41ରେ ପାଦ ଦେଲେ ଚର୍ଚ୍ଚିତ ଅଭିନେତ୍ରୀ ସନ୍ନି ଲିଓନି
1981 ମସିହା ମେ 13 ତାରିଖରେ ସନ୍ନି କାନାଡ଼ାରେ ଜଣେ ଭାରତୀୟ ଶିଖ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ଆଜି ତାଙ୍କର 41 ତମ ଜନ୍ମଦିନ ପାଳନ କରୁଛନ୍ତି
ମୁମ୍ବାଇ: ନିଜ ଫିଟ୍ନେସ୍, ହଟନେସ୍ ଏବଂ ଷ୍ଟାଇଲ୍ରେ ସବୁ ଯୁବ ଅଭିନେତ୍ରୀଙ୍କୁ ବି ପଛରେ ପକେଇଦେବେ ସନ୍ନି ଲିଓନି । ନିଜ ଅନ୍ଦାଜରେ ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖନ୍ତି ସେ । ସନ୍ନି ଲିଓନି ଜଣେ ଜଣାଶୁଣା ଭାରତୀୟ ଅଭିନେତ୍ରୀ, ମଡେଲ ଓ ପୂର୍ବତନ ପର୍ଣ୍ଣଷ୍ଟାର ।

1981 ମସିହା ମେ 13 ତାରିଖରେ ସନ୍ନି କାନାଡ଼ାରେ ଜଣେ ଭାରତୀୟ ଶିଖ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ଆଜି ତାଙ୍କର 41 ତମ ଜନ୍ମଦିନ ପାଳନ କରୁଛନ୍ତି । ସନ୍ନିଙ୍କ ପ୍ରକୃତ ନାମ କରଣଜିତ କୌର ଭୋହରା । କିନ୍ତୁ ସେ ନିଜ ଷ୍ଟେଜ ନାଁରେ ଅଧିକ ପରିଚିତ ।
ଚଳଚ୍ଚିତ୍ର ଦୁନିଆରେ ପ୍ରଥମ କରି 2012ରେ ପୂଜା ଭଟ୍ଟଙ୍କ ରହସ୍ୟ-ରୋମାଞ୍ଚ ଚଳଚ୍ଚିତ୍ର ଜିସ୍ମ 2 ଦେଇ ପାଦ ଥାପିଥିଲେ । ତା ପରେ ଜ୍ୟାକପଟ (2013), ରାଗିଣି ଏମ.ଏମ.ଏସ 2 (2014) ଓ ଏକ ପହେଲି ଲୀଲା (2015) ଚଳଚ୍ଚିତ୍ର ଗୁଡ଼ିକରେ ନଜର ଆସିଥିଲେ ସନ୍ନି ।

ଅଭିନୟ ବ୍ୟତୀତ ସନ୍ନି ବିଭିନ୍ନ ସଚେତନତାମୂଳକ ଓ ପରୋପକାରୀ କାର୍ଯ୍ୟକ୍ରମରେ ସକ୍ରିୟ । ଆମେରିକାନ କ୍ୟାନସର ସୋସାଇଟି, ପେଟାରେ ସେ ଅନ୍ତର୍ଭୁକ୍ତ ।

ସନ୍ନିଙ୍କ ସଫଳତା :
* 2003ରେ ପେଣ୍ଟହାଉସ ପେଟ୍ ଅଫ ଦ ଇୟର, 2010ରେ ମାକ୍ସିମ ଦ୍ୱାରା ୧୨ ସର୍ବଶ୍ରେଷ୍ଠ ପର୍ଣ୍ଣଷ୍ଟାର ତାଲିକାରେ ଥିଲେ ସନ୍ନି। 2021ରେ ସେ ଭାରତୀୟ ରିୟାଲିଟି ଶୋ ବିଗ୍ ବସ୍ରେ ଭାଗ ନେଇଥିଲେ ।
ସନ୍ନି 2011ରେ ସେ ଡାନିଏଲ ୱେବରଙ୍କୁ ବିବାହ କରିଥିଲେ ।ଡାନିଏଲ ଓ୍ବେବର ଜଣେ ଆମେରିକୀୟ ନିର୍ମାତା, ଅଭିନେତା ଏବଂ ଉଦ୍ୟୋଗୀ। ସନ୍ନିଙ୍କରର 3ଟି ସନ୍ତାନ ରହିଛନ୍ତି । ଦୁଇଜଣ ପୁଅ ନୋହା ଓ ଅସର ଏବଂ ଏକ ଝିଅ ନିଶା। ନିଶାକୁ ଏହି ଦମ୍ପତି ପୋଷ୍ୟ ସନ୍ତାନ ରୂପେ ଗ୍ରହଣ କରିଛନ୍ତି।













Click it and Unblock the Notifications