱସ୍ଥି
ଅଭିନେତ୍ରୀ ସନ୍ନି ଲିଓନିଙ୍କୁ କେରଳ ହାଇକୋର୍ଟଙ୍କ ଆଶ୍ୱସ୍ଥି
ମୁମ୍ବାଇ: ଅଭିନେତ୍ରୀ ସନ୍ନି ଲିଓନି, ସ୍ୱାମୀ ଡେନିୟଲ ୱେବର ଏବଂ ସେମାନଙ୍କ ଜଣେ କର୍ମଚାରୀଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ଠକେଇ ମାମଲାରେ ବୁଧବାର କେରଳ ହାଇକୋର୍ଟ ଅପରାଧିକ ମାମଲାକୁ ସ୍ଥଗିତ ରଖିଛନ୍ତି । ନିକଟରେ ଅଭିନେତ୍ରୀ ତାଙ୍କ ବିରୋଧରେ ଚାଲିଥିବା ମାମଲାକୁ ରଦ୍ଦ କରିବା ପାଇଁ ଦାବି କରିଥିଲେ ଯେଉଁ ଆବେଦନ ଉପରେ ଜଷ୍ଟିସ ଜିଆଦ ରେହମାନ ଏହି ଶୁଣାଣି କରିଛନ୍ତି । କୋର୍ଟ ଏହି ପିଟିସନର ପରବର୍ତ୍ତୀ ତାରିଖ ପର୍ଯ୍ୟନ୍ତ ଅପରାଧିକ ପ୍ରକ୍ରିୟା ସ୍ଥଗିତ ରଖିଛନ୍ତି ।

ସମ୍ପୁର୍ଣ୍ଣ ଘଟଣା କ'ଣ
କେରଳର ଜଣେ ଇଭେଣ୍ଟ ମ୍ୟାନେଜର ସନ୍ନି ଲିଓନ, ତାଙ୍କ ସ୍ୱାମୀ ଏବଂ ତାଙ୍କ କର୍ମଚାରୀଙ୍କ ବିରୋଧରେ ଏକ ମାମଲା ଦାୟର କରିଥିଲେ । ଅଭିଯୋଗକାରୀ ଅଭିଯୋଗ କରିଥିଲେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଏବଂ ଡ୍ୟାନ୍ସ କରିବା ପାଇଁ ଲିଓନଙ୍କୁ ଲକ୍ଷ ଲକ୍ଷ ଟଙ୍କା ଦିଆଯାଇଥିଲା ହେଲେ ଅଭିନେତ୍ରୀ ଜଣକ ଏହି ଇଭେଣ୍ଟରେ ଯୋଗ ଦେଇନଥିଲେ । ଚାରି ବର୍ଷ ପୂର୍ବେ କୋଝିକୋଡେରେ ଷ୍ଟେଜ୍ ପ୍ରଦର୍ଶନ ପାଇଁ କମ୍ପାନୀ ସହିତ ସ୍ୱାକ୍ଷରିତ ହୋଇଥିବା ଚୁକ୍ତିନାମାକୁ ଉଲ୍ଲଂଘନ କରିଥିବା ଅଭିଯୋଗରେ ରାଜ୍ୟ ପୋଲିସର କ୍ରାଇମ ବ୍ରାଞ୍ଚ ସନ୍ନି ଏବଂ ଅନ୍ୟ ଦୁଇଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ତାଙ୍କ ବିରୋଧରେ ଧାରା ୪୬୦, ୪୨୦ ଏବଂ ୩୪ ଅନୁଯାୟୀ ଏକ ମାମଲା ରୁଜୁ ହୋଇଥିଲା ।
ଏହି ଆବେଦନରେ ସନ୍ନି ନିର୍ଦ୍ଦୋଷ ବୋଲି ଦାବି କରିଛନ୍ତି
ଅନ୍ୟପକ୍ଷରେ ସନ୍ନି, ତାଙ୍କ ସ୍ୱାମୀ ଏବଂ ତିନିଜଣ କର୍ମଚାରୀ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି । ସେ ନିବେଦନ କରିଛନ୍ତି ଯେ ସେମାନେ ନିର୍ଦ୍ଦୋଷ ଏବଂ କୌଣସି ପ୍ରକାର ଅପରାଧରେ ଜଡିତ ନୁହଁନ୍ତି । ତାଙ୍କ ବିରୋଧରେ କୌଣସି ଠୋସ୍ ପ୍ରମାଣ ନଥିଲେ ମଧ୍ୟ ଏହି ମାମଲାର ପ୍ରକ୍ରିୟା ସମୟରେ ତାଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବା ପାଇଁ ପିଡୁଛି । ଏହି ଆବେଦନରେ ଦର୍ଶାଯାଇଛି ଯେ ଅଭିଯୋଗକାରୀ ସମାନ ଅଭିଯୋଗ ସହିତ ଏକ ସିଭିଲ ମକଦ୍ଦମା ଦାୟର କରିଥିଲେ ଯାହା ପ୍ରମାଣ ଅଭାବରୁ ଜୁଲାଇ ୨୦୨୨ ରେ ମାଜିଷ୍ଟ୍ରେଟ କୋର୍ଟ ଖାରଜ କରିଦେଇଥିଲେ । ତେଣୁ ସେ ତାଙ୍କ ବିରୋଧରେ ଚାଲିଥିବା ମାମଲାକୁ ରଦ୍ଦ କରିବା ପାଇଁ ଦାବି କରିଛନ୍ତି ।












Click it and Unblock the Notifications