ସିନେପ୍ରମୀଙ୍କ ପାଇଁ ଖୁସି ଖବର, ପୁଣି ଏକାଠି ନଜର ଆସିବେ ରାମ ଚରଣ ଏବଂ ଜୁନିଅର ଏନଟିଆର
ସିନେପ୍ରମୀଙ୍କ ପାଇଁ ଖୁସି ଖବର, ପୁଣି ଏକାଠି ନଜର ଆସିବେ ରାମ ଚରଣ ଏବଂ ଜୁନିଅର ଏନଟିଆର
ମୁମ୍ବାଇ: 'ବାହୁବଳୀ' ଫେମ୍ ନିର୍ଦ୍ଦେଶକ ଏସଏସ୍ ରାଜାମୌଲିଙ୍କ ସୁପରହିଟ୍ ଫିଲ୍ମ 'RRR' ସାରା ଦେଶରେ ଚହଳ ସୃଷ୍ଟି କରିଥିଲା । ସିନେମା ଘରେ ଦେଖିବା ପାଇଁ ମିଳିଥିଲା ଦର୍ଶକଙ୍କ ନାହିଁ ନଥିବା ଭିଡ । ତେବେ ଫିଲ୍ମଟି ଦେଖିବା ପରେ ସମସ୍ତଙ୍କ ମୁହଁରେ ଥିଲା କେବଳ ଗୋଟିଏ ହିଁ କଥା...ବ୍ଲକବଷ୍ଟର ଫିଲ୍ମ
ଅଜୟ ଦେବଗନ୍ ଏବଂ ଆଲିଆ ଭଟ୍ଟଙ୍କ ସହ ଟଲିଉଡର ସୁପରଷ୍ଟାର ରାମ ଚରଣ ଏବଂ Jr NTR ଷ୍ଟାରର ଏହି ଚଳଚ୍ଚିତ୍ରଟି ସାରା ଦେଶର ଦର୍ଶକଙ୍କ ଠାରୁ ବହୁତ ଭଲ ପାଇବା ସାଉଁଟିଥିଲା । ଏଭଳି ପରିସ୍ଥିତିରେ ଦ୍ୱିତୀୟ ଭାଗ ପାଇଁ ଚାହିଁ ବସିଛନ୍ତି ଦର୍ଶକ । ତେବେ ଲୋକଙ୍କୁ ବର୍ତ୍ତମାନ ଅଧିକ ଅପେକ୍ଷା କରିବାକୁ ପଡିବ ନାହିଁ କାରଣ ଫିଲ୍ମର ଦ୍ୱିତୀୟ ଭାଗର ଖୁବ ଶୀଘ୍ର ଆସିବା ପାଇଁ ଯାଉଛି ।

ନିର୍ଦ୍ଦେଶକ ରାଜାମୌଲି ଫିଲ୍ମର ଓସ୍କାର ଅଭିଯାନ ପାଇଁ ସାରା ବିଶ୍ୱରେ ନିଜ ଚଳଚ୍ଚିତ୍ର 'RRR'ର ପ୍ରଚାର ପ୍ରସାର ପାଇଁ ପ୍ରତ୍ୟକ ଇଭେଣ୍ଟରେ ଯୋଗ ଦେଉଛନ୍ତି । ତେବେ ଖାସ୍ କଥା ହେଲେ ଯେ ଏକ ଇଭେଣ୍ଟରେ ସେ ଫିଲ୍ମର ଦ୍ୱିତୀୟ ଭାଗ ସହ ଜଡିତ ଏକ ଅପଡେଟ୍ ସେୟାର କରିଥିଲେ । ସେ କହିଛନ୍ତି 'ମୋ ବାପା ମୋର ସମସ୍ତ ଚଳଚ୍ଚିତ୍ରର କାହାଣୀ ଲେଖକ । ଆମେ ଫିଲ୍ମ 'RRR' ଦ୍ୱିତୀୟ ଭାଗ ବିଷୟରେ ଆଲୋଚନା କରିଛୁ ଏବଂ ସେ ବର୍ତ୍ତମାନ କାହାଣୀ ଉପରେ କାମ କରୁଛନ୍ତି । ତେବେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ଏସଏସ୍ ରାଜାମୌଲିଙ୍କ ପିତା କେ.ଭି ବିଜୟେନ୍ଦ୍ର ପ୍ରସାଦଙ୍କ ନାମ ଦେଶର ସବୁଠୁ ବଡ ଚଳଚ୍ଚିତ୍ର ଲେଖକମାନଙ୍କ ମଧ୍ୟରୁ ଜଣେ ।
ଏହି ଚଳଚ୍ଚିତ୍ର ରିଲିଜ ହେବାର ୧୦ ମାସରୁ ଅଧିକ ସମୟ ବିତିଗଲାଣି । ଫିଲ୍ମ 'RRR'କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଲୋକଙ୍କ ମନ ଜିଣୁଛି । ଏହି ଚଳଚ୍ଚିତ୍ରଟି ଭାରତରେ ୯୦୦ କୋଟିରୁ ଅଧିକ ଆୟ କରିଛି । ଏଥି ସହିତ, ଏହାର worldwide ବ୍ୟାପୀ ମୋଟ ଆୟ ୧୧୦୦ କୋଟିରୁ ଅଧିକ ବୋଲି ସୂଚନା ରହିଛି । ଜୁନିଅର ଏନଟିଆର ଏବଂ ରାମ ଚରଣଙ୍କ ଧମଦାର୍ ଯୋଡିକୁ ସିନେମାର ରଙ୍ଗିନ୍ ପରଦାରେ କିଏ ବା ଦେଖିବା ପାଇଁ ଚାହିଁବ ନାହିଁ । ପରଦାରେ ଉଭୟ ଷ୍ଟାରଙ୍କ ଅଭିନୟ ସିନେପ୍ରେମୀଙ୍କ ହୃଦୟ ଜିତିଛି । ଫିଲ୍ମରେ ଦୁହିଁଙ୍କ ବନ୍ଧୁତା ଦର୍ଶକଙ୍କୁ ଆକୃଷ୍ଟ କରିଥିଲା ।












Click it and Unblock the Notifications