ସେପ୍ଟେମ୍ବର ୨୭ ରେ ଏହି OTT' ପ୍ଲାଟଫର୍ମରେ ରିଲିଜ୍ ହେବ Stree 2

Stree 2: ସ୍ତ୍ରୀ-2ର କ୍ରେଜ ଲୋକଙ୍କ ମଧ୍ୟ ବେଶ ଅଧିକ ଦେଖିବା ପାଇଁ ମିଳିଥିଲା । ଏହା ଚଳିତ ବର୍ଷ ବଲିଉଡର ସର୍ବାଧିକ ଆୟ କରିଥିବା ଫିଲ୍ମ ହୋଇ ପାରିଛି । ଶ୍ରଦ୍ଧା କପୁର-ରାଜ କୁମାର ରାଓଙ୍କ ଫିଲ୍ମ ସ୍ତ୍ରୀ-2କୁ ନେଇ ରହିଛି ଆଉ ଏକ ଗୁଡ୍ ନ୍ୟୁଜ୍ ରହିଛି । ଯେଉଁ ମାନେ ଏହି ସିନେମା ଏ ପର୍ଯ୍ୟନ୍ତ ଦେଖି ନାହାଁନ୍ତି, ସାମାନେ ବର୍ତ୍ତମାନ ସ୍ତ୍ରୀ-2 ଘରେ ବସି ଦେଖି ପାରିବେ । ଅର୍ଥାତ୍ ଏହା ଖୁବ୍ ଶୀଘ୍ର ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବା ପାଇଁ ଯାଉଛି ।

ଏହି ଚଳଚ୍ଚିତ୍ର ଅଗଷ୍ଟ 15 ରେ ମୁକ୍ତିଲାଭ କରିଥିଲା ​​ଏବଂ ଏବେ ମଧ୍ୟ ଏହା ଭଲ ରୋଜଗାର କରୁଛି । ସ୍ତ୍ରୀ-2 ରେ ରାଜକୁମାର ରାଓ, ପଙ୍କଜ ତ୍ରିପାଠୀ, ଆପର୍ଶୀ ଖୁରାନା ଏବଂ ଅଭିଷେକ ବାନାର୍ଜୀ, ଶ୍ରଦ୍ଧା କପୁରଙ୍କ ପରି କଳାକାର ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଏପରିକି ତମନ୍ନା ଭାଟିଆ, ଅକ୍ଷୟ କୁମାର ଏବଂ ବରୁଣ ଧୱନଙ୍କର ଝଲକ ମଧ୍ୟ ସିନେମାରେ ଦେଖିବାକୁ ମିଳିଥିଲା । ବର୍ତ୍ତମାନ OTT ରେ ଏହି ସିନେମା ରିଲିଜକୁ ଅପେକ୍ଷା କରିଥିବା ଲୋକଙ୍କ ପାଇଁ ଏକ ଖୁସି ଖବର ।

Stree 2 OTT Release Date

ଖବର ଅନୁଯାୟୀ, ସେପ୍ଟେମ୍ବର 27 ରେ ଆମାଜନ ପ୍ରାଇମରେ ସ୍ତ୍ରୀ-2 ରିଲିଜ୍ ହେବ । ହେଲେ ଏଥିରେ ରହିଛି ଏକ ଟୁଇଷ୍ଟ । ପ୍ରଥମେ ଏହି ଚଳଚ୍ଚିତ୍ର ଦେଖିବା ପାଇଁ ଟଙ୍କା ଦେବା ପାଇଁ ପଡିବ ଅର୍ଥାତ୍ ଏହାକୁ ରେଣ୍ଟରେ ନେଇ ଦେଖିବା ପାଇଁ ପଡିବ । ହେଲେ କିଛି ଦିନ ପରେ ଏହା ମାଗଣାରେ ଦେଖିବାର ମୌକା ପାଇବେ ଦର୍ଶକ । ଯଦି ଆପଣ ଏହାକୁ ମାଗଣାରେ ଦେଖିବାକୁ ଚାହାଁନ୍ତି, ତେବେ ଆପଣଙ୍କୁ 27 ସେପ୍ଟେମ୍ବର ପରେ ମଧ୍ୟ କିଛି ଦିନ ଅପେକ୍ଷା କରିବାକୁ ପଡିବ । ଏହା ପରେ ହିଁ ଆପଣ ସରକଟାର ଆତଙ୍କ ଫ୍ରି'ରେ ଦେଖିପାରିବେ ।

ସ୍ତ୍ରୀ- 2 ର ଆୟରେ ବ୍ରେକ୍ ଲାଗୁ ନାହିଁ । ଏହି ଫିଲ୍ମ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ 585 କୋଟି ଟଙ୍କାର ବ୍ୟବସାୟ କରିଛି। କିଛି ଦିନ ମଧ୍ୟରେ ଏହି ଚଳଚ୍ଚିତ୍ର 600 କୋଟି ଟଙ୍କାର କ୍ଲବରେ ଯୋଗ ଦେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+