Get Updates
Get notified of breaking news, exclusive insights, and must-see stories!

ଏହି OTT' ପ୍ଲାଟଫର୍ମରେ ରିଲିଜ୍ ହେବ ସ୍ତ୍ରୀ-2 !

Stree 2 OTT Release: ସ୍ତ୍ରୀ-2 ବକ୍ସଅଫିସରେ ଲଗାତାର ଟ୍ରେଣ୍ତରେ ରହିଛି । ଦିନକୁ ଦିନ ସିନେମାର ଆୟ ବଢିବାରେ ଲାଗିଛି । ଏହି ଚଳଚ୍ଚିତ୍ର ବିଶ୍ୱ ସ୍ତରରେ 400 କୋଟି ଟଙ୍କା ଆୟ କରିସାରିଲାଣି । ରାଜକୁମାର ରାଓ ଏବଂ ଶ୍ରଦ୍ଧା କପୁରଙ୍କ ଫିଲ୍ମ ରିଲିଜ୍ ହେବାର ମାତ୍ର 2 ଦିନ ମଧ୍ୟରେ 35 କୋଟି ଟଙ୍କା ଆୟ କରିବାରେ ସଫଳ ହୋଇଛି । ଚଳଚ୍ଚିତ୍ରଟି ପ୍ରେକ୍ଷାଳୟରେ ଅନେକ ବଡ଼ ବଡ଼ ସିନେମାର ରୋଜଗାରର ରେକର୍ଡ ବ୍ରେକ କରି ସାରିଛି ହେଲେ ଫିଲ୍ମର OTT ରିଲିଜ୍ ଉପରେ ମଧ୍ୟ କିଛି ପ୍ରଶଂସକଙ୍କ ନଜର ରହିଛି । ତେବେ ଚାଲନ୍ତୁ ଜାଣିବା ଏହି ସୁପରହିଟ୍ ସିନେମାଟି କେବେ ଓଟିଟିରେ ରିଲିଜ୍ ହେବ ।

Stree 2

ସ୍ତ୍ରୀ-2 କେବଳ ଦର୍ଶକଙ୍କଠୁ ନୁହେଁ ବରଂ ସମାଲୋଚକଙ୍କ ଠାରୁ ମଧ୍ୟ ଭଲ ପ୍ରତିକ୍ରିୟା ସାଉଁଟୁଛି । ଫିଲ୍ମ ଦେଖିସାରିଥିବା ଲୋକେ ଏହି ସିନେମାର ଖୁବ୍ ପ୍ରଶଂସା କରୁଛନ୍ତି । ଏଭଳି ପରିସ୍ଥିତିରେ ଏହାର OTT ରିଲିଜ୍ ବିଷୟରେ ଅନେକ ଆଲୋଚନା ହେଉଛି । ବର୍ତ୍ତମାନ ଖବର ରହିଛି ଯେ ସେପ୍ଟେମ୍ବର ମାସରେ ସ୍ତ୍ରୀ-2 ପ୍ରାଇମ୍ ଭିଡିଓରେ ଆସିବାର ସମ୍ଭାବନା ରହିଛି । ହେଲେ ଏପର୍ଯ୍ୟନ୍ତ ଏହାର ତାରିଖ ନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ । ସ୍ତ୍ରୀ -2 OTT ରିଲିଜ୍ ପାଇଁ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି । ସମସ୍ତେ ଉତ୍ସାହର ସହିତ ଫିଲ୍ମର OTT ରିଲିଜକୁ ଅପେକ୍ଷା କରିଛନ୍ତି । ତେବେ ଫିଲ୍ମଟି ଆମାଜନ ପ୍ରାଇମରେ ରିଲିଜ୍ ହେବାର ସମ୍ଭାବନା ରହିଛି ।

ହେଲେ ଏପର୍ଯ୍ୟନ୍ତ ଓଟିଟି ରିଲିଜ୍ ବିଷୟରେ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ । ଫିଲ୍ମର ରୋଜଗାର ବିଷୟରେ କହିବାକୁ ଗଲେ ସ୍ତ୍ରୀ-2 ପୂର୍ବରୁ 400 କୋଟି ଟଙ୍କାର କ୍ଲବରେ ସାମିଲ ହୋଇଥିଲା । ଏହି ଫିଲ୍ମର ଆୟ ଏବେ ମଧ୍ୟ ବଢିବାରେ ଲାଗିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+