Get Updates
Get notified of breaking news, exclusive insights, and must-see stories!

ପପୁ ପମ୍‌ପମ୍‌ଙ୍କ ମଞ୍ଚ ଉପରକୁ ପଥର ମାଡ଼, ଭାଙ୍ଗିଗଲା...

ଓଡିଆ ହାସ୍ୟଅଭିନେତା ପପୁ ପମପମଙ୍କ ମଞ୍ଚ ଉପରକୁ ପଥର ମାଡ ହୋଇଛି । ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ସୁରଳ ଗ୍ରାମରେ ଗତକାଲି ରାତିରେ ଜାଗର ଯାତ୍ରା ଅବସରରେ ଆୟୋଜିତ ସାସ୍କୃତିକ କାର୍ଯ୍ୟକ୍ରମରେ ଏପରି ଘଟଣା ଘଟିଛି ।

Papu Pom Pom

Papu pom pom News: ଓଡିଆ ହାସ୍ୟଅଭିନେତା ପପୁ ପମପମଙ୍କ ମଞ୍ଚ ଉପରକୁ ପଥର ମାଡ ହୋଇଛି । ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ସୁରଳ ଗ୍ରାମରେ ଗତକାଲି ରାତିରେ ଜାଗର ଯାତ୍ରା ଅବସରରେ ଆୟୋଜିତ ସାସ୍କୃତିକ କାର୍ଯ୍ୟକ୍ରମରେ ଏପରି ଘଟଣା ଘଟିଛି ।

ଅବଶ୍ୟ ଏହି ଘଟଣାରେ ପପୁଙ୍କ କୌଣସି କ୍ଷତି ହୋଇନାହିଁ । ମାତ୍ରା ଆୟୋଜକଙ୍କ ଏକ ବଡ଼ କ୍ଷତି ହୋଇଛି । ଷ୍ଟେଜ୍ ରେ ଲାଗିଥିବା ଡିଜିଟାଲ ବୋର୍ଡରେ ଭାଙ୍ଗି ଯାଇଛି । କେଉଁ କାରଣରୁ ଷ୍ଟେଜ ଉପରେ ପଥର ମାଡ଼ କରାଯାଇଛି ଏବେ ଯାଏ ସ୍ପଷ୍ଟ ହୋଇନି। ଆଉ ଏକ ପଥର ମଞ୍ଚ ଉପରେ ଅନ୍ୟ ଏକ ଯୁବକଙ୍କ ଦେହରେ ବାଜିଥିଲା । ଯେଉଁଥିପାଇଁ ସୁରକ୍ଷା ଦଷ୍ଟିରୁ ପପୁଙ୍କୁ କାଯ୍ୟକ୍ରମ ଅଧାରୁ ଛାଡିବାକୁ ପଡିଥିଲା । ସେପଟେ କିଏ ଏହି ପଥର ମାଡ଼ କରିଛି ତାଙ୍କୁ ଚିହ୍ନଟ କରାଯାଇ ନାହିଁ। ଏହି ପଥର ମାଡ଼ର ଭିଜୁଆଲ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ତେବେ ଏହି ଘଟଣା ପ୍ରଥମ ଘଟଣା ନୁହେଁ । ଏହାପୂର୍ବରୁ ମଧ୍ୟ ଏହି ହାସ୍ୟ ଅଭିନେତାଙ୍କୁ ଆକ୍ରମଣ କରାଯାଇଛି । ୨୦୧୬ ମସିହାରେ ମଧ୍ୟ ପପୁ ପମପମ୍ ଏମିତି ପରିସ୍ଥିତିର ସାମ୍ନା କରିଛନ୍ତି । ଜଗନ୍ନାଥଙ୍କ ନାଁରେ ବିବାଦୀୟ ବୟାନ ପାଇଁ ଫସିଥିଲେ କମେଡି କିଙ୍ଗ ପପୁ ପମ୍‌ପମ୍‌ । ଏହାପରେ ପୁରା ରାଜ୍ୟ ସାରା ଲୋକ ନିନ୍ଦା କରିଥିଲେ । ଘରୁ ବାହାରିବା ମାତ୍ରେ ତାଙ୍କ ମୁହଁରେ କାଳି ବୋଳା ଯାଇଥିଲା । ସେହିପରି ଏହି ଘଟଣାରେ ପପୁଙ୍କ ଘରକୁ ହିନ୍ଦୁ ସେନା ଟମାଟୋ ମାଡ଼ କରିଥିଲ । ପପୁ ପମ୍‌ପମ୍‌ ପୁରୀ ଯାଇ ଶ୍ରୀମନ୍ଦିରରେ କ୍ଷମା ମାଗିବାକୁ ଦାବି ହୋଇଥିଲା । ତେବେ କିଛି ଦିନ ପରେ ଏହି ଘଟଣା ଶାନ୍ତ ପଡ଼ିଥିଲା ।

ସେହିପରି ପପୁଙ୍କ ଫିଲ୍ମ 'ମିଷ୍ଟର କହ୍ନେୟା' ପୋଷ୍ଟର ପାଇଁ ବିବାଦ ଘେରକୁ ଆସିଥିଲେ ପପୁ। ଅନ୍ୟପଟେ ନାବାଳିକା କାଷ୍ଟିଂ କାଉଚ ମାମଲାରେ ଫସିଥିଲେ କମେଡି କିଙ୍ଗ । ପରେ ଦୀର୍ଘ ୬ ବର୍ଷ ପରେ ତାଙ୍କୁ ଆଶ୍ୱସ୍ତି ମିଳିଥିଲା । ଅର୍ଥାତ୍ ଏହି ମାମଲାରେ ପପୁ ସମ୍ପୂର୍ଣ୍ଣ ନିର୍ଦ୍ଦୋଶ ବୋଲି ସାବ୍ୟସ୍ତ ହୋଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+