କିଙ୍ଗ୍ ଖାନଙ୍କ ଫିଲ୍ମର ରେକର୍ଡ ଭାଙ୍ଗିଲା ସ୍ତ୍ରୀ-2
Stree 2 Box Office Collection: ଶ୍ରଦ୍ଧା କପୁର ଏବଂ ରାଜକୁମାର ରାଓଙ୍କ ଫିଲ୍ମ 'ସ୍ତ୍ରୀ-୨' ବର୍ତ୍ତମାନ ପୁରା ବକ୍ସଅଫିସରେ କରୁଛି ରାଜ । ଏପରିକି ଏହି ଫିଲ୍ମ ଆୟ ତୁଳନା ଅନେକ ସୁପରଷ୍ଟାରଙ୍କ ଫିଲ୍ମକୁ ପକାଇଲାଣି ପଛରେ । ରିଲିଜ୍ ହେବା ପରେ ଲଗାତାର ଫ୍ୟାନ୍ସଙ୍କ ମଧ୍ୟରେ ଏହି ଫିଲ୍ମକୁ ନେଇ କ୍ରେଜ୍ ଦେଖିବା ପାଇଁ ମିଳୁଛି । ଏଥିରେ ଜବରଦସ୍ତ କମେଡି ମଧ୍ୟ ଦେଖିବା ପାଇଁ ମିଳୁଛି । ରିଲିଜ୍ ହେବାର ପ୍ରଥମ ଦିନରୁ ହିଁ ଏହି ଫିଲ୍ମଟି ଜବରଦସ୍ତ ଆୟ କରୁଛି । ସେହିପରି ଦିନରେ ମଧ୍ୟ ବକ୍ସ ଅଫିସରେ ସ୍ତ୍ରୀ-2ର ଆୟ ବୃଦ୍ଧି ପାଉଥିବାର ଦେଖିବା ପାଇଁ ମିଳିଛି । ଆସନ୍ତୁ ଜାଣିବା ରିଲିଜ୍ ହେବାର ଦ୍ୱିତୀୟ ଦିନରେ 'ସ୍ତ୍ରୀ-2' କେତେ ରୋଜଗାର କରିଛି?
ଶ୍ରଦ୍ଧା କପୁର ଏବଂ ରାଜକୁମାର ରାଓଙ୍କ ଫିଲ୍ମ 'ସ୍ତ୍ରୀ-2' ବର୍ତ୍ତମାନ ଟ୍ରେଣ୍ତରେ ରହିଛି । ଅକ୍ଷୟ କୁମାରଙ୍କ ସରଫିରା ଏବଂ ଅଜୟ ଦେବଗନଙ୍କ ଫିଲ୍ମ ସମେତ ଅନେକ ରିଲିଜ୍ ହୋଇଥିବା ଚଳଚ୍ଚିତ୍ର ବକ୍ସ ଅଫିସରେ ଫ୍ଲପ୍ ହୋଇଥିବା ବେଳେ 'ସ୍ତ୍ରୀ 2' ପୁଣି ଥରେ ପ୍ରେକ୍ଷାଳୟରେ ଉତ୍ସାହ ଆଣୁଥିବାର ଦେଖିବା ପାଇଁ ମିଳିଛି । ସ୍ୱାଧୀନତା ଦିବସ ଅବସରରେ 'ସ୍ତ୍ରୀ 2' ରିଲିଜ୍ ହୋଇଥିଲା ଏବଂ ଏଥିରେ ଅକ୍ଷୟ କୁମାରଙ୍କ ଖେଲ ଖେଲ ମେ ଏବଂ ଜନ୍ ଆବ୍ରାହମଙ୍କ ବେଦା ସମେତ ସାଉଥ୍ ଚଳଚ୍ଚିତ୍ର ମଧ୍ୟ ରିଲିଜ୍ ହୋଇଥିଲା । ବଡ଼ ବଡ଼ ସୁପରଷ୍ଟାରଙ୍କ ଫିଲ୍ମ ସହ ଏହି ସିନେମାର କଡ଼ ଟକ୍କର ହୋଇଥିଲା ହେଲେ ବର୍ତ୍ତମାନ ସମସ୍ତଙ୍କୁ ପଛରେ ପକାଇ ସ୍ତ୍ରୀ-2 କରୁଛି ରାଜ ।

ଏହି ଚଳଚ୍ଚିତ୍ରଟି ପ୍ରଥମ ଦିନରେ ମୋଟ 76.5 କୋଟି ଟଙ୍କା ସଂଗ୍ରହ କରି ଇତିହାସ ସୃଷ୍ଟି କରିଥିଲା ଏବଂ ଏହି ଚଳଚ୍ଚିତ୍ରଟି ଶାହାରୁଖ ଖାନଙ୍କ ପଠାନ ଏବଂ ଯବାନଙ୍କ ପ୍ରଥମ ଦିନର ରେକର୍ଡ ମଧ୍ୟ ଭାଙ୍ଗିଥିଲା। ଦ୍ୱିତୀୟ ଦିନରେ ଫିଲ୍ମର ରୋଜଗାରରେ ନିଶ୍ଚିତ ଭାବେ ହ୍ରାସ ଘଟିଥିଲା, କିନ୍ତୁ ଏହାକୁ ଏକ ୱାର୍କିଂ ଡେ ହୋଇଥିବାରୁ ଫିଲ୍ମ ଆୟ ଉପରେ ଏହାର ପ୍ରଭାବ ପଡିଥିଲା ।
ରିପୋର୍ଟ ଅନୁଯାୟୀ, 'ସ୍ତ୍ରୀ 2' ରିଲିଜ୍ ହେବାର ଦ୍ୱିତୀୟ ଦିନରେ 30 କୋଟି ଟଙ୍କା ସଂଗ୍ରହ କରିଛି। ଏହା ସହିତ ଦୁଇ ଦିନ ମଧ୍ୟରେ 'ସ୍ତ୍ରୀ 2'ର ମୋଟ ବ୍ୟବସାୟ 106.5 କୋଟି ଟଙ୍କା ହୋଇଛି।












Click it and Unblock the Notifications