ରିଲିଜ୍ ହେବା ସନ୍ନି ଦେଓଲଙ୍କ ଫିଲ୍ମ 'Jaat', ସୋସିଆଲ ମିଡିଆରେ କରୁଛି ଟ୍ରେଣ୍ତ
ବଲିଉଡର ଦମଦାର ଅଭିନେତା ସନ୍ନି ଦେଓଲଙ୍କ ଫିଲ୍ମ 'Jaat' ଆଜି ଅର୍ଥାତ୍ ୧୦ ଏପ୍ରିଲ ୨୦୨୪ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ସାଧାରଣତଃ ବଲିଉଡ ଇଣ୍ଡଷ୍ଟ୍ରିରେ ଅଧିକାଂଶ ସିନେମା ଶୁକ୍ରବାର ରିଲିଜ୍ ହୁଏ କିନ୍ତୁ ଏହି ସିନେମାଟି ଗୁରୁବାର ହିଁ ରିଲିଜ୍ ହୋଇଛି ।
ସନ୍ନି ଦେଓଲଙ୍କ ଜାଟ ଏହି ବର୍ଷର ବହୁ ପ୍ରତୀକ୍ଷିତ ଫିଲ୍ମ ମଧ୍ୟରୁ ଗୋଟିଏ। ଏହି ଆକ୍ସନ୍ ଥ୍ରୀଲର୍ ସିନେମାର ଟ୍ରେଲର ରିଲିଜ୍ ହେବା ପରେ ପ୍ରଶଂସକମାନେ ଏହାକୁ ନେଇ ବହୁତ ଉତ୍ସାହିତ ଥିଲେ ଏହି ଫିଲ୍ମର ଆଡଭାନ୍ସ ବୁକିଂ ମଧ୍ୟ ବୋହୁ ଅଧିକ ହୋଇଥିଲା । ତେବେ ଫିଲ୍ମଟି ଭଲ ଆୟ କରିବ ବୋଲି ଆଶା ରହିଛି ।ସନ୍ନି ଦେଓଲଙ୍କ 'ଗଦର 2' 2023 ମସିହାରେ ବକ୍ସ ଅଫିସରେ ଜବରଦସ୍ତ ଆୟ କରିଥିଲା । ଏପରି ସ୍ଥିତିରେ ଫିଲ୍ମ 'ଜାଟ'ରୁ ମଧ୍ୟ ବମ୍ପର ଓପନିଂ କରିବାର ସମ୍ଭାବନା ରହିଛି ।

ବର୍ତ୍ତମାନ ସୁଦ୍ଧା, ସାରା ଭାରତରେ ଜାଟର ପ୍ରି-ଟିକେଟ ବିକ୍ରୟରେ, ବିନା ବ୍ଲକ୍ ସିଟ୍ ରେ 1 ଲକ୍ଷ 13 ହଜାର 299 ଟି ଟିକେଟ ଆଗୁଆ ବୁକ୍ କରାଯାଇଛି, ଯାହା ଫଳରେ ଫିଲ୍ମଟି 2.37 କୋଟି ଟଙ୍କା ସଂଗ୍ରହ କରିଛି। ଫିଲ୍ମଟି ବ୍ଲକ ସିଟ୍ ସହିତ 6.27 କୋଟି ଟଙ୍କା ରୋଜଗାର କରିଛି।












Click it and Unblock the Notifications