Get Updates
Get notified of breaking news, exclusive insights, and must-see stories!

ବଡ ପରଦାରେ ଦେଖିବା ପାଇଁ ମିଳିବ ମହାଠକ ସୁକେଶ ଚନ୍ଦ୍ରଶେଖର- ଜ୍ୟାକଲିନଙ୍କ ପ୍ରେମ କାହାଣୀ

ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିସଙ୍କ ସହ ସୁକେଶଙ୍କ ପ୍ରେମ କାହାଣୀକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ବର୍ତ୍ତମାନ ଖବର ଏହା ମଧ୍ୟ ରହିଛି ଯେ, ସୁକେଶ ଚନ୍ଦ୍ରଶେଖରଙ୍କ ଜୀବନକୁ ନେଇ ବର୍ତ୍ତମାନ ଫିଲ୍ମ ତିଆରି ହେବା ପାଇଁ ଯାଉଛି ।

ukesh Chandrasekhar

ମୁମ୍ବାଇ: ମହାଠକ ସୁକେଶ ଚନ୍ଦ୍ରଶେଖର ଦୀର୍ଘ ଦିନ ଧରି ଲାଇମଲାଇଟରେ ଅଛନ୍ତି । ତାଙ୍କୁ ୨୦୦କୋଟି ଟଙ୍କା ଚୋରି ଏବଂ ଟଙ୍କା ହେରଫେର କରାଯାଇଥିବା ଅଭିଯୋଗ ପରେ ତାଙ୍କୁ ଗିରଫ କରାଯାଇଥିଲା । ବର୍ତ୍ତମାନ ତାଙ୍କୁ ତିହାର ଜେଲରେ ରଖାଯାଇଛି । ଏହାରି ମଧ୍ୟରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିସଙ୍କ ସହ ସୁକେଶଙ୍କ ପ୍ରେମ କାହାଣୀକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ବର୍ତ୍ତମାନ ଖବର ଏହା ମଧ୍ୟ ରହିଛି ଯେ, ସୁକେଶ ଚନ୍ଦ୍ରଶେଖରଙ୍କ ଜୀବନକୁ ନେଇ ବର୍ତ୍ତମାନ ଫିଲ୍ମ ତିଆରି ହେବା ପାଇଁ ଯାଉଛି ।

ସୂଚନା ରହିଛି ଯେ, ନିର୍ମାତା ଆନନ୍ଦ କୁମାର ସୁକେଶଙ୍କ ଜୀବନୀ ଉପରେ ଆଧାରିତ ଏକ ଚଳଚ୍ଚିତ୍ର ତିଆରି କରିବା ପାଇଁ ଯାଉଛନ୍ତି । ତିହାର ଜେଲର ଏଏସପି ଜେଲର ଦୀପକ ଶର୍ମା କହିଛନ୍ତି, ଲୋକମାନେ ସୁକେଶଙ୍କ କାହାଣୀ ଜାଣିବା ପାଇଁ ବେଶ୍ ଆଗ୍ରହୀ ଅଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆନନ୍ଦ କୁମାର ସୁକେଶଙ୍କ ବିଷୟରେ କିଛି ତଥ୍ୟ ସଂଗ୍ରହ କରିବା ପାଇଁ ଜେଲ ପରିଦର୍ଶନ କରିଥିଲେ। ଏହା ପରେ ଦୀପକ ଫିଲ୍ମ ନିର୍ମାତା ଆନନ୍ଦ କୁମାରଙ୍କ ସହ ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ କରିଥିଲେ।

ଇ-ଟାଇମ୍ସର ରିପୋର୍ଟ ଅନୁଯାୟୀ, ସୂତ୍ରରୁ ଜଣାପଡିଛି ଯେ ଚଳଚ୍ଚିତ୍ର ନିର୍ମାତା ଏହି ମାମଲାକୁ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ତଥା ଅନାବଶ୍ୟକ ତଥ୍ୟ ସଂଗ୍ରହ କରୁଛନ୍ତି ଯାହା ଭାରତର ରାଜନେତା, ସେଲିବ୍ରିଟି ଏବଂ ବ୍ୟବସାୟୀଙ୍କୁ ନେଇ ରହିଛି ଏବଂ ଏହି ସତ୍ୟ ପ୍ରକାଶ ପାଇବା ପରେ ଚହଳ ସୃଷ୍ଟି ହୋଇଯିବ ।

ସୂଚନା ଏହା ମଧ୍ୟ ରହିଛି ଯେ, ଚଳଚ୍ଚିତ୍ର ନିର୍ମାତା ରାଜଧାନୀ ଦିଲ୍ଲୀର ଏକ ବିଳାସପୂର୍ଣ୍ଣ ହୋଟେଲକୁ କିଛି ମାସ ପାଇଁ ବୁକ୍ ମଧ୍ୟ କରିଛନ୍ତି ଯେଉଁଠାରେ ଲେଖକ ରହିଛି ଏହି ସିନେମାର କାହଣୀ ଉପରେ କାର୍ଯ୍ୟ ଆରମ୍ଭ କରିବେ । ତେବେ ଆଶା କରାଯାଉଛି ଯେ ଏହି ଚଳଚ୍ଚିତ୍ର ୨୦୨୪ କିମ୍ବା ୨୦୨୫ରେ ରିଲିଜ୍ ହୋଇପାରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+