ରିଲିଜ୍ ହେଲା 'ସ୍ତ୍ରୀ 2' ଟିଜର୍, ଏହି ଦିନ ପ୍ରେକ୍ଷାଳୟରେ କରିବ ମୁକ୍ତିଲାଭ
Bollywood Films News: 2018ରେ ମୁକ୍ତିଲାଭ କରିଥିବା ଫିଲ୍ମ 'ସ୍ତ୍ରୀ' ବକ୍ସ ଅଫିସରେ ବେଶ୍ ଭଲ ରୋଜଗାର କରିଥିଲା ଏବଂ ଦର୍ଶକଙ୍କଠୁ ଏହି ସିନେମାକୁ ଭଲ ପ୍ରତିକ୍ରିୟା ମିଳିଥିଲା । ଦର୍ଶକ ଏହି ଚଳଚ୍ଚିତ୍ରକୁ ଏତେ ପସନ୍ଦ କରିଥିଲେ ଯେ ଏହା ରିଲିଜ୍ ହେବା ପରେ ପ୍ରେକ୍ଷାଳୟରେ ସିନେପ୍ରେମୀଙ୍କ ନାହିଁନଥିବା ଭିଡ଼ ଦେଖିବା ପାଇଁ ମିଳିଥିଲା ।

ତେବେ 23 କୋଟି ଟଙ୍କାର ଫିଲ୍ମ ବକ୍ସ ଅଫିସରେ ମୋଟ 180.76 କୋଟି ଟଙ୍କା ଆୟ କରିଥିଲା । ବର୍ତ୍ତମାନ ଏହି ଚଳଚ୍ଚିତ୍ରର ଦ୍ୱିତୀୟ ଭାଗ 15 ଅଗଷ୍ଟ 2024ରେ ମୁକ୍ତିଲାଭ କରିବାକୁ ଯାଉଛି। ଯାହା ଟିଜର ବର୍ତ୍ତମାନ ସୋସିଆଲ ମିଡିଆରେ କରୁଛି ଟ୍ରେଣ୍ତ ।
ନିର୍ମାତାମାନେ ଫିଲ୍ମର ଟିଜର ରିଲିଜ କରିଛନ୍ତି, ଏହା ଦେଖିବା ପରେ ଏହା ସ୍ପଷ୍ଟ ହୋଇଛି ଯେ ଏଥର ମଧ୍ୟ ଫିଲ୍ମରେ ପୁଣି କମେଡି ଏବଂ ହରର୍ ଡବଲ୍ ତଡକା ଲାଗିବା ପାଇଁ ଯାଉଛି । ଏଥର ଫିଲ୍ମରେ 'ସ୍ତ୍ରୀ'ର ଟ୍ୟାଗ୍ ଲାଇନ୍ ବଦଳିଯାଇଛି । ଦ୍ୱିତୀୟ ଭାଗର ଟ୍ୟାଗ୍ ଲାଇନ 'ହେ ସ୍ତ୍ରୀ ସୁରକ୍ଷା ଦିଅ' । ଟିଜର ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଲାଗିଛି । ଦର୍ଶକ ମଧ୍ୟ ଏହି ଟିଜରକୁ ବେଶ୍ ପସନ୍ଦ କରୁଛନ୍ତି । ପୁଣିଥରେ ଏହି ଫିଲ୍ମରେ ରାଜକୁମାର ରାଓଙ୍କ ସହ ଶ୍ରଦ୍ଧା କପୁର, ପଙ୍କଜ ତ୍ରିପାଠୀ, ଅପାରଶକ୍ତି ଖୁରାନା ଏବଂ ଅଭିଷେକ ବାନାର୍ଜୀଙ୍କ ଯୋଡି ଦେଖିବାକୁ ମିଳିବ।
'ସ୍ତ୍ରୀ 2' ଅମର କୌଶିକଙ୍କ ଦ୍ୱାରା ନିର୍ଦ୍ଦେଶିତ । କୁହାଯାଉଛି ଯେ ବରୁଣ ଧୱନ ଏହି ଫିଲ୍ମରେ କ୍ୟାମୋ କରୁଥିବା ଦେଖିବାକୁ ମିଳିବ। ଏଥି ସହିତ ତମନ୍ନା ଭାଟିଆ ମଧ୍ୟ ଏକ ଖାସ୍ ଅନ୍ଦାଜରେ ନଜର ଆସିବେ । ସୂଚନାଯୋଗ୍ୟ ଯେ 'ସ୍ତ୍ରୀ 2' ର ରିଲିଜ୍ ତାରିଖ ପୂର୍ବରୁ 30 ଅଗଷ୍ଟରେ ରଖାଯାଇଥିଲା, କିନ୍ତୁ ବର୍ତ୍ତମାନ ଏହା 15 ଅଗଷ୍ଟରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ତେବେ ଟିଜର୍ ରିଲିଜ୍ ହେବା ପରଠୁ ଫିଲ୍ମକୁ ନେଇ ଦର୍ଶକଙ୍କ ଉତ୍ସାହ ବଢିବାରେ ଲାଗିଛି ।












Click it and Unblock the Notifications