ଫିଲ୍ମ ଶୁଟିଂ ବେଳେ ଆହତ ହେଲେ ସୁନୀଲ ଶେଟ୍ଟୀ

Suniel Shetty Injured: ଫିଲ୍ମ ଶୁଟିଂ ସମୟରେ ବଲିଉଡ ଅଭିନେତା ସୁନୀଲ ଶେଟ୍ଟୀ ଆହତ ହୋଇଛନ୍ତି। ଫିଲ୍ମ 'ହଣ୍ଟର୍'ର ଶୁଟିଂ ସମୟରେ ତାଙ୍କୁ ଆଘାତ ଲାଗିଛି । ଏକ ଆକ୍ସନ୍ ସିନ୍ କରୁଥିବା ବେଳେ ସେ ଗୁରୁତର ଆହତ ହୋଇଛନ୍ତି ଯାହା ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ଚିକିତ୍ସା ଜାରି ରହିଛି । ଆଘାତ ଖବର ଆସିବାର କିଛି ସମୟ ପରେ ସୁନୀଲ ଶେଟ୍ଟୀ ତାଙ୍କ ସ୍ୱାସ୍ଥ୍ୟ ଅପଡେଟ୍ ଦେଇ କହିଛନ୍ତି ଯେ ସେ ଭଲ ଅଛନ୍ତି।

ସୁନୀଲ ଶେଟ୍ଟୀଙ୍କ ମୁଖପାତ୍ର କହିଛନ୍ତି- 'ଆନ୍ନା ଆଜି ଆକ୍ସନ୍ ସିନ୍ ଶୁଟିଂ କରୁଥିବାବେଳେ ଆହତ ହୋଇଥିଲେ। ସେ ମୁମ୍ବାଇରେ ଫିଲ୍ମର ଶୁଟିଂ କରୁଥିଲେ। ଏହି ଦୃଶ୍ୟରେ ଅନ୍ୟ ତିନି ଜଣ କଳାକାର ଥିଲେ, ସେମାନଙ୍କ ମଧ୍ୟରୁ ଜଣେ ତାଙ୍କୁ ଏକ ଲମ୍ବା ବାଡ଼ିରେ ଆକ୍ରାମଣ କରିବାର ଏକ ସିନ୍ ଥିଲା । ଏହି ଦୃଶ୍ୟର ଶୁଟିଂ କରିବା ବେଳେ ଉକ୍ତ କାଠ ବାଡି ତାଙ୍କ ଦେହରେ ବାଜି ଅଭିନେତା ଆହତ ହୋଇଛନ୍ତି । ତୁରନ୍ତ ତାଙ୍କର ଚିକିତ୍ସା କରାଯାଇଥିଲା ଏବଂ ବର୍ତ୍ତମାନ ସେ ଭଲ ଅଛନ୍ତି ।

Suniel Shetty Injured

ପ୍ରଶଂସକଙ୍କୁ ସୁନୀଲ ଶେଟ୍ଟୀ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ଅପଡେଟ୍ ଦେଇଛନ୍ତି। ଇନଷ୍ଟାଗ୍ରାମରେ ଏକ ଷ୍ଟୋରୀ ପୋଷ୍ଟ କରି ସେ ଲେଖିଛନ୍ତି - ଏହା ଏକ ଛୋଟ ଆଘାତ, ଗମ୍ଭୀର କିଛି ନୁହେଁ । ମୁଁ ସମ୍ପୂର୍ଣ୍ଣ ଭଲ ଏବଂ ପରବର୍ତ୍ତୀ ସଟ୍ ପାଇଁ ପ୍ରସ୍ତୁତ । ଆପଣଙ୍କ ପ୍ରେମ ଏବଂ ଚିନ୍ତା ପାଇଁ ମୁଁ ବହୁତ କୃତଜ୍ଞ ।

ସୁନୀଲ ଶେଟ୍ଟୀଙ୍କୁ ପ୍ରିୟଦର୍ଶନଙ୍କ ନିର୍ଦ୍ଦେଶିତ ମାଲାୟାଲମ୍ ଚଳଚ୍ଚିତ୍ର ମାରାକର: ଲାୟନ ଅଫ୍ ଦ ଆରବିୟାନ ସି'ରେ ଶେଷ ଥର ପାଇଁ ଦେଖିବା ପାଇଁ ମିଳିଥିଲା । ଅଭିନେତା ବର୍ତ୍ତମାନ ତାଙ୍କ ଆଗାମୀ ଫିଲ୍ମ ୱେଲକମ୍ ଟୁ ଦ ଜଙ୍ଗଲ ପାଇଁ ବ୍ୟସ୍ତ ଅଛନ୍ତି । । ଅହମ୍ମଦ ଖାନ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଉଛନ୍ତି ଯେଉଁଥିରେ ଅକ୍ଷୟ କୁମାର, ଦିଶା ପଟାନି, ପରେଶ ରାୱଲ, ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ, ଲାରା ଦତ୍ତା, ରଭିନା ଟଣ୍ଡନ, ଅର୍ଶଦ ୱାର୍ସି ଏବଂ ଶ୍ରେୟାସ ତାଲପଡେଙ୍କ ଭଳି ଅଭିନେତା ନଜର ଆସିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+