ଶାହାରୁଖ ଖାନଙ୍କ ଘରେ ପସିଲେ ଅଜଣା ବ୍ୟକ୍ତି, ଅଭିନେତା କଲେ ଏପରି ସାହାଯ୍ୟ
ଶାହାରୁଖଙ୍କ ଘରେ ପ୍ରବେଶ କରିଥିବା ଏହି ଦୁଇ ଜଣ ବ୍ୟକ୍ତି ହେଲେ ସାହିଲ ସଲିମ ଖାନ ଏବଂ ରାମ ସରଫ କୁଶୱା । ଯେଉଁମାନେ ଗୁଜରାଟର ବାସିନ୍ଦା । ଅଭିନେତାଙ୍କ ଘରୁ ଧରାପଡିବା ପରେ ଦୁଇ ଅଭିଯୁକ୍ତଙ୍କୁ ପୋଲିସକୁ ହସ୍ତାନ୍ତର କରାଯାଇଛି ।

ମୁମ୍ବାଇ: ବଲିଉଡର କିଙ୍ଗ୍ ଖାନଙ୍କ ଘରେ ପଶିଲେ ଦୁଇ ପ୍ରଶଂସକ । ରିପୋର୍ଟ ଅନୁସାରେ, ଦୁଇଜଣ ବ୍ୟକ୍ତି ଶାହାରୁଖଙ୍କୁ ଭେଟିବାକୁ ଚାହୁଁଥିଲେ, ଯିଏକି ସୁରକ୍ଷାକର୍ମୀଙ୍କ ଭୟରେ ପ୍ରାୟ ୮ ଘଣ୍ଟା ଧରି ଅଭିନେତାଙ୍କ ମେକ୍ ଅପ୍ ରୁମରେ ଲୁଚି ରହିଥିଲେ । ଶାହାରୁଖଙ୍କ ମେକ୍ ଅପ୍ ରୁମ୍ ତାଙ୍କ ଘର ମନତର ତୃତୀୟ ମହଲାରେ ।
ଶାହାରୁଖଙ୍କ ଘରେ ପ୍ରବେଶ କରିଥିବା ଏହି ଦୁଇ ଜଣ ବ୍ୟକ୍ତି ହେଲେ ସାହିଲ ସଲିମ ଖାନ ଏବଂ ରାମ ସରଫ କୁଶୱା । ଯେଉଁମାନେ ଗୁଜରାଟର ବାସିନ୍ଦା । ଅଭିନେତାଙ୍କ ଘରୁ ଧରାପଡିବା ପରେ ଦୁଇ ଅଭିଯୁକ୍ତଙ୍କୁ ପୋଲିସକୁ ହସ୍ତାନ୍ତର କରାଯାଇଛି । ଏକ ନ୍ୟୁଜ୍ ଏଜେନ୍ସିକୁ ପୋଲିସ ଦେଇଥିବା ସୂଚନା ଅନୁସାରେ, 'ଉଭୟ ଅଭିଯୁକ୍ତ ତାଙ୍କୁ ସାକ୍ଷାତ କରିବା ପାଇଁ ଶାହାରୁଖ ଖାନଙ୍କ ବଙ୍ଗଳା ଭିତରକୁ ପ୍ରବେଶ କରିଥିଲେ ଏବଂ ଅଭିନେତାଙ୍କ ମେକଅପ୍ ରୁମରେ ପ୍ରାୟ ୮ ଘଣ୍ଟା ଲୁଚି କିଙ୍ଗ୍ ଖାନଙ୍କ ଅପେକ୍ଷା କରିଥିଲେ । ଉଭୟ ଦିନ ପ୍ରାୟ ୩ଟା ବେଳେ ସେଠାରେ ପ୍ରବେଶ କରିଥିଲେ, ପରେ ତାଙ୍କୁ ୧୦.୩୦ରେ ଧାରାଯାଇଥିଲା ।
ମନ୍ନତର ମ୍ୟାନେଜର କଲିନ୍ ଡି'ସୁଜା ତାଙ୍କ ବୟାନରେ ପୋଲିସକୁ କହିଛନ୍ତି ଯେ 'ମାର୍ଚ୍ଚ ୨ ସକାଳ ୧୧ଟା ସମୟରେ ସିକ୍ୟୁରିଟି ଗାର୍ଡ ତାଙ୍କୁ ଫୋନ କରି କହିଥିଲେ ଯେ, ୨ଜଣ ଲୋକ ବଙ୍ଗଳା ଭିତରକୁ ପ୍ରବେଶ କରିଛନ୍ତି । ଯେଉଁମାନେ ଧରାପଡିଛନ୍ତି । ଏହି ଲୋକମାନଙ୍କ ମଧ୍ୟରୁ ଜଣଙ୍କ ଗାଲରେ ଆଘାତ ଲାଗିଛି । ଯାହାର ଚିକିତ୍ସା ତୁରନ୍ତ କରାଯାଇଥିଲା ।
ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, 'ପଠାନ'ଜରିଆରେ ୪ ବର୍ଷ ପରେ ବଡ ପରଦାକୁ ଫେରିଥିଲେ କିଙ୍ଗ୍ ଖାନ । ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଅନେକ ରେକର୍ଡ ଭାଙ୍ଗିଥିଲା । ବର୍ତ୍ତମାନ ଶାହାରୁଖ ତାଙ୍କର ଆଗାମୀ ଚଳଚ୍ଚିତ୍ରଗୁଡ଼ିକର ସୁଟିଂରେ ବ୍ୟସ୍ତ ଅଛନ୍ତି ।












Click it and Unblock the Notifications