Get Updates
Get notified of breaking news, exclusive insights, and must-see stories!

ମୁକେଶ ଅମ୍ବାନୀଙ୍କ ବାସଭବନ ଆଣ୍ଟିଲିଆରେ ଗଣେଶ ଉତ୍ସବ, ନଜର ଆସିଲେ ବଲିଉଡ ସେଲିବ୍ରିଟି

Ganesh Chaturthi 2024: ମୁକେଶ ଅମ୍ବାନୀ ତାଙ୍କ ଘର ଆଣ୍ଟିଲିଆରେ ଗଣେଶ ଚତୁର୍ଥୀ ପୂଜା ଆୟୋଜନ କରିଥିଲେ । ଏହି ସମୟ ମଧ୍ୟରେ କରୀନା କପୁର, ସୈଫ ଅଲ୍ଲୀ ଖାନ, ଆମୀର ଖାନ ଏବଂ ସଲମାନ ଖାନ ଠାରୁ କିଆରା ଆଡଭାନୀ ପର୍ଯ୍ୟନ୍ତ ସମସ୍ତେ ବପ୍ପାଙ୍କ ଦର୍ଶନ କରିବା ପାଇଁ ପହଞ୍ଚିଥିଲେ । ଏହି ସମୟରେ, କିଆରା ଏକ ଅଫ୍ ୱାଇଟ୍ ରଙ୍ଗର ଡ୍ରେସ ପିନ୍ଧିଥିବାର ନଜର ଆସିଥିଲେ । ସେହିପରି ଅରେଞ୍ଜ୍ କଲରର ଡ୍ରେସରେ ସିଦ୍ଧାର୍ଥ ମଧ୍ୟ ବେଶ୍ ନଜର ଆସୁଥିଲେ ।

Ganesh Chaturthi 2024

ଗଣେଶ ଚତୁର୍ଥୀ ପୂଜା ସମୟରେ କରୀନା କପୁର ଏବଂ ସୈଫ ଅଲ୍ଲୀ ଖାନ ଉଭୟ ଲାଲ ରଙ୍ଗର ଡ୍ରେସ ପିନ୍ଧିଥିବାର ନଜର ଆସିଥିଲେ । ସୋସିାଲ ମିଡିଆରେ ବେବୋଙ୍କ ସମସ୍ତଙ୍କ ଧ୍ୟାନ ଆକର୍ଷ ଣ କରିଥିଲା । ସେହି ପରି ସୈଫ୍ ମଧ୍ୟ ନାଲି କୁର୍ତ୍ତା ସହିତ ଧୋତି ପିନ୍ଧି ପାରମ୍ପାରିକ ଲୁକରେ ନଜର ଆସିଥିଲେ ।
Ganesh Chaturthi 2024

ପତ୍ନୀ ଜେନେଲିଆଙ୍କ ସହ ରୀତେଶ ଦେଶମୁଖଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା ​​ । ଆମ୍ବାନୀ ପରିବାର ପୂଜାରେ ଜେନେଲିଆ ଏକ ସୁନ୍ଦର ଲେହେଙ୍ଗା ପିନ୍ଧି ପହଞ୍ଚିଥିଲା । ସବୁଥର ପରି ଏଥର ମଧ୍ୟ ଜେନେଲିଆ-ରିତେଶଙ୍କ ଯୋଡ଼ି ସାଉଁଟିଥିଲା ପ୍ରଶଂସା ।


ସେହିପରି ଏଥର ମଧ୍ୟ ସଲମାନ ଖାନଙ୍କୁ ଏକ କାଜୁଆଲ୍ ଲୁକରେ ଦେଖିବାକୁ ମିଳିଥିଲା ​​। ସେ ଧଳା ରଙ୍ଗର ପ୍ୟାଣ୍ଟ ଏବଂ ଚପଲ ପିନ୍ଧିଥିବା ଦେଖିବାକୁ ମିଳିଥିଲେ ।

ମାଧୁରୀ ଦୀକ୍ଷିତ ମଧ୍ୟ ସ୍ୱାମୀ ନେନେଙ୍କ ସହ ଗଣପତି ବପ୍ପାଙ୍କ ଦର୍ଶନ ପାଇବା ପାଇଁ ଆଣ୍ଟିଲିଆରେ ପହଞ୍ଚିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+