ଜ୍ୟାକଲିନ ଫର୍ଣ୍ଣାଣ୍ଡିସଙ୍କ ଗୀତକୁ ଦେଖିଲେ ମିଳିବ ୧୦ଟି ଥାର୍ ଏବଂ ଆଇଫୋନ୍, ପ୍ରେମିକ ସୁକେଶଙ୍କ ବଡ଼ ଘୋଷଣା

Sukesh Chandrashekhar Big Announcement: ଜ୍ୟାକଲିନ ଫର୍ଣ୍ଣାଣ୍ଡିସଙ୍କ ସୁକେଶ ଚନ୍ଦ୍ରଶେଖରଙ୍କ ପ୍ରେମକୁ ନେଇ ଚର୍ଚ୍ଚା ଦୀର୍ଘ ଦିନ ହେବ ଲାଗି ରହିଛି । ସୁକେଶ କହିଛନ୍ତି ସେ, ଅଭିନେତ୍ରୀଙ୍କ ପାଇଁ 1.3 କୋଟି ଟଙ୍କା ମୂଲ୍ୟର 10 ଥାର ଗାଡ଼ି ଏବଂ ଆଇଫୋନ୍ ଉପହାର ଦେଇଛନ୍ତି । ସୁକେଶ ପ୍ରାୟତଃ ଜେଲରୁ ଜ୍ୟାକଲିନଙ୍କୁ ଚିଠି ଲେଖନ୍ତି ଏବଂ ବର୍ତ୍ତମାନ ସେ ପୁଣି ଏକ ଚିଠି ଲେଖିଛନ୍ତି ଯେଉଁଥିରେ ସେ ଅଭିନେତ୍ରୀଙ୍କ ନୂଆ ମ୍ୟୁଜିକ୍ ଭିଡିଓକୁ ପ୍ରଶଂସା କରିଛନ୍ତି । ଏହା ସହ ସେ ଏକ ବଡ଼ ଘୋଷଣା କରିଛନ୍ତି ।

Jacqueline Fernandez

ଜ୍ୟାକଲିନଙ୍କ ପ୍ରେମିକା ସୁକେଶ ଚନ୍ଦ୍ରଶେଖର ଅଭିନେତ୍ରୀଙ୍କ ପ୍ରଶଂସକଙ୍କୁ ଦେବେ ବଡ଼ ଉପହାର । ଏନେଇ ସେ ଚିଠି ଲେଖି ସୂଚନା ଦେଇଛନ୍ତି । ଚିଠିରେ ଲେଖିଛନ୍ତି - 'ବେବି ଗର୍ଲ ୱା, କେବଳ ୱା, ମୁଁ Stormrider ଦେଖିଲି, ମୋ ପାଖରେ ପ୍ରଶଂସା କରିବାର କୌଣସି ଶବ୍ଦ ନାହିଁ। ଏଠାରେ ଥିବା ସମସ୍ତ ସୁନ୍ଦର ଲୋକମାନଙ୍କ ପାଇଁ, ବିଶେଷକରି ଜ୍ୟାକିଙ୍କ ପ୍ରଶଂସକମାନଙ୍କ ପାଇଁ, ମୁଁ ଲକି 100, ଅର୍ଥାତ୍ Stormrider ଗୀତ ସମର୍ଥକଙ୍କ ପାଇଁ 10 ମହିନ୍ଦ୍ରା ଥାର୍ ରକ୍ ଏବଂ 100 ଆଇଫୋନ୍ 16 ପ୍ରୋ ପ୍ରଦାନ କରୁଛି, ଜ୍ୟାକି ଅର୍ଥାତ୍ ଜ୍ୟାକଲିନ୍ Stormrider ଟ୍ରାକରେ ଆପଣଙ୍କ ପାଇଁ ବହୁତ କଠିନ ପରିଶ୍ରମ ଏବଂ ପ୍ରୟାସ କରିଛନ୍ତି । ମୁଁ ଚାହେଁ ଏହି ଗୀତକୁ ବଡ଼ ହିଟ୍ ମିଳୁ ।


ସୁକେଶ ତାଙ୍କ ଚିଠିରେ ପ୍ରକାଶ କରିଛନ୍ତି ଯେ ଶ୍ରେଷ୍ଠ ୧୦ ବିଜେତାଙ୍କୁ ଏକ ଆଇଫୋନ୍ 16 ପ୍ରୋ ମ୍ୟାକ୍ସ ସହିତ ମହିନ୍ଦ୍ରା ଥାର୍ ରକ୍ସ ମିଳିବ। ଅବଶିଷ୍ଟ 90 ଜଣ ପ୍ରତ୍ୟେକଙ୍କୁ ଗୋଟିଏ ଆଇଫୋନ୍ 16 ପ୍ରୋ ପାଇବେ । ଏହି ଅଫରର ପାଇବା ପାଇଁ ହେଲେ ପ୍ରଥମେ ପ୍ରଶଂସକମାନଙ୍କୁ ଭିଡିଓ ଦେଖିବା ଏବଂ ଜ୍ୟାକଲିନଙ୍କ ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ କରିବାକୁ ପଡ଼ିବ । ଏହା ପରେ ଆପଣଙ୍କୁ ଆପଣଙ୍କର ଅଫିସିଆଲ୍ ଇମେଲ୍ କିମ୍ବା ୟୁଟ୍ୟୁବ୍ ID ରୁ ଲାଇକ୍ ଏବଂ କମେଣ୍ଟ ଦେବାକୁ ପଡିବ । ଯାହା ପରେ ନଭେମ୍ବର 2024 ରେ ଦିୱାଲୀ ଅବସରରେ ବିଜେତାଙ୍କ ତାଲିକା ପ୍ରକାଶ ପାଇବ ଏବଂ ଉପହାର ଦିଆଯିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+