ରାକ୍ଷୀପୂର୍ଣ୍ଣିମାରେ ରେକର୍ଡ ସୃଷ୍ଟି କଲା 'ସ୍ତ୍ରୀ-2', କଲା ଏତିକି କୋଟିର ଆୟ
Stree 2: ଶ୍ରଦ୍ଧା କପୁର ଏବଂ ରାଜକୁମାର ରାଓଙ୍କ ହରର୍ କମେଡି ଫିଲ୍ମ ସ୍ତ୍ରୀ-2 ବର୍ତ୍ତମାନ ବକ୍ସଅଫିସରେ ସୃଷ୍ଟି କରିଛି ଚହଳ । ଏହି ଚଳଚ୍ଚିତ୍ରଟି ମାତ୍ର ପାଞ୍ଚ ଦିନ ମଧ୍ୟରେ ଅନେକ ରେକର୍ଡ ସୃଷ୍ଟି କରିଛି । ଯାହା ବଡ଼ ବଡ଼ କଳାକାରଙ୍କ ସିନେମାକୁ ପକାଇଛି ପଛରେ । ସମସ୍ତ ଚଳଚ୍ଚିତ୍ରକୁ ଛାଡି ଫିଲ୍ମ ପ୍ରଥମ ଦିନରେ 50 କୋଟିରୁ ଅଧିକ ଟଙ୍କା ଆୟ କରିବାରେ ସଫଳ ହୋଇଛି ଏବଂ ବର୍ତ୍ତମାନ ପାଞ୍ଚ ଦିନରେ ସିନେମାଟି 200 କୋଟି ଟଙ୍କାର କ୍ଲବରେ ଯୋଗ ଦେଇଛି। ସ୍ତ୍ରୀ-2 ପାଞ୍ଚ ଦିନରେ 200 କୋଟି ଟଙ୍କାର ବ୍ୟବସାୟ କରିବାରେ ସଫଳ ହୋଇଛି ।

ନିର୍ମାତାମାନେ ଆଶା କରିଥିଲେ ଯେ, ସ୍ତ୍ରୀ-2 ବକ୍ସଅଫିସର ହିଟ୍ ହେବ । ହେଲେ ଏତେ ଶୀଘ୍ର ଏତେ ଅଧିକ ବ୍ୟବସାୟ କରିବ ବୋଲି କେହି ଆଶା କରିନଥିଲେ । ଏହି ଚଳଚ୍ଚିତ୍ରଟି ସୋମବାର ଦିନ ରାକ୍ଷୀପୂର୍ଣ୍ଣିମା ଅବସରରେ ବେଶ ଭଲ ଆୟ କରିଛି । ସ୍ତ୍ରୀ-2 ପାଞ୍ଚ ଦିନରେ ଅନକ ବଡ଼ ବଡ଼ ଅଭିନେତାଙ୍କ ଫିଲ୍ମକୁ ପକାଇଛି ପଛରେ । ରିପୋର୍ଟ ଅନୁଯାୟୀ, ଫିଲ୍ମଟି ପଞ୍ଚମ ଦିନରେ ବକ୍ସ ଅଫିସରେ ପ୍ରାୟ 37 କୋଟି ଟଙ୍କା ସଂଗ୍ରହ କରିଛି। ଯାହା ପରେ ସମୁଦାୟ ଆୟ 228.45 କୋଟିରେ ପହଞ୍ଚିଛି ।
ଏହି ଚଳଚ୍ଚିତ୍ରଟି ପ୍ରଥମ ଦିନରେ 60.3 କୋଟି ଟଙ୍କା ସଂଗ୍ରହ କରିଥିଲା, ଦ୍ୱିତୀୟ ଦିନରେ 31.4 କୋଟି, ତୃତୀୟ ଦିନରେ 43.85 କୋଟି, ଚତୁର୍ଥ ଦିନରେ 55.9 କୋଟି ଏବଂ ପଞ୍ଚମ ଦିନରେ 37 କୋଟି ସଂଗ୍ରହ କରିଛି । ତେବେ ଏଥର ୱିକଏଣ୍ଟ ଏବଂ ଛୁଟିର ବେଶ ଭଲ ଲାଭ ଉଠାଇଛି ସ୍ତ୍ରୀ-2 । ସପ୍ତାହକ ମଧ୍ୟରେ ଏହି ସିନେମା କେତେ ଆୟ କରୁଛି ବର୍ତ୍ତମାନ ତାହା ଦେଖିବା ବାକି ରହିଲା । ସାରା ବିଶ୍ୱରେ ଏହି ଫିଲ୍ମ 300 କୋଟି ଟଙ୍କାରୁ ଅଧିକ ଆୟ କରିବାରେ ସଫଳ ହୋଇଛି ।
ସ୍ତ୍ରୀ-2 ଏକ ମଲ୍ଟି ଷ୍ଟାର୍ ଫିଲ୍ମ । ଏହା ବ୍ୟତୀତ ଜନ୍ ଅବ୍ରହାମ ଏବଂ ଅକ୍ଷୟ କୁମାରଙ୍କ ଫିଲ୍ମ ମଧ୍ୟ ରିଲିଜ୍ ହୋଇଛି । ଅକ୍ଷୟଙ୍କ ଫିଲ୍ମ ଏପର୍ଯ୍ୟନ୍ତ ମାତ୍ର 15 କୋଟି ଟଙ୍କା ସଂଗ୍ରହ କରିବାରେ ସଫଳ ହୋଇଥିବାବେଳେ ବେଦା ମଧ୍ୟ ମାତ୍ର 15.50 କୋଟି ଟଙ୍କା ସଂଗ୍ରହ କରିବାରେ ସଫଳ ହୋଇଛି।












Click it and Unblock the Notifications