ଯୋଗୀ ଆଦିତ୍ୟନାଥଙ୍କ ସହ 'Boycott Bollywood' ବିଷୟରେ ଆଲୋଚନା କଲେ ସୁନୀଲ ଶେଟ୍ଟୀ

ଯୋଗୀ ଆଦିତ୍ୟନାଥଙ୍କ ସହ 'Boycott Bollywood' ବିଷୟରେ ଆଲୋଚନା କଲେ ସୁନୀଲ ଶେଟ୍ଟୀ ।

ମୁମ୍ବାଇ: ଗୁରୁବାର ମାୟାନାଗରୀ ମୁମ୍ବାଇ ଗସ୍ତରେ ଥିଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶର ଆଗାମୀ ଚଳଚ୍ଚିତ୍ର ସହର ବିଷୟରେ ଆଲୋଚନା କରିବା ପାଇଁ ମୁମ୍ବାଇ ଆସିଥିଲେ। କେବଳ ଏତିକି ନୁହେଁ, ଯୋଗୀ ଆଦିତ୍ୟନାଥ ୟୁପି ଗ୍ଲୋବାଲ ଇନଭେଷ୍ଟର୍ସ କମିଟି ସମ୍ବନ୍ଧରେ ଅନେକ ବ୍ୟବସାୟୀଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି । ଏହା ସହିତ ଯୋଗୀ ଆଦିତ୍ୟନାଥ ଫିଲ୍ମ ଇଣ୍ଡଷ୍ଟ୍ରିର ସମସ୍ତ କଳାକାରଙ୍କୁ ମଧ୍ୟ ଭେଟିଛନ୍ତି । ଏହି ସମୟରେ ସୁପରଷ୍ଟାର ସୁନୀଲ ଶେଟ୍ଟୀ ୟୁପି ସିଏମ ଯୋଗୀ ଆଦିତ୍ୟନାଥଙ୍କ ସହ ବଲିଉଡ ବଏକଟ୍ ଟ୍ରେଣ୍ଡ ବିଷୟରେ ଏକ ବିଶେଷ ଆଲୋଚନା କରିଛନ୍ତି ।

Boycott Bollywood

ଯୋଗୀ ଆଦିତ୍ୟନାଥ ତାଙ୍କ ମୁମ୍ବାଇ ଗସ୍ତ ସମୟରେ ସହରର ପ୍ରସିଦ୍ଧ ତାଜ ହୋଟେଲରେ ବଲିଉଡ ସେଲିବ୍ରିଟିମାନଙ୍କ ସହ ଅନେକ ପ୍ରସଙ୍ଗକୁ ନେଇ ଆଲୋଚନା କରିଥିଲେ । ଏହି ସମୟରେ ଅଭିନେତା ସୁନୀଲ ଶେଟ୍ଟୀ ମଧ୍ୟ ଏହି ବୈଠକରେ ଯୋଗ ଦେବା ପାଇଁ ପହଁଚିଥିଲେ । ନ୍ୟୁଜ୍ ଏଜେନ୍ସି ANI ରିପୋର୍ଟ ଅନୁସାରେ ସୁନୀଲ ଶେଟ୍ଟୀ ସିଏମ୍ ଯୋଗୀ ଆଦିତ୍ୟନାଥଙ୍କ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି । ସୁନୀଲ ଶେଟ୍ଟୀ କହିଛନ୍ତି ଯେ- ଇଣ୍ଡଷ୍ଟ୍ରିରେ ୯୯ ପ୍ରତିଶତ ଲୋକ ଯେଉଁମାନେ ଡ୍ରଗ୍ସ ନେଉନାହାଁନ୍ତି ।


ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ସମସ୍ତେ ଦିନସାରା ତ କେବଳ ଡ୍ରଗ୍ସ ସେବନ କରି ନଥାଉ କିମ୍ବା ଆମେ ସମସ୍ତେ ଖରାପ କାମ କରୁନାହୁଁ । ଇଣ୍ଡଷ୍ଟ୍ରିରେ ୯୯ ପ୍ରତିଶତ ଭଲ ଲୋକ ଅଛନ୍ତି । ଯାହା ଦ୍ୱାରା ଆମର କାହାଣୀ ଏବଂ ସଙ୍ଗୀତ ଭାରତକୁ ବିଦେଶୀ ଦେଶ ସହିତ ଯୋଡୁଛି । ଏଭଳି ପରିସ୍ଥିତିରେ ଆମ ଭାବମୂର୍ତ୍ତିକୁ ବର୍ତ୍ତମାନ ବହୁତ ଖରାପ୍ କରାଯାଉଛି । ସୁନୀଲ ଶେଟ୍ଟୀ ଟୁଇଟ୍ କରି ଲେଖିଛନ୍ତି ଯେ, ନୀତି ଦେଖାଗଲା, ଉଦ୍ଦେଶ୍ୟ ଦେଖାଗଲା, ପରିଣାମ ଦୃଶ୍ୟମାନ ହେବ, ଆପଣ ମୁମ୍ବାଇ ଆସି, ଆମ କଥା ଶୁଣିଥିବାରୁ, ମୁଁ ମୋର ହୃଦୟରୁ ଆପଣଙ୍କୁ ଧନ୍ୟବାଦ ଜଣାଉଛି ।

ନିଜର ମତ ରଖି ସୁନୀଲ ଶେଟ୍ଟୀ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଅନୁରୋଧ କରିଛନ୍ତି ଯେ- 'ବଲିଉଡ ବିରୋଧରେ ଚାଲିଥିବା ବୟକଟ୍ ଟ୍ରେଣ୍ତକୁ ବନ୍ଦ କରାଯିବା ଉଚିତ୍ । କାରଣ ଏହା ସିନେମା ଉପରେ ଖୁବ ଖରାପ ପ୍ରଭାବ ପକାଉଛି । ଏହା ସହ ଅଭିନେତା କହିଛନ୍ତି, ମୁଁ ଆପଣଙ୍କୁ ଅନୁରୋଧ କରୁଛି ଏହି ବିଷୟରେ ଆଲୋଚନା କରନ୍ତୁ ଏବଂ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ମଧ୍ୟ ଏହି ବିଷୟରେ ଆଲୋଚନା କରନ୍ତୁ। ଆପଣ ଏହାର ଫରକ ନିଜେ ଦେଖିପାରିବେ । ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ପ୍ରତି ବିରୋଧର ଏହି ଭାବନାକୁ ବନ୍ଦ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+